Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

ଓଡିଶା ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମ ପତି ଙ୍କ ଖୋର୍ଦ୍ଧା ଜିଲ୍ଲା ବର ସାହି ପଞ୍ଚାୟତ ର କୁମ୍ଭୀଲୋ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପରିଦର୍ଶନ କଲେ |

22-May-2025

ବରସାହି ପଞ୍ଚାୟତ କୁମ୍ଭୀଲୋ ପ୍ରଧାନମନ୍ତ୍ରୀ ଆବାସ ଗୃହ ହିତାଧିକାରୀଙ୍କ  ଘର ପରିଦର୍ଶନ କଲେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି,

ବରସାହି ସରପଞ୍ଚ ଶରତ ଚନ୍ଦ୍ର ବେହେରା ଙ୍କୁ ଦେଲେ ଧନ୍ୟବାଦ 
----------------------------------------
ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ, ତା-22/05/25:

ଖୋର୍ଦ୍ଧା ବ୍ଲକ ଅଧିନ ବରସାହି ପଞ୍ଚାୟତ କୁମ୍ଭୀଲୋ ରାଜସ୍ୱ ଗ୍ରାମରେ ଆଜି ହଟାତ ପହଞ୍ଚି ଥିଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି।ସେଠାରେ ପହଞ୍ଚିବା କ୍ଷଣି ସ୍ଥାନୀୟ ସରପଞ୍ଚ ଶରତ ଚନ୍ଦ୍ର ବେହେରା ପୁଷ୍ପଗୁଛ ଓ ଉପଢ଼ୋକନ ଦେଇ ପାଛୋଟି ନେଇଥିଲେ ରାଜ୍ୟପାଳ ଙ୍କୁ।ସେଠାରେ ପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ପାଇଥିବା ସୁବାସିନୀ ସାହୁ  ହିତାଧିକାରୀଙ୍କ ଙ୍କ ଘର ପରିଦର୍ଶନ କରିଥିଲେ।ନୂତନ ଘର ଭିତରେ ପହଞ୍ଚି ବୁଲି ଦେଖିଥିଲେ ପାଖରେ ଥିଲେ ଖୋର୍ଦ୍ଧା ବିଧାୟକ,ଓ ଜିଲ୍ଲାପାଳ । ରାଜ୍ୟପାଳ ସୁବସିନୀ ସାହୁ ଓ ତାଙ୍କ ସ୍ୱାମୀ ଶରତ ସାହୁ ଙ୍କ ସହିତ ବାର୍ତ୍ତାଳାପ କରିଥିଲେ।ବିଶେଷ କରି ଏହି ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ କେତେ ଅର୍ଥ ପାଇଥିଲ,ପାଇଖାନା କରିଛ କି ନାହିଁ,ଉଜ୍ଜଳା ଯୋଜନା ରେ ଗ୍ୟାସ,ନିର୍ମାଣ ଶ୍ରମିକ କାର୍ଡ,ବିଦ୍ୟୁତ ବ୍ୟବସ୍ଥା,ପାନୀୟ ଜଳ ଓ କେମିତି ଚଳୁଛ ବୋଲି ପଚାରି ବୁଝିଥିଲେ। ଆଗରୁ ଚାଳ ଘର ଥିଲା ବର୍ଷା, ପବନ ଶୀତ କାକର କୁ ଭୟ ଥିଲା ଚାରି ପ୍ରାଣୀ କୁଟୁମ୍ବ ବହୁତ ଅସୁବିଧାରେ ଥିଲୁ ହେଲେ ପଂଚାୟତ ୱାର୍ଡ ମେମ୍ବର,ସରପଞ୍ଚ, ଓ ଖୋର୍ଦ୍ଧା ବ୍ଲକ ର ସାର ଙ୍କ ମାନଙ୍କ ସହଯୋଗ ରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଲୁ।ଅନ୍ୟ ସବୁ  ସୁବିଧା ପାଇଥିବା ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅଧିକ ୨୦ ହଜାର ପୋତ୍ସାହନ ପାଇଥିବା କହିଥିଲେ ହିତାଧିକାରୀ ସୁବାସିନୀ ସାହୁ। ସେହିପରି ସ୍ୱାମୀ ଶରତ ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ। ପରେ ପଡୋଶୀ ସୁରମା ସାହୁ ଙ୍କ ଘର ପରିଦର୍ଶନ କରିଥିଲେ।।ଏହି ଅବସରେ ସୁବାସିନୀ ସାହୁ ଙ୍କ ଘରୁ ରାଜ୍ୟପାଳ ପାଣି ପିଇଥିଲେ।ପରେ ସ୍ଥାନୀୟ ସରପଞ୍ଚ ଶରତ ଚନ୍ଦ୍ର ବେହେରା ଙ୍କ ସହିତ କଥା ହୋଇଥିଲେ ଏବଂ ଲୋକ ଙ୍କ ସାଙ୍ଗରେ ରହି ସରକାରୀ ଯୋଜନାର ସୁବିଧା ପହଞ୍ଚେଇବା କୁ ପରାମର୍ଶ ଦେଇଥିଲେ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ପାଇଁ ହିତାଧିକାରୀ ଙ୍କୁ ସମସ୍ତ ସହଯୋଗ କରିଥିବାରୁ ସରପଞ୍ଚ ଙ୍କୁ ଧନ୍ୟବାଦ ଦେଇଥିଲେ ମହାମହିମ।ରାଜ୍ୟପାଳ ଙ୍କ ଆଗମନ ଦେଖି କୁମ୍ଭୀଲୋ ଗ୍ରାମ ରେ ଖୁସିର ଲହରୀ ଖେଳିଯାଇଥିଲା।ସମସ୍ତଙ୍କ ଦାଣ୍ଡ ଦୁଆରେ ଝୋଟି ଚିତା ସହିତ ଦୀପ ଜାଳି ମହାମହିମ ଙ୍କୁ ପାଛୋଟି ନେବା ପାଇଁ ମହିଳା ଭଜନ ମଣ୍ଡଳୀ ,ପାଇକ ଆଖଡା,ସହିତ ଗ୍ରାମର ଶହ ଶହ ମହିଳା ପୁରୁଷ ଗ୍ରାମର ରାସ୍ତାରେ ଦୁଇ କଡ଼ ରେ ଠିଆ ହୋଇ ସ୍ୱାଗତ କରିଥିଲେ।ଏହି ଅବସରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେଵ, ଜିଲ୍ଲାପାଳ ଚଞ୍ଚଳ ରାଣା,ଏସ୍ପି ସାଗରିକା ନାଥ,ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ପ୍ରକାଶ ସାହୁ,ଖୋର୍ଦ୍ଧା ବିଡ଼ିଓ କ୍ଷୀରାଧି ତନୟା ସାହୁ,ଏବିଡ଼ିଓ ରଞ୍ଜନ କୁମାର ସ୍ୱାଇଁ,ବରସାହି ପଞ୍ଚାୟତ ସମିତି ସଭ୍ୟ ରାମ ଚନ୍ଦ୍ର ସାମନ୍ତରାୟ,ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନାୟକ,ଜଳପରିମଳ ସହକାରୀ ଯନ୍ତ୍ରୀ  ବିଷ୍ଣୁପ୍ରିୟା ସାହୁ,କନିଷ୍ଠ ଯନ୍ତ୍ରୀ,ବ୍ଲକ ଏପିଓ ତେଜେଶ୍ୱିନୀ ଦାସ,,ସିଡିପିଓ ନନ୍ଦିତା ମହାନ୍ତି,ଖୋର୍ଦ୍ଧା ବ୍ଲକ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ  ସଂଯୋଜକ ସୁନୀଲ କୁମାର ଜେନା, ବରସାହି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅବିନାଶ ପୃଷ୍ଟି,ଏଡିଇଓ ଯଶୋଦା ଦେଇ,ୱାର୍ଡ ମେମ୍ବର ତାରେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲା ବେଳେ ଉକ୍ତ ଗ୍ରାମର ଅଙ୍ଗନବାଡି କର୍ମୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ,ଗ୍ରାମବାସୀ,ପୋଲିସ ପ୍ରଶାସନ ପ୍ରମୁଖ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP