Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

କେପିଟାଲ ହସ୍ପିଟାଲ ରେ ଶୀତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ ମାନେ |

10-Dec-2025

ରାଜଧାନୀ ହସ୍ପିଟାଲରେ ରହିବା ପାଇଁ ବ୍ୟବସ୍ତା ନଥିବାରୁ ଶୀତରେ ଥରୁଛନ୍ତି  ରୋଗୀଙ୍କ ସମ୍ପର୍କୀୟ ମାନେ |

       ଓଡିଶା ଜନ ମତ ବ୍ୟୁରୋ,

ବର୍ତମାନ ସାରା ରାଜ୍ୟରେ ଶୀତ ର ଲହରୀ ଖେଳି ଯାଇଥିଲା ବେଳେ | ଦିନ ମଜୁରିଆ, ଓ ଅନାଥ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ସେମାନଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଅସୁବିଧା ହେଉଛନ୍ତି  ଗରିବ ଓ ମଧ୍ୟବିତ୍ତ ପରିବାର ର ଲୋକମାନେ | ସେମାନେ ହେଲେ ଓଡ଼ିଶାର ରାଜଧାନୀ  କିମ୍ବା  ଅନ୍ୟାନ୍ୟ ମେଡିକାଲ ରେ ଏହି ଶୀତ ଦିନମଧ୍ୟରେ | ମେଡିକାଲ ଭିତରେଦୟନୀୟ ଝିଅ ରୋଗ ସହ ଲଢ଼ୁଛି, ବାରଣ୍ଡାରେ ଶୀତ ସହ ଲଢ଼ୁଛି ବାପା । ଏଭଳି ଅବସ୍ଥା ଦେବା କୁ ମିଳିଛି କ୍ୟାପିଟାଲ୍ ହସ୍ପିଟାଲ୍ ଓ ରାଜ୍ୟର କେତେକ ହସ୍ପିଟାଲ ପରିସରରେ। ଧର୍ମଶାଳା ନଥୁବାରୁ ପ୍ରବଳ ଶୀତରେ କିଏ ବାରଣ୍ଡାରେ ଚ କିଏ ପୁଣି ନିରାମୟ ଓ ପଞ୍ଜୀକରଣ କେନ୍ଦ୍ର ସମ୍ମୁଖରେ ପ୍ରବଳ ଶୀତରେ ରାତି କାଟି ଦେଉଛନ୍ତି । । ଆଉ ବହୁ ଦୂରରୁ ଆଗୁଆ ଟିକଟ୍ ପାଇଁ ଆସି ପଥର ଥୋଇ ଲାଇନ୍ ଲଗାଇଛନ୍ତି | ସେ ମଧ୍ୟ ପଞ୍ଜୀକରଣ କେନ୍ଦ୍ର ନିକଟରେ  ବସି ସକାଳକୁ ଅପେକ୍ଷା କରିଛନ୍ତି। କେବଳ ଏବେ ନୁହେଁ ରାଜ୍ୟର ପ୍ରମୁଖ କ୍ୟାପିଟାଲ୍  ସ୍ପିଟାଲ୍‌ରେ ନୀତିଦିନ ରୋଗୀ ସମ୍ପର୍କୀୟମାନେ ଏଭଳି ଦୟନୀୟଭାବେ ରାତି କାଟୁଛନ୍ତି । ସୂଚନା ଅନୁସାରେ
କ୍ୟାପିଟାଲ୍ ହସ୍ପିଟାଲକୁ କେବଳ ଭୁବନେଶ୍ଵର ନୁହେଁ ଜିଲ୍ଲା ବାହାରୁ ମଧ୍ଯ ପ୍ରତିଦିନ ହଜାର ହଜର ଲୋକ ଚିକିତ୍ସା ପାଇଁ ଆସୁଛନ୍ତି। କ୍ୟାପିଟାଲ୍  ହସ୍ପିଟାଲ୍‌ରେ ପ୍ରାୟ ୧୦୦୦ ରୋଗୀ ବିଭିନ୍ନ ୱର୍ଡରେ ଚିକିତ୍ସିତ ହେଉଛନ୍ତି। ରୋଗୀ ପାଖରେ ଜଣେ ଆଟେଣ୍ଡାଣ୍ଟ ରହିବାର ବ୍ୟବସ୍ଥା ରହିଛି। ତେଣୁ ବାକି ସମ୍ପର୍କୀୟ ବାରଣ୍ଡାରେ କିମ୍ବା ବାହାରେ ରହୁଛନ୍ତି। ଏହାସହିତ ଦୂରରୁ ଆସୁଥିବା ରୋଗୀ ଗୋଟିଏ ଦିନରେ ଡାକ୍ତରଙ୍କୁ ଦେଖାଇବା ସହିତ  ରିପୋର୍ଟ ପାଇ ପାରୁ ନଥୁବାରୁ ସେମାନେ ମଧ୍ୟ ଟଙ୍କା ଅଭାବରୁ ଆହାର କେନ୍ଦ୍ରରେ ଖାଇ ହସ୍ପିଟାଲ ବାରଣ୍ଡାରେ ରାତି କଟାଉଛନ୍ତି। ଅନ୍ୟପକ୍ଷ ରେ କ୍ୟାପିଟାଲ ହସ୍ପିଟଲରେ ଥିବା ସୁପରସ୍ପେସାଲିଟି ବିଭାଗ ଗୁଡ଼ିକରେ ପ୍ରତିଦିନ ମାତ୍ର ଏକ ସୀମିତ ସଂଖ୍ୟକ ରୋଗୀଙ୍କୁ ଡାକ୍ତର ଦେଖୁଛନ୍ତି । ସାଢ଼େ ୮ଟାରେ ପଞ୍ଜୀକରଣ କେନ୍ଦ୍ର ଖୋଲା ଯାଉଥିଲେ ମଧ୍ୟ ୧୦ଟା ସୁଦ୍ଧା ଟିକଟ ସରି ଯାଉଛି | ତେଣୁ ଏହାକୁ ଦୁରଦୁରାନ୍ତରୁ ରୋଗୀ ଗୋଟିଏ ଦିନ ପୂର୍ବରୁ ଆସି ଟିକଟ ଅପେକ୍ଷା କରୁଛନ୍ତି । ତେଣୁ ସେମାନେ ମଧ୍ଯ ରାତିରେ ସେହି ପଞ୍ଜୀକରଣ ସମ୍ମୁଖରେ ଅପେକ୍ଷା କରି ରହୁଛନ୍ତି। ପଥର, ପାଣି ବୋତଲ ଥୋଇ ପ୍ରଥମ ଟିକଟ ପାଇଁ ଅପେକ୍ଷା କରି ରହୁଛନ୍ତି । ସୂଚନାଯୋଗ୍ୟ ଯେ କ୍ୟାପିଟାଲ ହସ୍‌ପିଟାଲ୍‌କୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ରାତ୍ରୀକାଳୀନ ରହଣି ପାଇଁ ହସ୍‌ପିଟାଲ ପରିସରରେ ଏକ ଧର୍ମଶାଳା ନିର୍ମାଣ କରାଯାଉଛି । ଏଥିପାଇଁ ରାଜ୍ୟ ସରକାର ‘ ଆମ୍ ହସ୍‌ପିଟାଲ୍’ଯୋଜନାରେ ଆର୍ଥକ ସହୟତା ଯୋଗାଇ ଦେଇଛନ୍ତି । ମାତ୍ର ଇତି  ମଧ୍ୟରେ ଦୁଇବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଧର୍ମଶାଳା ନିର୍ମାଣ କାର୍ଯ୍ୟ ସରିନାହିଁ । ଫଳରେ ଶୀତ, କାକରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଡହଳବିକଳ ହେଉଛନ୍ତି । ଏନେଇ କ୍ୟାପିଟାଲ ହସ୍ପିଟାଲ  ପକ୍ଷରୁ କୁହାଯାଇଛି ଯେ ଖୁବଶୀଘ୍ର  ଧର୍ମଶାଳାର ଉଦ୍‌ଘାଟନ କରାଯିବ। ସେଠାରେ ରୋଗୀ ସମ୍ପର୍କୀୟ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ତେବେ ଯେଉଁଠି କାମ ସମ୍ପୂର୍ଣ ପାଇଁ ଦୁଇବର୍ଷରୁ ଅଧିକ ସମୟ ବିତି ଗଲାଣି  ସେଠାରେ ଉଦଘାଟନ ଆଉ କେତେବର୍ଷ ରେ ହେବ ତାହତ ସମୟ କହିବ |କିନ୍ତୁ ଏହିଭଳି ଜାଡରେ ରେ ରୋଗୀଙ୍କ ସମ୍ପର୍କୀୟ ମାନେ ଆଉ କେତେଦିନ ଏପରି ଆସୁବିଧା ର ସମ୍ମୁଖୀନ ହେବେ    ତାହା ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ ଙ୍କ ସଚିବ ଓ ବିଭାଗୀୟ  ମନ୍ତ୍ରୀ ବୁଝିଲେ ହେଲା ବୋଲି ସହର ରେ ଚର୍ଚ୍ଚା |

News Comment

You Might Also Like

BACK TO TOP