Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |

24-Aug-2026

ଏବେବି ଚାଲୁଛି  କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଗରିବ ଅସହାୟ  ଜନ ସାଧାରଣ  

| ଓଡିଶା ଜନ ମତ ବ୍ୟୁରୋ,
 
ପୋଲିସ, ପ୍ରଶାସନ ଏତେ  ସଜାଗ ରହି ଆଗକୁ ବଢ଼ି ସଚେତନତା ଏବଂ ଅଗ୍ରଗତି କରୁଥିଲେ ବି ସେହି ପୁରୁଣା କାଳିଆ ଜମାନା ଏବେବି ଗାଁ, ଗହଳିରେ  ମନ ପଲି, ଜୋର ଜୁଲମ, ବାଧ୍ୟ ବାଧ୍ୟକତା  ଚାଲୁଛି ||ଯାହାକୁ କି ସେମାନଙ୍କ ଆଦେଶ କୁ ଏହି ଅସହାୟ ପରିବାର ଯଦି ନ ମାନନ୍ତି  ତେବେ ଅସୁବିଧା ରେ ପଡନ୍ତି, ଯଦି ମାନନ୍ତି ତେବେ ମଧ୍ୟ  ଜୋରିମାନା ଅର୍ଥ ଦେଇ  ଶଙ୍କଟ ରେ କାଳ ତିପାତ  କରନ୍ତି  | ଯଦି ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା ଓ ଗଞ୍ଜାମ ଥାନା ଅଞ୍ଚଳରେ ଏବେ  ଦେଖିବାକୁ ମିଳୁଛି କଙ୍ଗାରୁ କୋର୍ଟ  | ପୋଲିସ ଅଛି, କୋର୍ଟ ଅଛି, ପ୍ରଶାସନ ଅଛି, ହେଲେ ନ୍ୟାୟ ନାହିଁ। ଏଠି ନ୍ୟାୟ ଦେଉଛନ୍ତି ଗାଁର ତଥାକଥିତ ଭଦ୍ର ବ୍ୟକ୍ତି ତଥା ଗ୍ରାମ କମିଟି ସଭାପତି। ସେ ଜମି ବିବାଦ ହେଉ କିମା ପାରିବାରିକ କଳହ ହେଉ କିମ୍ବା ପ୍ରେମ ବ୍ୟାପାର ଅବା କୂଳ ଘଟଣା ଘଟିଲେ ଲୋକଙ୍କୁ ବସାଇ ଦଣ୍ଡ ଦିଆଯାଉଛି, ନିର୍ଯାତନା ଦିଆଯାଉଛି, ବାସନ୍ଦ କରାଯାଉଛି।
ସବୁଠାରୁ ଲଜ୍ଜାର କଥା ହେଉଛି ବାସନ୍ଦ ପ୍ରଥା।  ବିଭିନ୍ନ ପଞ୍ଚାୟତରେ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇ ଗାଁରୁ ବାହାର କରି ଦିଆଯାଉଛି। କାହା ଦୋକାନରୁ ସଉଦା ଦିଆ ଯାଉନି, କାହା ସହ କଥା ହେଲେ ଜରିମାନା, ନଳକୂପରୁ ପାଣି ନେବା ମନା, ମଶାଣିକୁ ବି ଯିବା ମନା। ମଣିଷକୁ ଜିଅନ୍ତା ମରି ଯିବାକୁ ବାଧ୍ୟ କରାଯାଉଛି।
ଏନେଇ ମାନବିକ ଅଧିକାର ଆୟୋଗ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ – ବାସନ୍ଦ ପ୍ରଥା ଅମାନବିକ, ଏହାକୁ ତୁରନ୍ତ ବନ୍ଦ କର, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ। ହେଲେ ଆୟୋଗଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗଞ୍ଜାମ ପ୍ରଶାସନର ନିଦ ଭାଙ୍ଗୁନାହିଁ। ଆୟୋଗଙ୍କ ଚିଠି ଫାଇଲ ତଳେ ଗଡୁଛି। ପ୍ରଶାସନ ଜାଣିଶୁଣି ଅଣଦେଖା କରୁଛି, କାରଣ ଏହି କଙ୍ଗାରୁ କୋର୍ଟ ପଛରେ ଅଛି ରାଜନୈତିକ ପ୍ରଶୟ।
ଅଭିଯୋଗ ଅନୁଯାୟୀ, ସଂଖ୍ୟା ଗରିଷ୍ଠ ଗୋଷ୍ଠୀ ନିଜ ପ୍ରଭାବ ଖଟାଇ ସଂଖ୍ୟା ଲଘୁ ଗୋଷ୍ଠୀର ଲୋକଙ୍କୁ ଗାଁର ବିଭିନ୍ନ ପ୍ରକାର ଶୁଭ କାର୍ଯ୍ୟରୁ ବାସନ୍ଦ କରୁଛନ୍ତି। ଚାନ୍ଦା ନେଉ ନାହାନ୍ତି, ବୈବାହିକ ଜୀବନ ଭଳି ପବିତ୍ର ସମ୍ପର୍କରେ ମଧ୍ୟ ବାଧା ସୃଷ୍ଟି କରୁଛନ୍ତି। ଏପରିକି ଗାଁର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ତାଲା ପକାଇ ପୂଜା ପାଠରୁ ବଞ୍ଚିତ କରୁଛନ୍ତି। ମଣିଷ ମରିଗଲେ ମଶାଣି ମନା, ବଞ୍ଚିଥିଲେ ମନ୍ଦିର ମନା, ଏଠି ଧର୍ମ ନାଁରେ ଚାଲିଛି ଅଧର୍ମ।
ପ୍ରଶ୍ନ ଉଠୁଛି, ଯଦି ମାନବିକ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶକୁ ପ୍ରଶାସନ ମାନୁନାହିଁ, ତେବେ ସାଧାରଣ ଲୋକ ଯିବେ କେଉଁଠି? ପୋଲିସ କାହିଁକି ଚୁପ୍‌? ପ୍ରଶାସନ କାହିଁକି ଚୁପ୍‌? ଏହି ବାସନ୍ଦ ପ୍ରଥା ପଛରେ କେତେ ଟଙ୍କାର ଜରିମାନା ବାଣିଜ୍ୟ ଚାଲିଛି ତା’ର ତଦନ୍ତ କିଏ କରିବ?। ତୁରନ୍ତ ମାନବିକ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶ ଲାଗୁ କରି କଙ୍ଗାରୁ କୋର୍ଟ ଚଳାଉଥିବା ଅସାମାଜିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ପରିସ୍ଥିତି ଆହୁରି ଭୟାବହ ହେବ।  ଏହା ଉପରେ ଜିଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ଦାବି ହୋଇଛି। ତେବେ ପ୍ରଶାସନ ଓ ପୋଲିସ କେବେ ଏହି କଙ୍ଗାରୁ କୋର୍ଟ ରେ ଆଧିପତ୍ୟ ବିସ୍ତାର କରୁଥିବା ବ୍ୟକ୍ତି ଙ୍କ  ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ତାହାକୁ ଦେଖିବା କଥା | ଏବଂ ସମସ୍ତେ ମାନବାଧିକାର ଆୟୋଗ ଙ୍କ ନିଷ୍ପତିକୁ ମାନି ଏହି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ କେବେ ଦଣ୍ଡା ଦେଶ ଦେବେ ତାହାକୁ ଦେଖିବାକୁ  ବାକି ରହିଛି |

News Comment

You Might Also Like

BACK TO TOP