Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ନେପାଳ ସୁଡ଼ଙ୍ଗ ରେ ଫସିଥିବା ଇଞ୍ଜିନିଅର ଙ୍କ ଉଦ୍ଧାର ପରେ ମତ 9 ଦିନ ହରେ କୃଷ୍ଣ ମନ୍ତ୍ର ଜପକରି ବଞ୍ଚିଛି |

05-Sep-2026

ନେପାଳ ସୁଡ଼ଙ୍ଗରୁ ଉଦ୍ଧାର ହେଲେ ମେକାନିକଲ ଇଞ୍ଜିନିୟର |
ହରେକୃଷ୍ଣ ମହାମନ୍ତ୍ର ମତେ ବଞ୍ଚିବା ପାଇଁ ଶକ୍ତି ଦେଇଥିଲା |

ଓଡିଶା ଜନ ମତ ବ୍ୟୁରୋ,

ଏବେବି କିଛି ଭକ୍ତଙ୍କ ଭଗବାନ ପ୍ରତି ମନରେ ଭକ୍ତି ରହିଛି |ଯାହାଯୋଗୁ ଏକ ବାସ୍ତବ ଏବଂ ସତ୍ୟ ଘଟଣାର ଫର୍ଦାଫାଶ ହୋଇଛି | ଯୁଗେ ଯୁଗେ ବିଭିନ୍ନ ରୂପରେ ଭକ୍ତଙ୍କ ଡାକରେ, ଜପରେ ଏବଂ  ପୂଜାରେ ବହୁ ବିପଦରୁ ରକ୍ଷା କରୁଛନ୍ତି  କରୁଥିବେ ମଧ୍ୟ | ଏପରି ଏକ ସଦ୍ୟ ଘଟଣା ଦେଖିବାକୁ ମିଳିଛି ନେପାଳ ବନ୍ୟାର ତାଣ୍ଡବରେ | ତାଙ୍କର ମତ ମୋତେ  ହରେକୃଷ୍ଣ ମହାମନ୍ତ୍ର  ରକ୍ଷା କରିଛି | ଆସନ୍ତୁ ଜାଣିବା ନେପାଳ ପୀଡ଼ିତ
ମେକାନିକାଲ ଇଞ୍ଜିନିୟର ସଞ୍ଜୟ ଶାହ ନେପାଳ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗ ଭିତରେ ଦୀର୍ଘ ୯ ଦିନ ଧରି ଫସି ରହିଥିବା ବେଳେ ଆଜି ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଦିନ ଗଡ଼ିବା ସହ ଜୀବିତ ଲୋକଙ୍କୁ ଖୋଜିବାର ଆଶା ଧୀରେ ଧୀରେ କ୍ଷୀଣ ହୋଇଥିବାବେଳେ ଏହି ସମୟରେ ଦୁଇଜଣ କର୍ମଚାରୀଙ୍କୁ ଚମତ୍କାର ଭାବେ ସୁଡ଼ଙ୍ଗ ଭିତରୁ ଜୀବିତ ଉଦ୍ଧାର କରାଯିବା ଘଟଣା ଏକ ନୂଆ ଆଶା ସଞ୍ଚାର କରିଛି। ନୂଆ ଜୀବନ ପାଇଥିବା ସଞ୍ଜୟ କିଭଳି ୯ ଦିନ ସୁଡ଼ଙ୍ଗ ଭିତରେ କାଟିଲେ ତାଙ୍କୁ ପଚରାଯିବାରୁ ସେ କହିଛନ୍ତି , ‘ହରେ କୃଷ୍ଣ ମହାମନ୍ତ୍ର’ ମତେ ବଞ୍ଚିବାପାଇଁ ଶକ୍ତି ଦେଇଥିଲା। ମୁଁ ନିରନ୍ତର ହରେକୃଷ୍ଣ ମହାମନ୍ତ୍ର ଜପ କରୁଥିଲି।
୯ ଦିନ ପର୍ଯ୍ୟନ୍ତ ଖାଦ୍ୟ କିମ୍ବା ପାଣି ବିନା ବଞ୍ଚି ରହିବା ସାଧାରଣ ଘଟଣା ନୁହେଁ
ଶୁକ୍ରବାର ଉଦ୍ଧାର ସ୍ଥଳରୁ ଆସିଥିବା ନାଟକୀୟ ଦୃଶ୍ୟରେ ନେପାଳୀ ସେନାର ଯବାନମାନେ କାଦୁଅ ଓ ପଙ୍କରେ ଢାଙ୍କି ହୋଇଥିବା ଉଦ୍ଧାର ଶ୍ରମିକମାନଙ୍କୁ ବାହାରକୁ ଆଣୁଥିବା ଦେଖାଯାଇଥିଲା। ସଞ୍ଜୟଙ୍କୁ ବାହାରକୁ ଅଣାଯିବା ସମୟରେ ତାଙ୍କ ମୁହଁରେ ଆଶ୍ୱସ୍ତିର ଭାବ ଦେଖାଯାଇଥିଲା। ସଞ୍ଜୟଙ୍କ ପାଇଁ ଏହି ୯ ଦିନର ସଂଘର୍ଷ ଥିଲା ଆଶାକୁ ଧରି ରଖିବାର ଏକ ପରୀକ୍ଷା। ଆକସ୍ମିକ ବନ୍ୟା ଆସିବା ସମୟରେ ସେ ଜଳବିଦ୍ୟୁତ ପ୍ରକଳ୍ପର କଣ୍ଟ୍ରୋଲ୍ ରୁମ୍‌ ଦାୟିତ୍ୱରେ ଥିଲେ। ସେତେବେଳେ ପ୍ରକଳ୍ପ ସ୍ଥଳରେ ପ୍ରାୟ ୪୦-୪୫ ଜଣ ଶ୍ରମିକ ଉପସ୍ଥିତ ଥିଲେ। ସଞ୍ଜୟ କହିଛନ୍ତି, ହଠାତ ସୁଡ଼ଙ୍ଗ ଭିତରକୁ ବନ୍ୟାଜଳ ଓ ଭଗ୍ନାବଶେଷ ପ୍ରବେଶ କରିବା ଆରମ୍ଭ କରିବା ସହିତ ପରିସ୍ଥିତି ଦ୍ରୁତ ଭାବେ ଖରାପ ହୋଇଯାଇଥିଲା। ମୁଁ କଣ୍ଟ୍ରୋଲ୍ ରୁମ୍‌ର ଦାୟିତ୍ୱରେ ଥିଲି, ତେଣୁ ସମସ୍ତଙ୍କୁ ବଞ୍ଚାଇବାର ଦାୟିତ୍ୱ ମଧ୍ୟ ମୋ ଉପରେ ଥିଲା। ସଞ୍ଜୟ କହିଛନ୍ତି ଯେ ସେ ଯେଉଁ ସ୍ଥାନରେ ଫସିଥିଲେ, ସେଠାରେ କେବଳ ୩-୪ ଜଣ ଲୋକ ଥିଲେ। ତେବେ ସୁଡ଼ଙ୍ଗର ପାୱାରହାଉସ୍ ପାର୍ଶ୍ୱରେ ଆହୁରି ଅଧିକ ଶ୍ରମିକ ଫସିଥିବା ସମ୍ଭାବନାକୁ ସେ ଅସ୍ୱୀକାର କରିନଥିଲେ। ତେବେ ୯ ଦିନ ପର୍ଯ୍ୟନ୍ତ ଖାଦ୍ୟ କିମ୍ବା ପାଣି ବିନା ବଞ୍ଚି ରହିବା କୌଣସି ସାଧାରଣ ଘଟଣା ନୁହେଁ। ଅବରୋଧ ହୋଇଥିବା ସୁଡ଼ଙ୍ଗ ଭିତରେ ଦୁଇଜଣ ଶ୍ରମିକ ଏତେ ଦିନ ବଞ୍ଚି ରହିବାରୁ ସେଠାରେ ବାୟୁ ରହିଥିବା ଖାଲି ସ୍ଥାନ ବା ‘ଏୟାର ପକେଟ୍’ ଥାଇପାରେ ବୋଲି ବିଶ୍ବାସ କରାଯାଉଛି। ଅନ୍ୟପକ୍ଷେ ଉଦ୍ଧାର ହୋଇଥିବା ଅନ୍ୟ ଜଣେ କର୍ମଚାରୀ କବୀରଙ୍କ ପତ୍ନୀ ହିରା ଶୋଭା କହିଛନ୍ତି, ସେ ଦ୍ୱିତୀୟ ଜୀବନ ନେଇ ଫେରିଆସିଛନ୍ତି। ଆମେ ଅତ୍ୟନ୍ତ ଖୁସି। ତେବେ ଖୁସିର ଲୁହ ତଳେ ମହାର୍ଜନ ପରିବାର ଗତ ୯ ଦିନ ଧରି ଭୋଗିଥିବା ଅସହ୍ୟ ଯନ୍ତ୍ରଣା ଲୁଚି ରହିଥିଲା। ଶୋଭା କହିଛନ୍ତି, ସେହି ଦିନଗୁଡ଼ିକ କାଟିବା ଅତ୍ୟନ୍ତ କଷ୍ଟକର ଥିଲା। ଆମେ ନା ଖାଇପାରୁଥିଲୁ, ନା ଶୋଇପାରୁଥିଲୁ। ତେ‌ବେ ସେ କହିଛନ୍ତି, ଆମେ ବିଶ୍ୱାସ କରୁଥିଲୁ ଯେ ସେ ଫେରିଆସିବେ, ତାହା ଆଜି ସତ୍ୟରେ ପରିଣତ ହୋଇଛି |

News Comment

You Might Also Like

BACK TO TOP