Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||

30-Sep-2026

ଦନ୍ତାହାତୀ କବଳରୁ ଅଳ୍ପକେ ବର୍ତ୍ତିଲେ ୪ ଯୁବକ

ରାତିରେ ୨ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ହାବୁଡ଼ରେ ପଡ଼ିଲେ, ବାଇକ୍‌ ଛାଡ଼ି ଦୌଡ଼ି ପଳାଇଲେ

ଓଡିଶା ଜନମତ ରାୟଗଡା, ୩୦/୯,

କାମେଶ୍ୱର  କର କରିଆ :----

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ଭାଲେରି ଛକ ନିକଟରେ ଦନ୍ତାହାତୀ କବଳରୁ ଅଳ୍ପକେ ଜୀବନ ବଞ୍ଚାଇଛନ୍ତି ୪ ଯୁବକ। ରାତିରେ କାମ ସାରି ଦୁଇଟି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ହଠାତ୍‌ ଏକ ଦନ୍ତାହାତୀ ସେମାନଙ୍କ ସାମ୍ନାକୁ ଆସିଯିବାରୁ ଭୟଭୀତ ହୋଇ ବାଇକ୍‌ ଛାଡ଼ି ଦୌଡ଼ି ପଳାଇଥିଲେ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ କଲ୍ୟାଣସିଂହପୁରରୁ କାମ ସାରି ବଳରାମ ବାଗ, ବଙ୍ଗା ସିକକା, ଗୋବିନ୍ଦ ବାଗ ଓ ମାଲତି ସିକକା ଦୁଇଟି ବାଇକ୍‌ରେ ନିଜ ଘରକୁ ଫେରୁଥିଲେ। ଭାଲେରି ଛକ ନିକଟରେ ପହଞ୍ଚିବା ବେଳେ ହଠାତ୍‌ ଏକ ଦନ୍ତାହାତୀ ସେମାନଙ୍କ ସାମ୍ନାକୁ ଆସିଥିଲା। ହାତୀକୁ ଦେଖି ଚାରିଜଣ ଭୟଭୀତ ହୋଇପଡ଼ିଥିଲେ। ହାତୀଟି ସେମାନଙ୍କ ଆଡ଼କୁ ବୁଲି ପଡ଼ିବାରୁ ଜୀବନ ବଞ୍ଚାଇବା ପାଇଁ ଦୁଇଟି ବାଇକ୍‌ ଛାଡ଼ି ଚାରିଜଣ ଦୌଡ଼ି ପଳାଇଥିଲେ। ଫଳରେ ଅଳ୍ପକେ ଦନ୍ତାହାତୀ କବଳରୁ ସେମାନେ ବର୍ତ୍ତି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର ବନରକ୍ଷୀ, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଗଜସାଥୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଗ୍ୟାସ୍‌ ବାଣ ଫୁଟାଯାଇଥିଲା। ଏହାପରେ ହାତୀଟି ସେଠାରୁ ଚାଲିଯାଇଥିବା ବେଳେ ତା’ର ଗତିପଥ ଉପରେ ବନ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏନେଇ ଫରେଷ୍ଟର ବରଖା ରାଣୀ ପାତ୍ର କହିଛନ୍ତି, ବର୍ତ୍ତମାନ ଅଞ୍ଚଳରେ ୨୪ଟିକିଆ ହାତୀପଲ ରହିଛି। ସେଥିମଧ୍ୟରୁ ଗୋଟିଏ ଦନ୍ତାହାତୀ ଅଲଗା ହୋଇ ଏହି ଅଞ୍ଚଳରେ ଚଳପ୍ରଚଳ କରୁଛି। ହାତୀର ଗତିବିଧି ଉପରେ ବନ ବିଭାଗ କଡ଼ା ନଜର ରଖିଛି। ସମସ୍ତ ପ୍ରକାର ସଜାଗତା ଅବଲମ୍ବନ କରାଯିବା ସହ ଅଞ୍ଚଳବାସୀଙ୍କୁ ମଧ୍ୟ ସତର୍କ କରାଯାଉଛି। ଅନ୍ୟପଟେ ଦନ୍ତାହାତୀ ଭୟରେ ନିମନଗଝୋଲା ଗାଁର କିଛି ଲୋକ ରାତିରେ ଗାଁ ଛାଡ଼ି ଭାଲେରି ଗାଁକୁ ଯାଇଥିବା ସୂଚନା ମିଳିଛି। ପାର୍ସାଲି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ହାତୀ ଚଳପ୍ରଚଳ କରି ଫସଲ ଓ ଘରଦ୍ୱାର କ୍ଷତି କରୁଥିବା ବେଳେ ଭାଲେରି ଛକ ନିକଟରେ ୪ ଯୁବକ ଦନ୍ତାହାତୀ ହାବୁଡ଼ରେ ପଡ଼ିବା ଘଟଣା ଅଞ୍ଚଳବାସୀଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି।

News Comment

You Might Also Like

BACK TO TOP