Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |

20-Aug-2026

ଦିନ ମଜୁରିଆ ଭାବେ  ଏବେ ଜୀବନ ବିତାଉଛନ୍ତି ଅନ୍ତର୍ଜାତୀୟ ପଦକ ବିଜେତା |

ଓଡିଶା ଜନ ମତ ବ୍ୟୁରୋ,

ମନୁଷ୍ୟ ର ଅନ୍ତର୍ନିହିତ ଇଚ୍ଛାଶକ୍ତି  ଓ ଲୁକାୟିତ ପ୍ରତିଭା ବି ବେଳେ ବେଳେ  ମଳିନ ପଡିବା ସହିତ ଅର୍ଜନ କରିଥିବା କିଛି ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଅସହଯୋଗ ଯୋଗୁ ସେମାନେ ଦେଇଥିବା ପଦକ ତାହା ଆଜି ମୂଲ୍ୟ ବିହୀନ ହୋଇପଡେ ତାର ଏକ ଜ୍ୱଳନ୍ତ ଉଦାହରଣ ଘଟିଛି ବହୁ ବ୍ୟକ୍ତିଙ୍କ ଜୀବନରେ | ପ୍ରତିଭା ଥିଲା, ପଦକ ବି ଥିଲା, ହେଲେ ବଦଳିଲାନି ଭାଗ୍ୟ...
ଜୁଡୋଠାରୁ ଆରମ୍ଭ କରି ମାର୍ଶାଲ ଆର୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଖେଳାଳି ଆଜି କିନ୍ତୁ ଭାଗ୍ୟର ଅନ୍ଧାରରେ ହଜିଯାଇଛନ୍ତି |
ଆନ୍ତର୍ଜାତୀୟ ପଦକ ବିଜେତା ଏବେ ଦିନ ମଜୁରିଆ; ପ୍ରତିଭା ଥିଲା, ପଦକ ବି ଥିଲା, ହେଲେ ବଦଳିଲାନି ଭାଗ୍ୟ...
ନିପଟ ମଫସଲ ଗାଁରୁ ଉଠି ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଦେଶର ନାଁ ଉଜ୍ଜ୍ୱଳ କରିଥିବା ଏହି ଉଦୟମାନ ଯୁବକଙ୍କ ଭାଗ୍ୟ ଆଜି କିନ୍ତୁ ଦୁଃଖର କାହାଣୀ ପାଲଟିଛି। ଦିନେ ଯେଉଁ ହାତରେ ପଦକ ଧରି ଦେଶ ପାଇଁ ଗୌରବ ଆଣିଥିଲେ, ଆଜି ସେହି ହାତରେ ଦିନ ମଜୁରିଆ କିମ୍ବା ଚାଷ କାମ କରି ପରିବାର ଚଳାଉଛନ୍ତି। ୨୦ରୁ ଅଧିକ ମ୍ୟାଚ୍‌ ଖେଳି ବିଜୟ ହାସଲ କରିଥିବା ଏହି ଖେଳାଳିଙ୍କ ସଂଘର୍ଷ ଓ ବର୍ତ୍ତମାନର ପରିସ୍ଥିତି ନିଶ୍ଚୟ ଆପଣଙ୍କ ହୃଦୟକୁ ଛୁଇଁଯିବ। 
ପ୍ରତିଭା ଥିଲା, ପଦକ ବି ଥିଲା, ହେଲେ ଭାଗ୍ୟ ବଦଳିଲା ନାହିଁ |
ଜୁଡୋଠାରୁ ଆରମ୍ଭ କରି ମାର୍ଶାଲ ଆର୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଅମରେଶ୍ୱର ସ୍ୱାଇଁ ଆଜି କିନ୍ତୁ ଭାଗ୍ୟର ଅନ୍ଧାରରେ ହଜିଯାଇଛନ୍ତି। ଦିନେ ଯେଉଁ ହାତରେ ଥିଲା ଖେଳର ଗ୍ଲୋଭ୍ସ, ସେହି ହାତରେ ଆଜି ଧରିବାକୁ ପଡ଼ୁଛି କୋଦାଳ ଓ ଚାଷର ସରଞ୍ଜାମ।, ଏଭଳି ଜଣେ ଉଦୀୟମାନ ଖେଳାଳି ଙ୍କ ଗାଁ ହେଉଛି ପୁରୀ ଜିଲ୍ଲା କଣାସ ବ୍ଲକ ଜଙ୍ଘାର ଗାଁର ଏହି ଅନ୍ତର୍ଜାତୀୟ ଖେଳାଳିଙ୍କ ପ୍ରତିଭା ଦିନେ ଦେଶର ନାଁକୁ ଗୌରବାନ୍ୱିତ କରିଥିଲା। ହେଲେ ଅର୍ଥାଭାବ ଓ ଆବଶ୍ୟକ ସହଯୋଗର ଅଭାବ ତାଙ୍କୁ ଧୀରେ ଧୀରେ କ୍ରୀଡ଼ା ମଞ୍ଚଠାରୁ ଦୂରେଇ ଦେଲା। ଆଜି ସେ ବାପାଙ୍କୁ ଚାଷ କାମରେ ସହଯୋଗ କରି ପରିବାରର ଦାୟିତ୍ୱ ତୁଲାଉଛନ୍ତି।
ପଦକ ଜିତିଥିବା ହାତ ଆଜି ମାଟିରେ... ସ୍ୱପ୍ନ ଥିଲା ଦେଶ ପାଇଁ ଖେଳିବା, ହେଲେ ପରିସ୍ଥିତି ଶିଖାଇଦେଲା ଜୀବନ ପାଇଁ ଲଢ଼ିବା। ଅମରେଶ୍ୱରଙ୍କ ଏହି କାହାଣୀ କେବଳ ଜଣେ ଖେଳାଳିଙ୍କ ସଂଘର୍ଷ ନୁହେଁ, ଏହା ଆମ ସମାଜରେ ଅନେକ ପ୍ରତିଭା କିପରି ଅଭାବ ଓ ଅବହେଳା ଭିତରେ ହଜିଯାଉଛନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ।
ଅର୍ଥ ଅଭାବ ଓ ରାଜ୍ୟ ସରକାରଙ୍କ ଅବହେଳାର ଶିକାର ହୋଇଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ଜଂଘାର ଗାଁର ଉଦୟମାନ ଯୁବକ ଅମରେଶ୍ୱର ସ୍ୱାଇଁ। ଛୋଟବେଳୁ ଖେଳ ପ୍ରତି ଥିଲା ତାଙ୍କର ଅସୀମ ଆଗ୍ରହ। ଗାଁ ମାଟିରୁ ଆରମ୍ଭ ହୋଇଥିଲା କ୍ରୀଡ଼ା ଯାତ୍ରା, ଆଉ ସେହି ମାଟିରୁ ହିଁ ଦେଖିଥିଲେ ଦେଶ ପାଇଁ ପଦକ ଜିତିବାର ସ୍ୱପ୍ନ। ପରିଶ୍ରମ, ଦୃଢ଼ ମନୋବଳ ଓ ଅଦମ୍ୟ ଇଚ୍ଛାଶକ୍ତି ବଳରେ ଜୁଡୋ ଓ ମାର୍ଶାଲ ଆର୍ଟରେ ଜାତୀୟ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ପହଞ୍ଚିଥିଲେ ଅମରେଶ୍ୱର। ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ସାଉଥ ଏସିଆନ୍ ଗେମ୍ସ ଭଳି ବଡ଼ ମଞ୍ଚରେ ଅଂଶଗ୍ରହଣ କରି ୨୦ରୁ ଊର୍ଦ୍ଧ୍ୱ ପଦକ ଜିତି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ଜାତୀୟ ସ୍ତରର ଜୁଡୋ ପ୍ରତିଯୋଗିତାରେ ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିବା ତାଙ୍କ ପରିବାର ଓ ଗାଁ ପାଇଁ ଗର୍ବର ମୁହୂର୍ତ୍ତ ପାଲଟିଥିଲା।
ହେଲେ ଆଜି ସେହି ପଦକ ବିଜେତା ଖେଳାଳିଙ୍କ ସ୍ୱପ୍ନ ଆର୍ଥିକ ଅଭାବ ଆଗରେ ଧୀରେ ଧୀରେ ମଉଳିବାକୁ ବସିଛି। ଯେଉଁ ହାତରେ ଦିନେ ଦେଶ ପାଇଁ ସ୍ୱର୍ଣ୍ଣପଦକ ଉଠିଥିଲା, ଆଜି ସେହି ହାତରେ ଜୀବନ ଜୀବିକା ପାଇଁ ଲଢ଼େଇ କରିବାକୁ ପଡ଼ୁଛି। ଟ୍ରେନିଂ, ଯାତାୟାତ ଓ ପ୍ରତିଯୋଗିତା ପାଇଁ ଆବଶ୍ୟକ ଆର୍ଥିକ ସହଯୋଗ ମିଳୁନଥିବାରୁ ଆଗକୁ ବଢ଼ିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। “ଖେଳରେ ଆହୁରି ଆଗକୁ ଯିବାର ଇଚ୍ଛା ଅଛି। ଦେଶ ପାଇଁ ଆହୁରି ପଦକ ଜିତିବାର ସ୍ୱପ୍ନ ଅଛି। କିନ୍ତୁ ଆର୍ଥିକ ସହଯୋଗ ମିଳୁନଥିବାରୁ ଆଗକୁ ବଢ଼ିବା କଷ୍ଟକର ହେଉଛି।”
ସ୍ୱପ୍ନ ଆଜି ବି ବଞ୍ଚିଛି, ପଦକ ଜିତିବାର ଇଚ୍ଛା ଆଜି ବି ଅଛି; କେବଳ ସେହି ସ୍ୱପ୍ନକୁ ଉଡ଼ାଣ ଦେବା ପାଇଁ ଦରକାର ସହଯୋଗର ହାତ। ଜଣେ ପ୍ରତିଭାବାନ ଖେଳାଳି ଅଭାବ ଭିତରେ ହଜିଯିବେ ନା ତାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ।
ପୁଅର ସ୍ୱପ୍ନକୁ ସାକାର କରିବା ପାଇଁ ବାପା ନିଜର ଭିଟାମାଟି ପର୍ଯ୍ୟନ୍ତ ବିକ୍ରି କରିଥିବା କହିଛନ୍ତି ପରିବାର। ପୁଅ ପଦକ ଜିତି ଘରକୁ ଫେରିଲେ ବାପାଙ୍କ ଆଖିରେ ଆସିଥାଏ ଖୁସିର ଲୁହ। କିନ୍ତୁ ଆଜି ସେହି ପଦକ ବିଜେତା ପୁଅ ଚାଷ ଜମିରେ ବାପାଙ୍କ ସହ କାମ କରୁଛନ୍ତି। ପରିସ୍ଥିତି ବାଧ୍ୟ କରୁଛି କେବେ ଚାଷ କାମ, ତ କେବେ ମଜୁରୀ କରି ଜୀବିକା ନିର୍ବାହ କରିବାକୁ। ପୁଅ ଦେଶ ପାଇଁ ଖେଳି ପଦକ ଆଣିଛି , ଏହା ଆମ ପାଇଁ ବହୁତ ଗର୍ବର କଥା। ସରକାର ସହଯୋଗ କଲେ ସେ ଆହୁରି ଭଲ ଖେଳିପାରିବ ବୋଲି ବାପା ଆଶା ରଖିଛନ୍ତି ।
ଏବେ ଅର୍ଥର ଅଭାବ ବିଶ୍ୱ ସ୍ତରୀୟ ଟ୍ରେନିଂ ଓ ଏସିଆନ ଗେମ୍ସରେ ଭାଗ ନେବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ଥିବାବେଳେ ଆର୍ଥିକ ଅଭାବ ଏବେ ତାଙ୍କ କ୍ୟାରିୟର ଆଗରେ ବଡ଼ ପ୍ରତିବନ୍ଧକ ସାଜିଛି । ଗାଁର ଗୁରୁଜନଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ସମସ୍ତେ ଅମରେଶ୍ୱରଙ୍କ ସଫଳତାକୁ ନେଇ ଗର୍ବିତ। ହେଲେ ବର୍ତ୍ତମାନର ଅବସ୍ଥା ଦେଖି ସମସ୍ତେ ଦୁଃଖୀ।
ଗୋଟିଏ ପଟେ ବିଶ୍ୱସ୍ତରରେ ଦେଶର ନାଁ ଉଜ୍ଜ୍ୱଳ କରିବାର ସ୍ୱପ୍ନ, ଅନ୍ୟପଟେ ଆର୍ଥିକ ଅନଟନର କଠୋର ବାସ୍ତବତା। ପ୍ରତିଭା ଅଛି, ପଦକ ଅଛି, ଦେଶ ପାଇଁ ଖେଳିବାର ଅଦମ୍ୟ ଇଚ୍ଛା ଅଛି, କିନ୍ତୁ ନାହିଁ କେବଳ ଆବଶ୍ୟକ ସହଯୋଗ। ଏହି ଅଭାବ ଯେପରି ତାଙ୍କ ସ୍ୱପ୍ନ ଓ ସଫଳତା ମଝିରେ ଏକ ବଡ଼ ପ୍ରାଚୀର ହୋଇ ଛିଡ଼ା ହୋଇଛି। ଦିନେ ଯେଉଁ ହାତରେ ସ୍ୱର୍ଣ୍ଣପଦକ ଶୋଭା ପାଉଥିଲା, ଆଜି ସେହି ହାତ ନିଜ ଭବିଷ୍ୟତ ପାଇଁ ସଂଘର୍ଷ କରୁଛି। ଯେଉଁ ଆଖିରେ ଦିନେ ଦେଶ ପାଇଁ ଆଉ ଅନେକ ପଦକ ଜିତିବାର ସ୍ୱପ୍ନ ଥିଲା, ସେହି ଆଖିରେ ଆଜି ଭରିଯାଉଛି ଅନିଶ୍ଚିତତା। ତଥାପି ଅମରେଶ୍ୱରଙ୍କ ମନରୁ ଲିଭିନାହିଁ ଖେଳ ପ୍ରତି ଭଲପାଇବା ଓ ଦେଶ ପାଇଁ କିଛି କରିବାର ଆଶା। କାରଣ ଜଣେ ପ୍ରତିଭାକୁ ହରାଇବା କେବଳ ଜଣେ ଖେଳାଳିଙ୍କ ସ୍ୱପ୍ନର ମୃତ୍ୟୁ ନୁହେଁ, ଏହା ଦେଶ ହରାଉଥିବା ଏକ ସମ୍ଭାବ୍ୟ ପଦକର କାହାଣୀ।

News Comment

You Might Also Like

BACK TO TOP