Breaking News

ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||     

ମୋଦିଙ୍କ76ତମ ଜନ୍ମ ଦିନରେ 70ଗୋଟି ବୃକ୍ଷ ରୋପଣ କରିଥିଲେ ବନ ଅଧିକାରୀ ||

18-Sep-2026

ମୋଦିଙ୍କ ଜନ୍ମଦିନରେ ଏକ ପେଡ୍ ମା କେ ନାମ ୩.୦
କଲଟିପଦରରେ ୭୦ଟି ଚାରାରୋପଣ, ପରିବେଶ ସୁରକ୍ଷା ନେଇ ସଚେତନତା
ଓଡିଶା ଜନମତ ରାୟଗଡା ୧୭/୦୯,

କାମେଶ୍ୱର କରକରିଆ : -----

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଏକ ପେଡ୍ ମା କେ ନାମ ୩.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ଅନ୍ତର୍ଗତ କଲଟିପଦର ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ଆଜି ଅପରାହ୍ନ ୪ଟା ସମୟରେ ବନ ବିଭାଗ ପକ୍ଷରୁ ସିଏସଆର ପ୍ଲାଣ୍ଟେସନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଚାରାରୋପଣ କାର୍ଯ୍ୟକ୍ରମରେ ମୋଟ ୭୦ଟି ଗଛ ଲଗାଯାଇଥିଲା। ବନ ସୁରକ୍ଷା ସହ ପରିବେଶର ସନ୍ତୁଳନ ରକ୍ଷା, ସବୁଜିମା ବୃଦ୍ଧି ଏବଂ ଅଧିକରୁ ଅଧିକ ଚାରାରୋପଣ କରିବା ପାଇଁ ଏହି ଅବସରରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର ବ୍ଲକ ଚେୟାରମ୍ୟାନ ଅମ୍ବ୍ରିତା କାଡ୍ରାକା, ‘କ’ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଭି.ବି. ପ୍ରସାଦ ରାଓ ଏବଂ ସିଙ୍ଗାରି ସରପଞ୍ଚ ନେଲା ପ୍ରେରେପକା ପ୍ରମୁଖ ଯୋଗଦେଇ ଚାରାରୋପଣ କରିଥିଲେ। ଏଥିରେ ଛତାପଦର ଓ କରଞ୍ଜା ବନ ସୁରକ୍ଷା ସମିତି ସଦସ୍ୟଙ୍କ ସମେତ କରଞ୍ଜାର ମା ସନ୍ତୋଷୀ ଏସ୍‌ଏଚ୍‌ଜି ଓ ମା ସରସ୍ୱତୀ ଏସ୍‌ଏଚ୍‌ଜିର ମହିଳାମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଲ୍ୟାଣସିଂହପୁର ସେକ୍ସନ ଓ ସିକରପାଇ ସେକ୍ସନର ବନ କର୍ମଚାରୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ଫରେଷ୍ଟର, ଫରେଷ୍ଟଗାର୍ଡ, ପାରାଗାର୍ଡ, ଗଜସାଥୀଙ୍କ ସମେତ ଅନ୍ୟାନ୍ୟ ବନ କର୍ମଚାରୀ ଉପସ୍ଥିତ ରହି ଚାରାରୋପଣ ଓ କାର୍ଯ୍ୟକ୍ରମ ପରି ଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ନେଇ ସିଙ୍ଗାରି ଗ୍ରାମରୁ ପାରମ୍ପରିକ ଘୁମୁରା ବାଜା ଓ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହା ଫଳରେ ପରିବେଶ ସୁରକ୍ଷା ସହ ସ୍ଥାନୀୟ ପାରମ୍ପରିକ କଳା ଓ ସଂସ୍କୃତିର ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା। ଚାରାରୋପଣରେ ବହୁସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇଥିଲେ। ଲଗାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା, ଜଙ୍ଗଲ ସୁରକ୍ଷା କରିବା ଏବଂ ପରିବେଶକୁ ସୁସ୍ଥ ଓ ସବୁଜ ରଖିବା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା। ଗଛ ଲଗାଇବା ସହ ଗଛକୁ ବଞ୍ଚାଇବା ହିଁ ପରିବେଶ ସୁରକ୍ଷାର ମୁଖ୍ୟ ଆଧାର ବୋଲି ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା।

News Comment

You Might Also Like

BACK TO TOP