Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |

20-Aug-2026

ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଠ-ବାର୍ଷିକ ଉତ୍ସବ ଅବସରରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ ।

 ଓଡିଶା ଜନ ମତ,ଛତ୍ରପୁର, ତା. ୧୯ / ୮ 

କେ.ସତ୍ୟନାରାୟଣ ରେଡ୍ଡୀ :----
ଛତ୍ରପୁର ସୃଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ଷଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଂ ରୁମ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । 
ସଂସଦର ସଭାପତି କବିଶ୍ରୀ ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି  ଉତ୍ସବରେ ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ, ସଂସ୍କୃତି ଗବେଷକ ଓ ପ୍ରାବନ୍ଧିକ ଶାନ୍ତୁନୁ ରଥ ମୁଖ୍ୟ ବକ୍ତା ଏବଂ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ,  ଭାଗବତ ଗବେଷକ ଜଗନ୍ନାଥ ପଣ୍ଡା, ଗବେଷକ ଡ଼. ଅନନ୍ତ ରାମ କର (କୌଣ୍ଡିନ୍ୟ), ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ସାହିତ୍ୟିକ ସୁଶାନ୍ତ ଦାଶ, ଧରାକୋଟ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ କୁମାର ପଣ୍ଡା, ଯୁବ ସମାଜସେବୀ ଦୀପକ କୁମାର ମୁଦୁଲି ଏବଂ ରାଧେଶ୍ୟାମ ଫାଉଣ୍ଡେସନର ସଭାପତି ଦେବାଶିଷ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସଂସଦର ସମ୍ପାଦକ ସୋମନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବ ରେ ସାହିତ୍ୟ ଆଲୋଚନା ଚକ୍ର, କବିତା ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବକ୍ତାମାନେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶରେ ଏଭଳି ସାହିତ୍ୟ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଯୁବପିଢ଼ିଙ୍କୁ ସାହିତ୍ୟ କ୍ଷେତ୍ରରେ ଅଧିକ ସାମିଲ କରିବା ସହିତ ସେମାନଙ୍କ ମନରେ ସାହିତ୍ୟ ପ୍ରତି ଆଗ୍ରହ ଓ ସୃଜନଶୀଳତା ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।  ସଂସଦ ପକ୍ଷରୁ ପ୍ରକାଶିତ ସାହିତ୍ୟ ସଂକଳନ ‘ସୃଜନୀ’ ଏବଂ ଘନଶ୍ୟାମ ଗ୍ରନ୍ଥାବଳୀ ଓ କୁସୁମଞ୍ଜଳି କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ଅଲେଖ ଚନ୍ଦ୍ର ପ୍ରଧାନ, ଫାର୍ମାସି ଅଧିକାରୀ ସୁଧାକର ପାଣିଗ୍ରାହୀ, ସାହିତ୍ୟିକ ଗୌର ଚନ୍ଦ୍ର ଷଡ଼ଙ୍ଗୀ, ଡ଼. ପ୍ରସନ୍ନ ଦଳେଇ, କବୟିତ୍ରୀ ରାଜଲକ୍ଷ୍ମୀ ମିଶ୍ର ଏବଂ ସାହିତ୍ୟିକ ଡ଼. ଶାନ୍ତୁନ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ଓଡ଼ିଆ ସଂଘର ଉପସଭାପତି ରାମହରି ପାଢ଼ୀ, ଡାକ୍ତର ସନ୍ତୋଷିନୀ ପ୍ରଧାନ, ନିରଞ୍ଜନ ତ୍ରିପାଠୀ, ରୀତା ରଥ,ବିଶ୍ୱମ୍ବର ରଥ, ସନ୍ତୋଷ ବଡ଼ତ୍ୟା, ସତ୍ୟମ ଅଚାରୀ, ସନ୍ତୋଷ ଦାଶ, ଶୈଳବାଳା ପାଣିଗ୍ରାହୀ, ବିନୋଦିନୀ ନାୟକ, ମାଧବ ମହାପାତ୍ର, ସନ୍ତୋଷ ଦାଶଙ୍କ ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ବହୁ ସାହିତ୍ୟିକ, କବି,  ସଂସ୍କୃତି ପ୍ରେମୀ ଓ ସାହିତ୍ୟପ୍ରେମୀ ଉପସ୍ଥିତ ରହିଥିଲେ ।।

News Comment

You Might Also Like

BACK TO TOP