Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ସରକାରୀ ଜମି ଜବର ଦଖଲ କରିଥିବା ବ୍ୟକ୍ତି ଙ୍କ ଠାରୁ ଜମି ଉଦ୍ଧାର କରିବାକୁ ସରକାର ବଦ୍ଧ ପରିକର |

30-Oct-2025

ସରକାରୀ ଜମି  ଜବରଦଖଲ କରିଥିବା  ବ୍ୟକ୍ତିଙ୍କୁ ସରକାର ବରଦାସ୍ତ କରିବେନି |

      ଓଡିଶା ଜନ ମତ  ବ୍ୟୁରୋ,

ପୂର୍ବରୁ ଯେକୌଣସି ସରକାରୀ  ଜମି ମାଡ଼ିବସିଥିବା ବ୍ୟକ୍ତିଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ହାଇକୋର୍ଟ ରେ ଏକ ଜନ ସ୍ୱାର୍ଥ ମାମଲା ଦାୟର କରିଛନ୍ତି | ସେମାନଙ୍କ କବଳରୁ ଜମିକୁ ଉଦ୍ଧାର କରିବା ଓ ତାହାର ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଉଛନ୍ତି। ସରକାରୀ ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଫଳପ୍ରଦ ପଦକ୍ଷେପ ନିଆଯାଉଛି ବୋଲି ସରକାରଙ୍କ ତରଫରୁ ହାଇକୋର୍ଟରେ ଦର୍ଶାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଞ୍ଚଳରେ ସରକାରୀ ଜମିରେ ଥିବା ରାସ୍ତା ଜବର ଦଖଲ କରାଯାଇଥିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଏପରି ନୀତିଗତ ନିଷ୍ପତ୍ତି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ତରଫରୁ କୋର୍ଟ ଙ୍କୁ ଅବଗତ କରାଯାଇଥିଲା। ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଦେବାଶିଷ ତ୍ରିପାଠୀ ଦର୍ଶାଇଥିଲେ ଯେ ସରକାରୀ ଜମି ଜବରଦଖଲ ପ୍ରସଙ୍ଗରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର  | ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଓ ଏହାର ନିରାକରଣ ପାଇଁ ସରକାର ନୂଆ ନୀତି ପ୍ରଣୟନ କରିଛନ୍ତି। ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ସବୁ ଜିଲ୍ଲାପାଳଙ୍କୁ ଅଗଷ୍ଟ ୨୨ରେ ନିର୍ଦ୍ଦେଶନାମା ଜାରିକରାଯାଇଛି। ଏହି ନିର୍ଦ୍ଦେଶ ନାମା ଓ ଏହା ସହିତ ସଂଲଗ୍ନ ଆକ୍ସନ ପ୍ଲାନ୍‌ର କପି ଏଜିଏ ହାଇକୋର୍ଟରେ ଉପସ୍ଥାପନ କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଓ ଏହାର ସୁରକ୍ଷା ପ୍ରସଙ୍ଗରେ ବିଭାଗ ତରଫରୁ ପୂର୍ବରୁ ୨୦୨୪, ଜୁଲାଇ ୬ ଓ ସେପ୍ଟେମ୍ବର ୨୫ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା | କିନ୍ତୁ ବହୁ ପରିମାଣର ସରକାରୀ ଜମି ଜବରଦଖଲରେ ରହିଥିବା ଜଣାପଡ଼ିଥିଲା ତେଣୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଜବରଦଖଲରେ ରହିଥିବା ସରକାରୀ ଜମିର ଚିହ୍ନଟ ଓ ଉଚ୍ଛେଦ ପାଇଁ ରାଜସ୍ବ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସହରାଞ୍ଚଳ, ଅର୍ଦ୍ଧସହରାଞ୍ଚଳ, ବାଣିଜ୍ୟିକ ଦୃଷ୍ଟିରୁ ଉନ୍ନତ ବା ଉଦ୍ୟୋଗ ବିକଶିତ ଅଞ୍ଚଳରେ ଥିବା ସରକାରୀ ଜମିର ସୁରକ୍ଷାକୁ ପ୍ରାଥମିକତା ଦେଇ ବାଡ଼ ନିର୍ମାଣ କରିବା ଓ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କ୍ଷେତ୍ରସ୍ତରୀୟ ରାଜସ୍ବ କର୍ତ୍ତୃପକ୍ଷ ଆକ୍ସନ ପ୍ଲାନ୍ କଡ଼ାକଡ଼ି ପାଳନ କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା । ଏଥି ସହିତ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଦର୍ପଣ ତହସିଲ ଅଞ୍ଚଳରେ ତଦନ୍ତ କରାଯିବା ପରେ ଜବରଦଖଲ ହୋଇଥିବା ସ୍ପଷ୍ଟ ହୋଇଥିଲା ।  ଏହି ନିର୍ଦେଶ ପ୍ରଚାର ହେବାପରେ  ଜବର ଦଖଲ କାରୀଙ୍କ ମନରେ ଶକ୍ତ ଧକ୍କା ଲାଗିଥିବାର ଜଣା ପଡିଛି |  ମାଡ଼ିବସିଥିବା ସରକାରୀ ଜମିକୁ ସରକାର କେତେ ବେକେ ନେଇଯିବେ  ସେଇଚିନ୍ତାରେ  ତାଙ୍କୁ ଆଉ ନିଦ ହେଉନି, ସେମାନଙ୍କ ମୁଣ୍ଡ ବାଉଳି ଚାଉଳି ହେଉଛି |

News Comment

You Might Also Like

BACK TO TOP