Breaking
News
Breaking
News
07-Jun-2025
ଗାୟତ୍ରୀ ଶକ୍ତିପୀଠର ୧୯ ତମ ବାର୍ଷିକ ଉତ୍ସବ।
ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା
ତା.୦୭/୦୬/୨୦୨୫:
ପୋଲସରା ଗାୟତ୍ରୀ ଶକ୍ତିପୀଠର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୪ ତାରିଖରୁ ୫ ତାରିଖ ଦୁଇ ଦିବସୀୟ କାର୍ଯ୍ୟକ୍ରମ ମଧ୍ୟରେ କଳସ ଯାତ୍ରା, ଯୁଗ୍ମ ସଙ୍ଗୀତ, ପ୍ରବଚନ, ଦୀପ ମହାଯଜ୍ଞ ବିଶ୍ଵ କଲ୍ୟାଣ ନିମନ୍ତେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସାମୁହିକ ଦିକ୍ଷ ଗ୍ରହଣ ଓ ପୂର୍ଣ୍ଣାହୁତି ଆଦି ନିତିକାନ୍ତି, ବିଧିବିଧାନ ପୂର୍ବକ ସମାପନ କରାଯାଇଥିଲା। ଶେଷ ଦିବସରେ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ଶାନ୍ତିକୁଞ୍ଜ ହରିଦ୍ଵାରର ପ୍ରତିନିଧି ପ୍ରାଧ୍ୟାପକ ବୃନ୍ଦାବନ ମିଶ୍ର, ପରିବ୍ରାଜକ ପ୍ରମୋଦ କୁମାର ପାଢ଼ୀ, ଜୟନ୍ତ ମିଶ୍ର, ଦ୍ଵିତୀକୃଷ୍ଣ ପଟ୍ଟନାୟକ, ଅଧ୍ୟାପକ ମନୋଜ କୁମାର ସାହୁ, ରବୀନ୍ଦ୍ରନାଥ ଗୌଡ଼, ଗୋକୁଳ ଚନ୍ଦ୍ର ନାହାକଙ୍କ ସମେତ ବିଶିଷ୍ଠ ବ୍ୟକ୍ତିଭାବେ ପୋଲସରା ବିଧାୟକ ତଥା ରାଜ୍ୟ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ପୂର୍ବତନ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗଦେଇଥିବାବେଳେ ପୋଲସରା ଗାୟତ୍ରୀ ପରିବାରର କାର୍ଯ୍ୟକର୍ତ୍ତା ଯଦୁନାଥ ମିଶ୍ର, ଶିବରାମ ସାହୁ, ଅଭିମନ୍ୟୁ ମିଶ୍ର, ପଞ୍ଚଦାଶ, ସୁଶାନ୍ତ କୁମାର ସାହୁ, ଯମୁନା ବିଶ୍ଵାଳଙ୍କ ସମେତ ଅନେକ କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ରହି ପବିତ୍ର କାର୍ଯ୍ୟକ୍ରମକୁ ପୁର୍ଣ୍ଣାଙ୍ଗଭାବେ ସଫଳ କରିବାରେ ସହଯୋଗ କରିଥିଲେ।
BACK TO TOP