Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ରୁ ଫାଇଲ ହଜିବା ଘଟଣାରେ ହାଜର ହେବେନି ପାଣ୍ଡିଆନ ଓ ଉପେନ୍ଦ୍ର ନାଥ |

26-Jul-2026

ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ରୁ ଫାଇଲ ଗାଏବ ଘଟଣାରେ ହାଜର ହେଲେନି ପାଣ୍ଡିଆନ ଲଣ୍ଡନରୁ ପଠାଇଲେ ଇ-ମେଲ୍ ,

ଓଡିଶା ଜନ ମତ ବ୍ୟୁରୋ,

ବହୁତ ଦିନ ହେଲା ଲାଗିରହିଥିବା ମୁଖ୍ୟମନ୍ତ୍ରୀ ଙ୍କ ଅଫିସିରୁ ଗୁରୁତ୍ୱ ପୁର୍ଣ ଫାଇଲ  ଯାହା କନ୍ଧମାଳ ସ୍ୱାମୀ ଲଖ୍ମଣା ନନ୍ଦ ସରସ୍ବତୀ ହତ୍ୟା ଘଟଣାସମ୍ପର୍କିତ  ଜଷ୍ଟିସ  ଏ ଏସ ନାଇଡ଼ୁ ଓ ସମ ହସ୍ପିଟାଲ ଅଗ୍ନିକାଣ୍ଡ ରେ ଆରଡିସି ତଦନ୍ତ ଘଟଣା ର ଫାଇଲ ହଜିଯିବା ଉପରେ କିଛି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ତରଫରୁ ନୋଟିସ କରାଯାଇଥିଲା | ଏହି ନୋଟିସି ରେ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ଭିକେ ପାଣ୍ଡିଆନ ଓ ଉପେନ୍ଦ୍ର ନାଥ ବେହେରା ଓ ଅନ୍ୟ ସଚିବ ମାନେ | ତେବେ ଏହି ଘଟଣାରେ ଭିକେ ପାଣ୍ଡିଆନ ଲଣ୍ଡନ ରେ ଥିବାରୁ ଇମେଲ ମାଧମରେ ଆସିବେନି ଜଣାଇଥିଲା ବେଳେ ଆସନ୍ତାକାଲି ହାଜର ହେବେନି ଉପେନ୍ଦ୍ରନାଥ  ବେହେରା | ଏପଟେ ପାଣ୍ଡିଆନ କହିଛନ୍ତି ଯଦି ପୁଲିସ ଚାହିଁବ, ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜର ବୟାନ ଦେଇପାରିବେ । ଏପରିକି ଅଗଷ୍ଟ ୧୨ରୁ ୧୫ତାରିଖ ମଧ୍ୟରେ ସେ ଓଡ଼ିଶା ଫେରିବା ପରେ ଥାନାରେ ଯାଇ ହାଜର ହେବେ ବୋଲି ଇ-ମେଲରେ ସ୍ପଷ୍ଟ କରିଥିବା ଜଣାପଡ଼ିଛି |ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ମାମଲାରେ ନୋଟିସ୍ ସତ୍ତ୍ୱେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଆଜି ହାଜର ହୋଇନାହାନ୍ତି। ଓଲଟା ଲଣ୍ଡନରୁ ଇ-ମେଲ୍ ପଠାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜର ପକ୍ଷ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ସେହିପରି ଏହି ସମାନ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ଅତିରିକ୍ତ ମୁଖ୍ୟ ସଚିବ ଉପେନ୍ଦ୍ରନାଥ ବେହେରା ମଧ୍ୟ ଆସନ୍ତାକାଲି ହାଜର ହେବେ ନାହିଁ ବୋଲି ଜଣାପଡ଼ିଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାଣ୍ଡିଆନ ତଦନ୍ତକାରୀ ଅଧିକାରୀଙ୍କୁ ଇ-ମେଲ୍ ପଠାଇ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ଏବେ ସେ ବ୍ୟକ୍ତିଗତ କାର୍ଯ୍ୟରେ ଲଣ୍ଡନରେ ଥିବାରୁ ଥାନାରେ ହାଜର ହୋଇପାରିବେ ନାହିଁ ବୋଲି ଅବଗତ କରିଛନ୍ତି। ଯଦି ପୁଲିସ ଚାହିଁବ, ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜର ବୟାନ ଦେଇପାରିବେ ବୋଲି କହିଛନ୍ତି। ଏପରିକି ଅଗଷ୍ଟ ୧୨ରୁ ୧୫ତାରିଖ ମଧ୍ୟରେ ସେ ଓଡ଼ିଶା ଫେରିବା ପରେ ଥାନାରେ ଯାଇ ହାଜର ହେବେ ବୋଲି ଇ-ମେଲରେ ସ୍ପଷ୍ଟ କରିଛନ୍ତି। ଶ୍ରୀ ପାଣ୍ଡିଆନଙ୍କୁ ଗତ ୨୨ତାରିଖରେ କମିଶନରେଟ ପୁଲିସ ନୋଟିସ୍ ଜାରି ଆଜି ଜୁଲାଇ ୨୫ତାରିଖ ଦିନ ୧୧ଟାବେଳେ ହାଜର ହେବାକୁ କହିଥିଲା।ପାଣ୍ଡିଆନଙ୍କ ଇମେଲ୍ ସମ୍ପର୍କରେ ସୂଚନା ଦେଇ ପୁଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି ଯେ, ଇମେଲ୍ ପଠାଇ ସେ ତଦନ୍ତରେ ସହଯୋଗ କରିବେ ବୋଲି ଜଣାଇଛନ୍ତି। ସେ ବିଦେଶରେ ଥିବାରୁ ତାଙ୍କୁ ଅଧିକ ସମୟ ମଧ୍ୟ ପ୍ରଦାନ କରାଯାଇଛି।ସେହିପରି ଏହି ମାମଲାରେ ଜୁଲାଇ ୨୩ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ଅତିରିକ୍ତ ମୁଖ୍ୟ ସଚିବ ଉପେନ୍ଦ୍ରନାଥ ବେହେରାଙ୍କୁ ଜୁଲାଇ ୨୬ତାରିଖ ଦିନ ୧୧ଟାରେ ହାଜର ହେବାକୁ ପୁଲିସ କହିଥିଲା। ମାତ୍ର ସୂତ୍ର ଅନୁସାରେ, ଶ୍ରୀ ବେହେରା ସପରିବାର ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଓଡ଼ିଶାରେ ନାହାନ୍ତି। ତେଣୁ ପୁଲିସ ନୋଟିସ୍ ସମ୍ପର୍କରେ ସେ2026 ଅବଗତ ଅଛନ୍ତି କି ନାହିଁ ତାହା ମଧ୍ୟ ଅସ୍ପଷ୍ଟ। ସେ ଆସନ୍ତାକାଲି ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଏହି ନୋଟିସକୁ ନେଇ ପୁଣିଥରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି ଯେ, ବିଜେପି ସରକାର ଆକ୍ରୋଶମୂଳକ ରାଜନୀତିରୁ ବିରତ ରହୁ। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ସରକାର କାର୍ଯ୍ୟ କରୁଛନ୍ତି। ନଈରେ ହଜିଥିବା ଜିନିଷକୁ ପୋଖରୀରେ ନଖୋଜି, ଯେଉଁଠି ଫାଇଲ ହଜିଛି ସରକାର ସେଇଠି ଖୋଜନ୍ତୁ। ଜଣେ ଲୋକ ଉପରେ ଆକ୍ରୋଶ ରଖି ରାଜ୍ୟର ସମସ୍ତ ଶକ୍ତିକୁ ବିନିଯୋଗ କରାଯାଉଛି, ଯାହାଫଳରେ ଜଣେ ଭୟଭୀତ ହେବା ସ୍ୱାଭାବିକ। ଦେଶରେ ଯେଉଁ ଭୟର ବାତାବରଣ ସୃଷ୍ଟି କରାଯାଉଥିଲା, ଏବେ ସେହି ଭୟ ଆଉ ନାହିଁ ବୋଲି ସେ କହିଛନ୍ତି ।
ତେବେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କଡ଼ା ଆଭିମୁଖ୍ୟ ପୋଷଣ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାଏବ ପ୍ରସଙ୍ଗରେ ପାଣ୍ଡିଆନ ହୁଅନ୍ତୁ କି ବ୍ରହ୍ମା ହୁଅନ୍ତୁ, ଆଇନ ଆଗରେ ସମସ୍ତେ ସମାନ। ଅତୀତରେ ସେମାନେ ନିଜେ କହୁଥିଲେ ଯେ ଆଇନ ତା ବାଟରେ ଯିବ। ଏବେ ମାମଲା ରୁଜୁ ହୋଇଛି, ତେଣୁ ଜେରା କରାଯିବ। ଆଜି ହାଜର ନହେଲେ କାଲି ହାଜର ହେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ଜାମିନବିହୀନ ଗିରଫ ପରୱାନା ଜାରି ହେବ, କିନ୍ତୁ ଆଇନ ତା’ ନିଜ କାମ ସମ୍ପୂର୍ଣ୍ଣ କରିବ ବୋଲି ସେ କହିଛନ୍ତି।ସୂଚନାଯୋଗ୍ୟ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ସମ୍ପର୍କିତ ଜଷ୍ଟିସ ଏ.ଏସ. ନାଇଡୁ କମିଶନ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ସ୍ତରୀୟ ତଦନ୍ତ ରିପୋର୍ଟ ଗାଏବ ହେବା ଅଭିଯୋଗରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଲିଖିତ ଏତଲାକୁ ଭିତ୍ତିି କରି କ୍ୟାପିଟାଲ ଥାନା ପୁଲିସ ଗତ ଜୁନ୍ ୧୦ ତାରିଖରେ ମାମଲା ରୁଜୁ କରିଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ୩୦୫, ୩୧୬(୨), ୨୩୮(ଗ), ୨୪୧ ଏବଂ ୬୧(୨)ଖ ଭଳି ଗୁରୁତର ଦଫାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।

News Comment

You Might Also Like

BACK TO TOP