Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||

10-Sep-2026

ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ,ସତର ବର୍ଷରେ ସତର ସହରୁ ଅଧିକ ମଞ୍ଚରେ ଦଣ୍ଡ ନୃତ୍ୟ  ପରିବେଷଣ କରିଛନ୍ତି ||

ଓଡିଶା ଜନ ମତ ବ୍ୟୁରୋ, 

ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ ଲୋପ ପାଇବାକୁ ବସିଛି। ଏହାକୁ ବଞ୍ଚାଇ ରଖିବା ସହ ଲୋକାଭିମୁଖୀ କରିବାରେ ନିଜକୁ ସମର୍ପିତ କରିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗ୍ରାମର ଯୁବ ଦଣ୍ଡ କଳାକାର ଦେବେନ୍ଦ୍ର ନାଏକ (୨୯)। ପିଲାଦିନରୁ ଗୀତ ପ୍ରତି ତାଙ୍କର ରହିଥିଲା ବିଶେଷ ଆଗ୍ରହ। ଗଁାରେ ହେଉଥିବା ଦଣ୍ଡରେ ଅଭିନୟ କରିବାକୁ ତାଙ୍କୁ କୁହାଯାଇଥିଲା। ସେଥିରେ ରାଜି ହୋଇ ମାତ୍ର ୧୨ ବର୍ଷ ବୟସରେ ‘ନାବକେଳି’ ସୁଆଙ୍ଗରେ ଶ୍ରୀକୃଷ୍ଣ ଭୂମିକାରୁ ଦଣ୍ଡ ନୃତ୍ୟ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ ଆଉ ପଛକୁ ଫେରିନାହାନ୍ତି ଦେବେନ୍ଦ୍ର।
ଦୀର୍ଘ ୧୭ ବର୍ଷ ଧରି ସେ ଜିଲା ତଥା ଜିଲା ବାହାରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡ ନୃତ୍ୟ ପରିବେଷଣ କରିସାରିଛନ୍ତି। ତାଙ୍କର ନିଆରା ଅଭିନୟ, ସଙ୍ଗୀତ ଓ ନୃତ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥାଏ। ଶାଳୀ ଭୂମିକା ହେଉ କି ଦିଅର ଭୂମିକା ପ୍ରତ୍ୟେକ ଚରିତ୍ରରେ ନିଜର ଅଭିନୟ ଦକ୍ଷତା ଦେଖାଇ ସେ ଦର୍ଶକଙ୍କ ମନ ଜିଣିଛନ୍ତି। ‘ଫକୀର ଫକିରାଣୀ’ ସୁଆଙ୍ଗରେ ଫକୀର, ‘ଦିଅର ଭାଉଜ’ ସୁଆଙ୍ଗରେ ଦିଅର, ‘ଶବର ଶବରୁଣୀ’ରେ ଶବର ଏବଂ ‘ଶାଳୀ ଭିଣେଇ’ ସୁଆଙ୍ଗରେ ଶାଳୀ ଭୂମିକାରେ ଅଭିନୟ କରି ନିଜର ସୱତନ୍ତ୍ର ପରିଚୟ ଗଢ଼ିଛନ୍ତି।
କେବଳ ଷୋଳ ସୁଆଙ୍ଗରେ ସୀମିତ ନୁହେଁ ଦେବେନ୍ଦ୍ରଙ୍କ କଳା ଯାତ୍ରା। ଗତ ୪ ବର୍ଷ ହେଲା ସେ ନିଜେ ଏକ ‘ଲୀଳାଦଣ୍ଡ’ ବା ‘ମିକ୍ସଚର ଦଣ୍ଡ’ ଦଳ ଗଠନ କରିଛନ୍ତି। ଏଥିରେ ସେ ନିଜେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏଥିସହ ସେ ସଙ୍କୀର୍ତ୍ତନରେ ଗାୟକ ଭାବେ ମଧ୍ୟ ସକ୍ରିୟ ଅଛନ୍ତି। ଦେବେନ୍ଦ୍ରଙ୍କ ଦଣ୍ଡ ନୃତ୍ୟ ଶିକ୍ଷାର ପ୍ରଥମ ଗୁରୁ ହେଉଛନ୍ତି ତାଙ୍କ ବାପା ଦଶରଥ। ଦଶରଥ ନିଜେ ମଧ୍ୟ ଜଣେ ଷୋଳ ସୁଆଙ୍ଗ ଦଣ୍ଡର ବୀଣାକାର କଳାକାର। ବାପାଙ୍କ କଳା ପ୍ରତିଭା ଦେଖି ଦଣ୍ଡ ନୃତ୍ୟ ପ୍ରତି ଦେବେନ୍ଦ୍ରଙ୍କ ଆକର୍ଷଣ ସୃଷ୍ଟି ହୋଇଥିଲା। ବାପାଙ୍କ ସମେତ ଗିରିଧାରୀ ଗେଜ, ନିରାକାର ଜେନା, ବିପ୍ର ମହାନନ୍ଦ, ଉଗେଶନ ଷାଣ୍ଢ ଓ ସନାତନ ରନବିଡ଼ା ପ୍ରମୁଖଙ୍କଠାରୁ ସେ ଦଣ୍ଡ ନୃତ୍ୟର ବିଭିନ୍ନ କଳା ଶିକ୍ଷା ଲାଭ କରିଛନ୍ତି। ସୁବର୍ଣ୍ଣପୁର ସମେତ ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ, ବରଗଡ଼, ଦେବଗଡ଼, କଳାହାଣ୍ଡି, ଖୋର୍ଦ୍ଧା ଜିଲା ସମେତ ଭୁବନେଶ୍ୱରର ବିଭିନ୍ନସ୍ଥାନରେ ଦଣ୍ଡ ନୃତ୍ୟ ପରିବେଷଣ କରି ସେ ପ୍ରଶଂସା ସହ ବିଭିନ୍ନ ସମୟରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ଦଣ୍ଡ ନୃତ୍ୟର ଭିଡିଓ ପ୍ରଚାରିତ ହେବା ପରେ ତାଙ୍କର କଳା ଆହୁରି ଲୋକପ୍ରିୟ ହେଉଛି। ବିଭିନ୍ନ ସମୟରେ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଦଣ୍ଡ ନୃତ୍ୟ ମାଧ୍ୟମରେ ପ୍ରଚାର କରିଛନ୍ତି। ଦଣ୍ଡ ନୃତ୍ୟ ପରିବେଷଣରେ ପରିବାରର ସମ୍ପୂର୍ଣ୍ଣ ସହଯୋଗ ମିଳୁଥିବା ସେ କହିଛନ୍ତି। ସାଙ୍ଗସାଥୀ, ଗ୍ରାମବାସୀ ଓ ପ୍ରଶଂସକଙ୍କ ଉତ୍ସାହ ତାଙ୍କୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଦେଉଛି। ତେବେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସହାୟତା କିମ୍ବା ସହଯୋଗ ପାଇ ନ ଥିବା ସେ କହିଛନ୍ତି। ସରକାରୀ ସହଯୋଗ ମିଳିଲେ ଏହି ପ୍ରାଚୀନ କଳାକୁ ଆହୁରି ଆଗକୁ ନେବା ପାଇଁ ତାଙ୍କର ଉତ୍ସାହ ବଢ଼ିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ପାରମ୍ପରିକ କଳାର ପ୍ରଚାର, ପ୍ରସାର ଓ ସୁରକ୍ଷା ଲକ୍ଷ୍ୟରେ ସେ ଆଗକୁ ମଧ୍ୟ ଷୋଳ ସୁଆଙ୍ଗ ଦଣ୍ଡ ଓ ଶ୍ରୀକୃଷ୍ଣ ଲୀଳାଦଣ୍ଡ ପରିବେଷଣ ଜାରି ରଖିବେ ବୋଲି କହିଛନ୍ତି। ପରିବାରର ୩ ପୁଅଙ୍କ ମଧ୍ୟରୁ ସବୁଠୁ ସାନ ଦେବେନ୍ଦ୍ରଙ୍କ ପରିବାରରେ ସ୍ତ୍ରୀ ଲିପ୍ସା ଓ ଦୁଇ ଝିଅ ଅଛନ୍ତି। ବଡ଼ ଝିଅର ବୟସ ୬ ବର୍ଷ ଓ ସାନ ଝିଅର ବୟସ ୨ ବର୍ଷ। ମାଟ୍ରିକ ପାସ କରିଥିବା ଦେବେନ୍ଦ୍ର ଦଣ୍ଡ ନୃତ୍ୟ ସହ ଧାନ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ନିଜ ମାଟିର କଳା ଓ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ତାଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

News Comment

You Might Also Like

BACK TO TOP