Breaking
News
Breaking
News
01-Oct-2026
କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭିକାର୍ଯ୍ୟକ୍ରମ ଅନୁଷ୍ଠିତ |
ଓଡିଶା ଜନ ମତ, ପୁରୁଷୋତ୍ତମପୁ, ଶୁଭଙ୍କର ଦାଶ :----
ପୁରୁଷୋତ୍ତମପୁର ବ୍ଲକ୍ କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ପି ଏମ ଶ୍ରୀ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପୂର୍ଣ୍ଣିମା ସର୍ଦ୍ଦାର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଏନ ଏ ସି ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ,ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ର ଶାଖା ପରିଚାଳକ ଶ୍ରୀ ରୂପେଶ କୁମାର ରଥ ,ସନମନିତ ଅତିଥି ଭାବେ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନେ ଯୋଗଦେଇ ଥିଲେ।ଏଥିରେ କ୍ଲଷ୍ଟର ର ସମସ୍ତ ୧୦ ଟି ବିଦ୍ୟାଳୟ ର ୨୫୦ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ବିଭିନ୍ନ ପ୍ରକାର ପ୍ରତିଯୋଗିତା ରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ମୁଖ୍ୟ ଆକର୍ଷଣ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ।ଏଥରେ ଗଡସାହି ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ , ପି ଏମ ଶ୍ରୀ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ କନକା ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲା।ବିଚାରକ ଭାବରେ ସ୍ଥାନୀୟ ଓମ୍ ଡାନ୍ସ ଏକାଡେମୀ ର ଡାନ୍ସ ମାଷ୍ଟର ଶ୍ରୀ ବାଳକୃଷ୍ଣ ପ୍ରଧାନ, ଏସ ଆର ଅଗ୍ରହରମ୍ ପ୍ରାଥମିକ ବିଦ୍ୟାଳୟ ର ଶ୍ରୀ ନନ୍ଦ ଉଛବ ବେହେରା ଓ ହିଣ୍ଡୂଳI ପ୍ରାଥମିକ ସ୍କୁଲ ର ଶ୍ରୀ ତପୁ ସିଂ ଯୋଗଦେଇଥିଲେ।ଏହାକୁ ସି ଆର୍ ସି ସି ଶ୍ରୀ ହେମନ୍ତ କୁମାର ବେହେରା ସଂଯୋଜନା କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।ଶେଷରେ ସି ଆର୍ ସି ସି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
BACK TO TOP