Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ||

21-Sep-2026

ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ, 

ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ ; ----

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟିର ଏକ ବୈଠକ ଗତ ୨୦ ସେପ୍ଟେମ୍ବର ୨୦୨୬ ତାରିଖରେ କମିଟିର ସଭାପତି ଶ୍ରୀ ରାମ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ୟାଙ୍କ କଲୋନୀର ବିଭିନ୍ନ ସ୍ଥାନୀୟ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା।ବୈଠକରେ ବ୍ୟାଙ୍କ କଲୋନୀର ୧ନଂ ଲେନ୍ରୁ ୮ନଂ ଲେନ୍ ପର୍ଯ୍ୟନ୍ତ ପିଚୁ ରାସ୍ତା  ନିର୍ମାଣ ପାଇଁ ପୌର କର୍ତ୍ତୃପକ୍ଷଙ୍କୁ  ବାରମ୍ବାର ଅନୁରୋଧ କରିବା ସତ୍ୱେ ଫଳପ୍ରଦ ନ ହେବ ହେତୁ ବୈଠକ ରେ କ୍ଷୋଭ ପ୍ରକାଶ କରାଯାଇଥିଲା I ପୌର କର୍ତ୍ତୃପକ୍ଷଙ୍କ  ନିକଟକୁ କମିଟି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳ ପୁନର୍ବାର  ଯାଇ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ ଅଞ୍ଚଳର ଷ୍ଟ୍ରିଟ୍ଲାଇଟ୍ଗୁଡ଼ିକର ସୁଚାରୁ ରୂପେ କାର୍ଯ୍ୟକାରିତା ଓ ଆବଶ୍ୟକ ସ୍ଥାନରେ ନୂତନ ଆଲୋକ ବ୍ୟବସ୍ଥା ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେବା ନିମନ୍ତେ ମଧ୍ୟ ସ୍ଥିର କରାଯାଇଥିଲା।କମିଟିର ସଂଗଠନକୁ ଅଧିକ ସୁଦୃଢ଼ ଓ ସୁସଂଗଠିତ କରିବା ଲକ୍ଷ୍ୟରେ ବ୍ୟାଙ୍କ କଲୋନୀ ଉନ୍ନୟନ ପରିଷଦ ର  ବାଇ-ଲ’ ପ୍ରସ୍ତୁତି କରିବା ଏବଂ ତାହାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ  କରି ପଞ୍ଜିକରଣ ଦାୟିତ୍ୱ ଶ୍ରୀ ଲିଙ୍ଗରାଜ  ସାହୁଙ୍କୁ ପ୍ରଦାନ କରାଯାଇଥିଲା।ବ୍ୟାଙ୍କ କଲୋନୀର ଉନ୍ନୟନମୂଳକ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଏକତା ବଜାୟ ରଖିବା ପାଇଁ ସଂଗଠନର ନାମ “ବ୍ୟାଙ୍କ କଲୋନୀ ଉନ୍ନୟନ ପରିଷଦ” ଭାବେ ନାମକରଣ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା।ବୈଠକରେ କମିଟିର ବହୁ ସଦସ୍ୟ ଯୋଗଦେଇ ବ୍ୟାଙ୍କ କଲୋନୀର ରାସ୍ତା, ଆଲୋକୀକରଣ, ପରିମଳ, ନାଗରିକ ସୁବିଧା ଓ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ଉପରେ ମତାମତ ରଖିଥିଲେ। ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ପୌର କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କାର୍ଯ୍ୟକାରୀ ସଭାପତି ଶ୍ରୀ ରମେଶ ମହାପାତ୍ର  ଆହ୍ୱାନ ଦେଇଥିଲେ।ସାଧାରଣ ସମ୍ପାଦକ ଡ଼ ଶଙ୍କର ମାଝୀ ପୂର୍ବ ସଭା ର ନିର୍ଧାରଣ ପାଠ କରି ପୌର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିବା  ପିଚୁ ରାସ୍ତା ନିର୍ମାଣର ପତ୍ର ଗୁଡିକୁ ଉପସ୍ଥାପନ କରିଥିଲେ I ଉକ୍ତ ବୈଠକରେ ସିମାଞ୍ଚଳ ପଣ୍ଡା ,ପୃଥ୍ୱୀରାଜ ସିଂହ , ଉମା ମିଶ୍ର ,ମମତା ବିଶୋୟୀ ,17 ନମ୍ବର ୱାର୍ଡ ର କର୍ପୋରେଟର ଦୁର୍ଗା କୁମାର ଲାୟକ ,ଗୋପାଳକୃଷ୍ଣ ପତି ,ସି ଏଚ ରାମକୃଷ୍ଣ ଦାସ ,ପ୍ରଦୀପ କୁମାର ଦାସ ,ବିଜୟ କୁମାର ଦାସ ଓ ହରିଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଅଂଚଳ ର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ I

News Comment

You Might Also Like

BACK TO TOP