Breaking News

ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||     

ମେଗା ଜଳ ଯୋଗାଣ ପ୍ରକଳ୍ପ ଠିକା ସଂସ୍ତାର ମନମୁଖୀ କାର୍ଯ୍ୟ କୁ ବିରୋଧ |

28-Mar-2026

ମେଗା ଜଳଯୋଗାଣ ପ୍ରକଳ୍ପ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ : ପାଇପ୍ ଲାଇନ୍ ବିଛାଇ ନଷ୍ଟ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା

ଓଡିଶା ଜନମତ,ବାଲିଗୁଡ଼ା, ତା, ୨୮/୦୩,

ସଞ୍ଜୟ କୁମାର ପାଣିଗ୍ରାହୀ):  --

ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରୁଥିବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ନେଇ ଦେଖାଦେଇଛି ଅସନ୍ତୋଷ । ଗାଁ କୁ ଗାଁ ସଂଯୋଗୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣଧିନ ରାସ୍ତାକୁ ନଷ୍ଟ କରୁଛି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟରତ ଠିକା ସଂସ୍ଥା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତରେ । ଗାଁ କୁ ଗାଁ ସଂଯୋଗୀକରଣ କରିବା ପାଇଁ ବାଲିଗୁଡ଼ା ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ବାରା ସିଦ୍ରିଗାଁ ପଞ୍ଚାୟତର ମାଣିକୁଟୀ ଠାରୁ ଜରିସୁଗା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଚାଲିଛି । କିନ୍ତୁ ରାସ୍ତା କାମ ନ ସରୁଣୁ ନିୟମ ଉଲ୍ଲଂଘନ କରି ଗ୍ରାମ୍ୟ ଜଳଯୋଗାଣ ଦ୍ବାରା ନିର୍ମାଣଧିନ ମେଗା ଜଳଯୋଗାଣର ଠିକା ସଂସ୍ଥା ମନମୁଖୀ ଭାବେ ନିର୍ମାଣଧିନ ପିଚୁ ରାସ୍ତା କଡ଼ରେ ଜେସିବି ଦ୍ବାରା ଖୋଳି ପାଣି ପାଇପ୍ ବିଛାଇବା ସହ ନିର୍ମାଣଧିନ ରାସ୍ତା କ୍ଷତିଗ୍ରସ୍ତ କରୁଥିବା ଅଭିଯୋଗ ହୋଇଛି । ଠିକା ସଂସ୍ଥା କର୍ମଚାରୀ ଓ ଗ୍ରାମବାସୀ ଏହାକୁ ବିରୋଧ କରିବା ସତ୍ତ୍ୱେ ସମ୍ପୃକ୍ତ ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି । କେବଳ ଏହି ରାସ୍ତା ନୁହେଁ ବରଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ଅନେକ ରାସ୍ତା ସମ୍ପୃକ୍ତ ମେଗା ଜଳଯୋଗାଣ ପ୍ରକଳ୍ପର ଠିକା ସଂସ୍ଥା ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଏନେଇ ଠିକା ସଂସ୍ଥା କର୍ମଚାରୀ ଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନଥିବା ବେଳେ ଗ୍ରାମ୍ୟଉନ୍ନୟନ ବିଭାଗ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାରମ୍ବାର କହିବା ସତ୍ତ୍ୱେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ରାତିଅଧିଆ ଜେସିବି ଲଗାଇ ଗାତ ଖୋଳି ପାଣି ପାଇପ୍ ବିଛାଇବା ସହ ରାସ୍ତା ନଷ୍ଟ କରିଥିବା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଶ୍ୟାମସୁନ୍ଦର ସିଂ। ଏଥିସହିତ ଏଥିପ୍ରତି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉଭୟ ବିଭାଗର କାର୍ଯ୍ୟ ଯେଭଳି ସଠିକ୍ ଭାବରେ ହୋଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

News Comment

You Might Also Like

BACK TO TOP