Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ରାଜ ରାସ୍ତା କୁ ଓଲ୍ହାଇବେ ଚାଷୀ |

27-Jul-2026

ଚାଷ ଜମିରୁ  ପାଣି ନିଷ୍କାସନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ |

 ଓଡିଶା ଜନ ମତ ବ୍ୟୁରୋ, 

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ପଞ୍ଚାୟତ ର ବର୍ତ୍ତୀ,  କୁର୍ତ୍ତାଙ୍ଗ ଗ୍ରାମ ବାସୀଙ୍କ  ଚାଷ ଜମି,  ଚିକିଣିଆ, କଳାଧାରୀ, ଏରଣ୍ଡପାଳ ଗ୍ରାମ ବାସୀଙ୍କ ଚାଷ ଜମି ଏବଂ ତାରପୁର, ଅଚ୍ୟୁତପୁର,  ଖଣ୍ଡତରି ଓ ଗୋକଳପୁର ଗ୍ରାମ ବାସୀଙ୍କ ଏକର ଏକର ଚାଷଜମି ସବୁ ଥିବା ବେଳେ ବର୍ଷାପାଣି ନିଷ୍କାସନ ପାଇଁ  ବର୍ତ୍ତୀ ଠାରୁ  ଖଣ୍ଡତରି ପର୍ଯ୍ୟନ୍ତ ଥିବା ସଫେଇ ନାଳ ରେ ବହୁ ଆଗରୁ ବର୍ଷା ପାଣି ନିଷ୍କାସିତ ହେଉଥିଲା। ଯାହାଦ୍ୱାରା ଚାଷୀମାନେ ନିଜ ବିଲରେ ତଳି ପକାଇବା ସହ ଚାଷ କାର୍ଯ୍ୟରେ ଅବହେଳା ସ୍ରୁଷ୍ଟି ହେଉ ନଥିଲା। କାଳକ୍ରମେ ଏହି ସଫେଇ ନାଳ ବା ଜଳାଶ୍ରୟ ଗୁଡ଼ିକୁ କିଛି ବ୍ୟକ୍ତି ଜବର ଦଖଲ କରି ପୋଖରି,  କଦଳୀ ବଗିଚା କରିବା, ଆମ୍ବ, ପଣସ ଓ ବାଉଁଶ ବାରି ସବୁ କରିଦେବା ଦ୍ଵାରା ବର୍ତ୍ତମାନ ଚାଷ ଜମି ରୁ ପାଣି ନିଷ୍କାସନ ନେଇ ବ୍ୟାଘାତ ସୃଷ୍ଟି ହେଉଛି,  ଯାହାଦ୍ୱାରା ଚାଷ ଜମିରେ ଚାଷ କରିବା ଦୂରେ ଥାଉ ତଳି ଗଣ୍ଡେ ବି ପକାଇବା ସମ୍ଭବ ପର ହେଉନି। ସେହିପରି ଡ୍ରେନେଜ ବିଭାଗ ଚାଷ କାମ ପୂର୍ବରୁ ଏହି ସଫେଇ କାର୍ଯ୍ୟ ସଠିକ ଭାବେ ନକରି କିଛି ଜବର ଦଖଲକାରୀ ଙ୍କୁ ହାତେଇ ନେଇ ସଫେଇ ସ୍ଥାନକୁ ନଆସି ମିଥ୍ୟା ବିଲ କରି ନେଉଥିବା ବେଳେ ଚାଷୀ କିନ୍ତୁ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ଚାଷ ଜମି ସବୁରୁ ପାଣି ନିଷ୍କାସନ ପାଇଁ ବ୍ରିଟିଶ ଅମଳର ସେହି ଭଙ୍ଗା ଦଦରା ସଉଫିନ ଟି ଏବେ ବି ମୂକ ସାକ୍ଷୀ ହୋଇ ପଡିରହିଛି। କିନ୍ତୁ କିଛି ଚାଷୀ ଏହି ସଫେଇ ବାଟ ଦେଇ ତାଙ୍କ ପୂର୍ବପୁରୁଷରୁ ଚାଷ କାମ କରି ଆସୁଥିବା ବେଳେ ପାଣି ନିଷ୍କାସନ ହୋଇ ହଂସୁଆ ନଈରେ ମିଶି ଯାଉଥିଲା,  ହେଲେ ଏହି ଅବରୋଧ କାରୀଙ୍କ ଯୋଗୁ ଚାଷ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଏ ନେଇ ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ ଙ୍କୁ ଡ଼ାକି ଏ  ଘଟଣା ସବୁର ଅନୁଧ୍ୟାନ କରିବା ପାଇଁ ନିବେଦନ କରିଥିଲେ। ରବିବାର ଛୁଟିଦିନ ଥାଇବି ଚାଷିଙ୍କ ଠାରୁ ଖବର ପାଇ ତହସିଲଦାର ଶ୍ରୀମତୀ ନାୟକ ଘଟଣା ସ୍ଥଳରେ ପହଞ୍ଚି,  ଚାଷିଙ୍କ ଠାରୁ ସମସ୍ତ କଥା ଶୁଣି ଡ୍ରେନେଜ ବିଭଗ ଅଧିକାରୀଙ୍କୁ ଡ଼ାକି ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଚାଷ ଜମି ପାଣି ଯାତାୟତ ସ୍ଥଳରେ କେହି ଅବରୋଧ କରିପାରିବେ ନାହିଁ କହିବା ସହିତ ଏ ସମ୍ପର୍କରେ ଜିଲ୍ଲାପାଳ ଙ୍କ ସହିତ କଥା ହୋଇ ତ୍ଵରିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାର ଙ୍କ ଏହି ଆଲୋଚନା ସମୟରେ ଚାଷିମାନଙ୍କ ପକ୍ଷରୁ ସୁଦର୍ଶନ ନାୟକ, ଲକ୍ଷ୍ମଣ ଦାସ, କ୍ଷିତିଶ ଦାସ, ସରୋଜ କୁମାର ଦାସ,  ତ୍ରିଲୋଚନ ପଣ୍ଡା, ପ୍ରଭାକର ମଲ୍ଲିକ, ନରେନ୍ଦ୍ର ସାହୁ, ଗୋଲଖ ନାୟକ , ଅଶୋକ ଦାସ,  ତ୍ରିଲୋଚନ ନାୟକ,  ଟୁଲିଆ ନାୟକ, ଅଜିତ ଓଝା, ତ୍ରିଲୋଚନ ସାହୁ ଓ ବିଜୟ ଦାସ ପ୍ରମୁଖ ଉପସ୍ଥିତ ରହି ଯଥାଶୀଘ୍ର ଚାଷ ଜମି ବୁଡି ରହିଥିବା ପାଣି ଘେରରୁ ମୁକ୍ତି ପାଇଁ  ନିବେଦନ କରିଥିଲେ। ଯଦି ଏହି ଚାଷ ସମୟରେ ପ୍ରବଳ ବର୍ଷା ପାଣି ହଂସୁଆ ନଈ କୁ ଯିବାର ସୁ ବ୍ୟବସ୍ଥା କରାନଯାଏ ତେବେ ତିନି ପଞ୍ଚାୟତ ଚାଷୀ ଏକତ୍ର ହୋଇ କଟକ ପାରାଦ୍ବୀପ ରାସ୍ତା ଅବରୋଧ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।

News Comment

You Might Also Like

BACK TO TOP