Breaking
News
Breaking
News
02-Jun-2025
ଶ୍ରୀ ଶ୍ରୀ ରାମେଶ୍ୱର ପ୍ଲମ୍ବର ଓ ଇଲେକ୍ଟ୍ରି ଆସୋସିଏସନର ବାର୍ଷିକ ବୈଠକ ଏବଂ ନୂତନ କମିଟି ଗଠନ।
ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା
ତା- ୦୨/୦୬/୨୦୨୫:
ପୋଲସରା ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ପ୍ଲମ୍ବର ଓ ଇଲେକ୍ଟ୍ରି ଆସୋସିଏସନର ବାର୍ଷିକ ବୈଠକ ଏବଂ ନୂତନ କମିଟି ଗଠନ କାର୍ଯ୍ୟକ୍ରମ ସ୍ଥାନୀୟ ରାମେଶ୍ୱର ଙ୍କ ମହାଦେବଙ୍କ ପିଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ସମସ୍ତ କର୍ମକର୍ତ୍ତା ଙ୍କ ସମେତ ସଦସ୍ୟ ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେଅହଦେଵ ଙ୍କ ଠାରେ ଭୋଗ ଲାଗି ହେବା ପରେ ଏକ ବୈଠକ କରାଯାଇଥିଲା।
ବୈଠକରେ ପୂର୍ବ ବର୍ଷର ସମସ୍ତ ଆୟ ଓ ବ୍ୟୟ ସମେତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ ସମୀକ୍ଷା କରାଯାଇଥିଲା ।ପରେ ୧୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ନୂତନ କାର୍ଯ୍ୟକାରୀ କମିଟି ସର୍ବସମ୍ମତି କ୍ରମେ ଗଠନ କରାଯାଇଥିଲା । ସଭାପତି ଟୁନା ମହାରଣା ,ଉପସଭାପତି ପ୍ରଶାନ୍ତ କୁମାର ସାହୁ,ସମ୍ପାଦକ ସୁକାନ୍ତ ପାତ୍ର ଓ କୋଷାଧ୍ୟକ୍ଷ ଜିତୁ ପ୍ରଧାନଙ୍କୁ ନିଆଯାଇଥିବା ବେଳେ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ନାଗେଶ୍ୱର ପାତ୍ର,ଜଗଲା, ପ୍ରଶାନ୍ତ କୁମାର ହୋତା, ଶିବ ଶଙ୍କର ସାହୁ,, ଦିଲ୍ଲୀପ ରଥ, ବୁଢ଼ା ମହାରଣା, ରବୀନ୍ଦ୍ର ପ୍ରଧାନ ଓ ଶ୍ରୀକାନ୍ତ ପ୍ରଧାନଙ୍କୁ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ସଦସ୍ୟ ରଘୁନାଥ ସାହୁ ଓ ଜୟରାମ ପ୍ରଧାନ ଙ୍କୁ ଚୟନ କରାଯାଇଛି। ଏଥି ସହ ଅନ୍ୟ ୧୦ ଜଣ ସଦସ୍ୟ ଙ୍କୁ ମଧ୍ୟ କମିଟିରେ ଗ୍ରହଣ କରାଯାଇଛି।
BACK TO TOP