Breaking
News
Breaking
News
05-Oct-2026
ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲ୍, ପଦ୍ମପୁର ତରଫ ରୁ ୟୁଏଇରେ ସମ୍ବଲପୁରୀ ଲୋକସଂସ୍କୃତିର ପ୍ରଚାର ପାଇଁ ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ଟିମ୍କୁ ସମ୍ବର୍ଦ୍ଧନା
ଓଡ଼ିଶା ଜନମତ ବରଗଡ଼ - ମନୋହର ଦାଶ
ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲ, ପଦ୍ମପୁର ପକ୍ଷରୁ ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ର ସମ୍ମାନରେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି। ଗତ ୨୭ ସେପ୍ଟେମ୍ବର ୨୦୨୬ରେ ୟୁଏଇରେ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଇ ବୋରାସମ୍ବର ଅଞ୍ଚଳର ସମ୍ବଲପୁରୀ ଲୋକକଳା ଓ ସଂସ୍କୃତିର ପ୍ରଚାର-ପ୍ରସାର କରିଥିବାରୁ ଏହି ଟିମ୍କୁ ସମ୍ମାନିତ କରାଯାଇଥିଲା।
ବିଶେଷକରି ବୋରାସମ୍ବର ମାଟିରୁ ପ୍ରଥମ ଥର ପାଇଁ ଏଭଳି ଏକ ଆନ୍ତର୍ଜାତୀୟ ମଞ୍ଚରେ କଳାକାରମାନେ ଯୋଗଦେଇ ସମ୍ବଲପୁରୀ ଲୋକସଙ୍ଗୀତ ଓ ଲୋକସଂସ୍କୃତିକୁ ବିଦେଶ ମାଟିରେ ପରିଚିତ କରାଇଥିବାରୁ ଏହାକୁ ଅଞ୍ଚଳ ପାଇଁ ଏକ ଗୌରବର ବିଷୟ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ସମାରୋହରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ମାନ୍ୟବର ଶ୍ରୀ ପ୍ରଦୀପ ପୁରୋହିତ ଯୋଗଦେଇଥିଲେ। ତାଙ୍କର ଅଭିଭାଷଣ ରେ ସେ ସାତ ସମୁଦ୍ର ପାରି ହୋଇ ସୁଦୂର ଦୁବାଇ ରେ ସମ୍ବଲପୁରୀ ଲୋକକଳା ଏବଂ ସଙ୍ଗୀତ ପରିବେଷଣ କରିଥିବାରୁ ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ର ନୃତ୍ୟ ଦଳ କୁ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀ ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ର ଶ୍ରୀ ସୁରେନ୍ଦ୍ର ସାହୁ, ଶ୍ରୀମତୀ ମଞ୍ଜୁଳା ବିଶ୍ୱାଳ, ଶ୍ରୀ ଅଶ୍ୱିନୀ ପଟେଲ, ଶ୍ରୀ ରସୁଲ କୁମ୍ଭାର, ଶ୍ରୀମତୀ ଆଶାଲତା ଦାଶ, କୁମାରୀ ଆୟୁଷୀ ଅଭିସ୍ମିତା ପ୍ରଧାନ ଓ କୁମାରୀ ମୀନା ବାଗଙ୍କୁ ସମ୍ମାନପତ୍ର ଓ ସମ୍ମାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ବିଦ୍ୟାଳୟ ର ବିଜ୍ଞାନ ପ୍ରଦର୍ଶନୀ ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଲିଟିଲ୍ ସାଇନଟିଷ୍ଟ ମାନଙ୍କୁ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀ ପୁରୋହିତ ପୁରସ୍କାର ପ୍ରଦାନ କରିଥିଲେ ।
ଏହାସହ ଅନ୍ୟତମ ଅତିଥି ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ଶ୍ରୀ ପ୍ରୀତମ ମେହେରଙ୍କୁ ମଧ୍ୟ ନିବେଦିତା ଦାଶଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।
ସମାରୋହରେ ବକ୍ତାମାନେ କହିଥିଲେ ଯେ, ବୋରାସମ୍ବର ଅଞ୍ଚଳର ସମୃଦ୍ଧ ଲୋକସଂସ୍କୃତି, ସଙ୍ଗୀତ ଓ କଳାକୁ ବିଦେଶ ମାଟିରେ ପହଞ୍ଚାଇବା ଆଗାମୀ ପିଢ଼ି ପାଇଁ ଏକ ବଡ଼ ପ୍ରେରଣା। ଏପରି ପ୍ରୟାସ ଦ୍ୱାରା ସମ୍ବଲପୁରୀ ଲୋକକଳାର ଗୌରବ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରାଯାଇଥିଲା।
ଶେଷରେ ଡ଼. ରଶ୍ମିରେଖା ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ବର୍ଦ୍ଧନା ସମାରୋହ ବୋରାସମ୍ବର ଅଞ୍ଚଳର କଳା, ସଂସ୍କୃତି ଓ ସମ୍ବଲପୁରୀ ଲୋକପରମ୍ପରା ପ୍ରତି ଏକ ଗୌରବମୟ ସମ୍ମାନର ପ୍ରତୀକ ହୋଇ ରହିଥିଲା।
BACK TO TOP