Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ଖୋର୍ଦ୍ଧା ରେ ପ୍ରହଶନରେ ଚାଲିଛି ପ୍ରାଣୀ ସମ୍ପଦ ମେଳା |

14-Nov-2025

ଖୋର୍ଦ୍ଧା ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପ୍ରହସନ ରେ ଶେଷ:::ଭଡାରେ ଆସିଲେ ଚାଷୀ:: ଅଧା ରୁ ଗଲେ ଖସି:: ଚେୟାର ଖାଲି,
ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ
ଖୋର୍ଦ୍ଧା ହାବେଳୀ ପଡିଆ ରେ  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଶୁକ୍ର ବାର ଖୋର୍ଦ୍ଧା ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- ୨୦୨୫  ଅୟୋଜିତ ହୋଇଥିଲା ବେଳେ  ଏହି ମେଳା ପ୍ରହସନ ରେ ପରିଣତ ହୋଇଛି l ଭଡାରେ ଆସିଥିବା ଚାଷୀ ଅଧାରୁ ଖସି ଯାଇଥିଲେ ଫଳରେ ଚେୟାର ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା lକାରଣ  ଖୋର୍ଦ୍ଧା ବ୍ଲକ ରେ ପ୍ରକୃତ ଚାଷୀ ଙ୍କୁ ତିଆରି କରିପାରୁନି ପ୍ରାଣୀ ଓ ମସ୍ଚ୍ୟ ବିଭାଗ l କେବଳ ପୁଞ୍ଜିପତି ଙ୍କୁ ଅର୍ଥାତ ଯେଉଁମାନଙ୍କ ର ପୂର୍ବରୁ ପୋଖରୀ ଓ ଗାଈ ଛେଳି, ମେଣ୍ଡା, କୁକୁଡ଼ା ଅଛନ୍ତି ସେହିମାନଙ୍କୁ ହାତ କରି ତେଲିଆ ମୁଣ୍ଡ ରେ ତେଲ ପରି ସେଇ ପୁଞ୍ଜିପତି ମାନଙ୍କୁ ସରକାରଙ୍କ ଯୋଜନା ସୁବିଧା ଯୋଗାଇ ଦିଆଯାଇ ଅଧିକାରୀ ଏଠାରେ ଗାଦିମଡା ହୋଇ ବସିଛନ୍ତି l. ପ୍ରକୃତ ତଳ ସ୍ତରରୁ ଚାଷୀଙ୍କୁ ଉତ୍ସାହିତ କରାଯାଉନାହିଁ l କେବଳ କାଗଜପତ୍ର ରେ ଚାଲିଛି ଏହି ବିଭାଗ l. ଏହି ମେଳାରେ 22 ଟି ପଞ୍ଚାୟତରୁ ୨ ଶହରୁ ଊର୍ଦ୍ଧ୍ୱ ଚାଷୀ ଭାଗ ନେବା ପାଇଁ କୁହାଯାଇଥିଲା ବେଳେ ବୈଠକ ସମୟ ରେ ପ୍ରକୃତ ଚାଷୀ ନ ଆସିବାରୁ ବିଭାଗ ପକ୍ଷରୁ ଅଟୋ ଖର୍ଚ୍ଚ ଦେଇ ମହିଳା ଗୋଷ୍ଠୀ ର ସିଆରପି ଓ ଏମ୍ବିକେ ଜରିଆରେ କିଛି ମହିଳାଙ୍କୁ ଅଣାଯାଇଥିଲା  l କିନ୍ତୁ ଦୁର୍ଭାଗ୍ୟ ଅତିଥି ଆସିବାକୁ ଡେରି ହେବାରୁ ଅନେକ ପ୍ରକୃତ ଚାଷୀ ସଭା ଛାଡି ପଳାଇ ଥିଲେ l  ଆଉ ଯେଉଁମାନେ ରହିଲେ. ସେମାନେ ଚେୟାର ଉପରେ ଗୋଡ଼ ଲମ୍ବେଇ ବସିଲେ l  ଅଟୋ ଖର୍ଚ୍ଚ କରେଇ ଆଣିଥିବା ଡୁପ୍ଲିକେଟ ଚାଷୀ ଭାଷଣ କମ ଶୁଣିବା, କେମିତି ସରିବ ଘରକୁ ଯିବେ ଚିନ୍ତା କରି ବ୍ୟସ୍ତ ହେଉ ଥିବା ବେଳେ ବିଭାଗ ପକ୍ଷରୁ ହୋଇଥିବା ଖାଦ୍ୟ ଷ୍ଟଲ କୁ ଗଲାବେଳକୁ ସେଠାରେ ଟାଣୁଆ ଭାତ ଓ ପାଣିଆ ଡାଲି କି ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ l ବଡ଼ ଦୁଃଖର ବିଷୟ ବ୍ଲକ ସ୍ତରୀୟ ମେଳାରେ ବ୍ଲକ ର ଭଲ ଚାଷୀଙ୍କୁ ଦେଖିବାକୁ ମିଳି ନ ଥିଲା l କେବଳ କାଗଜପତ୍ରରେ ହାତ ଗଣତି ଚାଷୀଙ୍କୁ ଡକାଯାଇଥିଲା l ଯେଉଁମାନଙ୍କ ଭାଷଣ କମ ଘରକୁ ଯିବା ଚିନ୍ତା ଅଧିକ ଥିଲା l. ଏମିତିକି ଜୈବ୍ୟ ପୁଞ୍ଜ ପ୍ରଣାଳୀ ରେ ମାଛ ଚାଷ ଡେମ ଦେଖାଇବାକୁ ବାଲେଶ୍ୱର ର ଚାଷୀ ଯିଏ ବେଗୁନିଆ ବ୍ଲକ ରେ ମାଛ ଚାଷ କରୁଛି ତାଙ୍କୁ ଏହି ଖୋର୍ଦ୍ଧା ବ୍ଲକ ମେଳା କୁ ଡକାଯାଇଥିଲା l ଖୋର୍ଦ୍ଧା ବ୍ଲକ ର ପ୍ରାଣୀ ଓ ମସ୍ଚ୍ୟ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ର ଅର୍ଥ  ଖର୍ଚ୍ଚ ହେଉଥିଲା ବେଳେ ଜଣେ ଭଲ ଏବଂ ଆତ୍ମନିର୍ଭଳ ଶୀଳ ଚାଷୀକୁ ଡେମ ଷ୍ଟଲ ପକାଇବାର ଦେଖିବାକୁ ମିଳି ନ ଥିଲା l ତେଣୁ ଏଭଳି ପ୍ରହସନ ରେ ବ୍ଲକ ସ୍ତରୀୟ ମେଳା ସରିଥିଲା l ଏହି ମେଳାରେ ଖୋର୍ଦ୍ଧା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଜ୍ଞା ହରିଚନ୍ଦନ ଙ୍କ ଆୟୋଜନ ରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ମୁଖ୍ୟ ଅତିଥି, ଅନ୍ୟତମ ଅତିଥି ରୂପେ ପ୍ରାଣୀ ଚିକିତ୍ସା ବିଭାଗ ର ଉପ ନିର୍ଦେଶକ ମାନସ କୁମାର ଚାନ୍ଦ, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସଦାଶିବ ମହାପାତ୍ର, ମସ୍ଚ୍ୟ ଅଧିକାରୀ ନରସିଂହ ମୁଣ୍ଡ, ବୈଜ୍ଞାନିକ ଗୁରୁପ୍ରସାଦ ମହାନ୍ତି, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ମୋନାଲିସା ମଲ୍ଲିକ, ପ୍ରମୁଖ ଯୋଗଦେଇଥିଲେ l   ସମସ୍ତ ଯୋଜନାର ସଫଳ ରୂପାୟନ ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଅଭିବୃଦ୍ଧି ମାଧ୍ୟମରେ କିଭଳି ଚାଷୀଙ୍କ ଆୟ ବହୁଗୁଣିତ ହେବ ସେ ସଂପର୍କରେ ସେ ସଚେତନ କରିଥିଲେ ମଧ୍ୟ ସଭାରେ  ଆସିଥିବା ଚାଷୀ ଚେୟାର ଛାଡି ପଳାଇବାରୁ ଏହା ଏକ ପ୍ରହସନ ରେ ପରିଣତ ହୋଇଥିଲା । କିଛି ଲୋକଦେଖାଣିଆ ପାଇଁ ପ୍ରାଣୀ ପାଳକଙ୍କୁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ   ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । । ମେଳାରେ ବିଭାଗ ପକ୍ଷରୁ ୮ ଟି ଷ୍ଟଲ୍ ପଡିଥିଲା।ତେବେ ଉଭୟ ବିଭାଗ ର କାର୍ଯ୍ୟ ଓ ସରକାରଙ୍କ ଯୋଜନା କେଉଁ କେଉଁ ଚାଷୀ ପାଇଛନ୍ତି ତାହାର ତଦନ୍ତ କରିବାକୁ ସାଧାରଣ ରେ ଦାବି ହେଉଛି l

News Comment

You Might Also Like

BACK TO TOP