Breaking
News
Breaking
News
03-Oct-2026
ରଣଝାଲୀ ଗ୍ରାମ ପଞ୍ଚାୟତରେ ଶିଶୁ ବିବାହ, ପୋଷଣ ମୁକ୍ତ ଗ୍ରାମ ପାଇଁ ଗ୍ରାମସଭା ଅନୁଷ୍ଠିତ |
ଓଡିଶା ଜନ ମତ, ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ :----
ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ରାଣ ଝାଲୀ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ||ଏହି ବୈଠକରେ ଜିଲ୍ଲା ପ୍ରଶାସନ ର ନିଷ୍ପତି କ୍ରମେ ସରପଞ୍ଚଅନୀତା ପ୍ରଧାନ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପି ଇ ଓ )ଙ୍କ ମିଳିତ ସଂଯୋଜନା ରେ ଶିଶୁ ବିବାହ ନିରାକରଣ ଓ ଶିଶୁମାନଙ୍କ ସୁରକ୍ଷା, ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସିଡିପିଓ ଲଳିତା ମଲ୍ଲିକ ଏବଂ ଅଞ୍ଚଳ ପରିଦର୍ଶିକା (ସୁପରଭାଇଜର )ଶଶୀ ଦେବୀଙ୍କ ଉପସ୍ଥିତି ରେ ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱୟଂ ସହାୟିକା ସଦସ୍ୟମାନେ ଉପସ୍ଥିତ ରହି ଶିଶୁ ବିବାହ ରୋକିବା ପାଇଁ ସାମୂହିକ ପଦକ୍ଷେପ ଓ ସଚେତନତାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ | ଏହି ଗ୍ରାମ ପଞ୍ଚାୟତ ଅଧୀନ ସମସ୍ତ ଗ୍ରାମକୁ ଶିଶୁ ବିବାହ ମୁକ୍ତ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ଗ୍ରାମସଭାରେ ସାମୂହିକ ସଂକଳ୍ପ ନିଆଯାଇଥିଲା। ଶିଶୁ ବିବାହର କୌଣସି ଘଟଣା ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ସମ୍ପୃକ୍ତ ବିଭାଗକୁ ଜଣାଇବା ସହିତ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ଅଧିକାରକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସମସ୍ତ ମହିଳା ଓପୁରୁଷ ଗ୍ରାମବାସୀ, ଅଙ୍ଗନୱାଡି କର୍ମୀ, ସହାୟିକା,ଏଜିକେ,ଏ ଡବ୍ଲୁ ସି,ସହଯୋଗ କରିଥିଲେ। ଶିଶୁ ବିବାହ ଭଳି ସାମାଜିକ ପ୍ରଥାକୁ ରୋକିବା ପାଇଁ ପଞ୍ଚାୟତ, ସରକାରୀ ବିଭାଗ, ଅଙ୍ଗନବାଡ଼ି କର୍ମୀ, ସଦସ୍ୟ ଏବଂ ସମୁଦାୟର ମିଳିତ ପ୍ରୟାସ ଆବଶ୍ୟକ ବୋଲି ଗ୍ରାମସଭାରେ ମତ ପ୍ରକାଶ ପାଇଥିଲା।ଏହା ସହ ଅଙ୍ଗନ ୱାଡି କେନ୍ଦ୍ରରେ ପୋଷଣ ଓ କିଶୋରୀ ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଥିଲା |
BACK TO TOP