Breaking
News
Breaking
News
09-Oct-2026
ସେବା ସଂକଳ୍ପ ଅଭିଯାନ – ୨୦୨୬” ଏବଂ ଶ୍ରମିକ କଲ୍ୟାଣ ଓ ସାମାଜିକ ସୁରକ୍ଷା ସଚେତନତା ଶିବିର ।
ଓଡିଶା ଜନ ମତ, ହିଞ୍ଜିଳି, କୃଷ୍ଣ ଚନ୍ଦ୍ର ସାମନ୍ତରା:----
ସ୍ଥାନୀୟ ଖୋଡ଼ାଶିଙ୍ଗୀ କଲ୍ୟାଣ ମଣ୍ଡପ, ବ୍ରହ୍ମପୁର ଠାରେ ସେବା ସଂକଳ୍ପ ଅଭିଯାନ- ୨୦୨୬ ଶ୍ରମିକ କଲ୍ୟାଣ ଓ ସାମାଜିକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି । ଆଜିର ଏହି ଅଭିଯାନ ରେ ଶିକ୍ଷା ସହାୟତା ବାବଦକୁ ୪୭୧ ଜଣ ହିତାଧିକାରୀଙ୍କୁ ୩୬ ଲକ୍ଷ ୬୯ ହଜାର ୪୦୦ ଟଙ୍କା, ୨୭୭ ଜଣଙ୍କୁ ବିବାହ ସହାୟତା ବାବଦକୁ ୧ କୋଟି ୩୮ ଲକ୍ଷ ୫୦ ହଜାର, ପ୍ରସୂତି କାଳୀନ ସହାୟତା ବାବଦରେ ୨୧ ଜଣ ହିତାଧିକାରୀଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କା, ମୃତ୍ୟୁ ଓ ଶେଷକୃତ୍ୟୁ ସହାୟତା ବାବଦକୁ ୨୮ ଜଣଙ୍କୁ ୮୪ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ମୋଟ ୮୨୫ ଜଣଙ୍କୁ ୨ କୋଟି ୬୧ ଲକ୍ଷ ୬୯ ହଜାର ୪ ଶହ ଟଙ୍କା ପ୍ରଦାନ କରାଯାଇଅଛି ।
କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ, ବ୍ରହ୍ମପୁର ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀମତୀ ସୁମିତ୍ରା ମାଝୀ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ବାବୁ ଚରଣ ପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ଛତ୍ରପୁର ଶ୍ରୀମତୀ ବର୍ଷାରାଣୀ ଜେନା, ଜିଲ୍ଲା ଶ୍ରମ ଅଧିକାରୀ ବ୍ରହ୍ମପୁର( ପ୍ରବର୍ତନ) ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଏବଂ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଶ୍ରୀମତୀ ମୋନାଲିସା ପାଢୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଜିଲ୍ଲାରେ ଶ୍ରମିକଙ୍କ କଲ୍ୟାଣ ପାଇଁ ରହିଥିବା ସରକାରୀ ସହାୟତା ସମ୍ପର୍କରେ ବୁଝାଇଥିଲେ । ସହକାରୀ ଶ୍ରମ ଅଧିକାରୀ, ବ୍ରହ୍ମପୁର ସୁଶ୍ରୀ ଶୁଭଲକ୍ଷ୍ମୀ ବେହେରା ଶିବିର ପରିଚାଳନା କରିଥିଲା ବେଳେ ଜିଲ୍ଲା ଶ୍ରମ ଅଧିକାରୀ, ଛତ୍ରପୁର ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ରହ୍ମପୁର ଶ୍ରମ ଜିଲ୍ଲାରେ ଅଦ୍ୟାବଧି ମୋଟ ୪,୩୦,୦୦୦ ଜଣ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି । ଜିଲ୍ଲାରେ ମୋଟ ୪୧୫୧୧ ଜଣ ଅଣସଂଗଠିତ ବୋର୍ଡ ରେ ପଞ୍ଜୀକୃତ ହୋଇଛନ୍ତି । ଜିଲ୍ଲାରେ ସାମାଜିକ ସୁରକ୍ଷା ବୋର୍ଡ ପକ୍ଷରୁ ୧୬୨ ଜଣଙ୍କୁ ଆଜି ପର୍ଯ୍ଯନ୍ତ ମୋଟ ୨,୨୩,୦୦,୦୦୦ ଟଙ୍କା ମୃତ୍ୟୁ ସହାୟତା ପ୍ରଦାନ କରାଯାଇଅଛି ।
BACK TO TOP