Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ଚାରି ପ୍ରାଣୀ କୁଟୁମ୍ବ, ସରକାରୀ ସହାୟତା ଦାବି |

11-Dec-2025

ଦୁଃଖ  ରେ ଚାରି ପ୍ରାଣୀ କୁଟୁମ୍, ସ୍ୱାମୀଙ୍କ ମୃତ୍ୟପରେ  ଅସହାୟ ପରିବାର,

     ଓଡିଶା ଜନ ମତ ବ୍ୟୁରୋ,

ଘର ର ରୋଜଗାରିଆ ସ୍ୱାମୀ ଟି ଯଦି ମରିଯାଏ ତେବେ ସେମାନଙ୍କ ପରିବାର କୁ ପ୍ରତିପୋଷଣ କରିବା ଜଣେ ମହିଳା ଙ୍କ ପକ୍ଷରେ ସମ୍ଭବ ନୁହଁ | କିନ୍ତୁ ଛାତିକୁ ପଥର କରି, ଲୋକଙ୍କ ବିଭିନ୍ନ ଈଙ୍ଗତକୁ ଖାତିରି ନକରି ଯଦି ମହିଳା ଟି ଆଗକୁ ପାଦ ବଢାଏ ତେବେ ବହୁତ ଘାତ ପ୍ରତିଘାତ ଦେଈ ତାକୁ ଚାଲିବାକୁ ପଡେ,ତେବେ ଯାଇ ସେମହିଳା ଜଣଙ୍କ ଜିତି ପାରିବେ, ତେବେ ଏପରି କେତେଜଣ ମହିଳା ଅଛନ୍ତି ଏହିକାର୍ଯ୍ୟ କରିବାକୁ, ସ୍ୱାମୀଙ୍କ କିମ୍ବା ପରିବାର ଲୋକଙ୍କ ଅନୁପସ୍ଥିତି ରେ ମହିଳା ଜଣଙ୍କ ନିଜକୁ  ଏକୁଟିଆ ଅନୁଭବ କରିବା ସହିତ ଅସହାୟ ହୋଇ ପଡ଼ି ଥାଏ |ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇପଡେ | ଏପରି ଏକ ଅସହାୟ ମହିଳା ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବରାଡିଆ ପଞ୍ଚାୟତ ଶିଆଳିଆ ଗାଁର ସୁଶୀଳା ମଲ୍ଲିକ (୩୫)ଙ୍କ ସ୍ବାମୀ ଅଭୟ ମଲ୍ଲିକ ୮ ବର୍ଷ ତଳେ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁ ପରଠାରୁ ଦୁଃଖକଷ୍ଟରେ ଭଙ୍ଗା ଘରେ ଦିନ କାଟୁଛନ୍ତି ସୁଶୀଳାଙ୍କ ସମେତ ୨ ଝିଅ ସୁଧାଂଶଉବାଳା (୧୧), ଶୈଳବାଳା (୮) ଓ ବୃଦ୍ଧା ଶଶୁ ଶାନ୍ତିଲତା (୮୦) । ସ୍ଵାମୀଙ୍କ ମୃତ୍ୟୁର ୮ ବର୍ଷ ହେବ ପରିବାର ପ୍ରତିପୋଷଣ ପାଇଁ ସୁଶୀଳା ସଂଘର୍ଷ କରି ଚାଲିଛନ୍ତି । ନିଜ ଘରେଏକ  ସିଲେଇ ମେସିନ ପକାଇ ସେଥୁରୁ ଯାହା ରୋଜଗାର ହୁଏ କଷ୍ଟେମଷ୍ଟେ ପରିବାର ଚଳିଯାଉଛି । ଟେଲଗିଂ କାମ ନ ଥିଲେ ଚୁଲି ଜଳେନି ଘରେ। ଓଳିଏ ଖାଇଲେ ଆରଓଳି କଥା ଚିନ୍ତା କରିବାକୁ ପଠେ । ଏମିତି କି ପରିଚାର ଉପବାସ ରହୁଥ‌ିବା ନଜିର ଅଛି ବୋଲି କୋହଭରା କଣ୍ଠରେ ସୁଶୀଳା କହିଛନ୍ତି। ଏ ପରିସ୍ଥିତିରେପରିବାରରେ କାହାର ଦେହ ଖରାପ ହେଲେ ଏମିତିକି ବୃଦ୍ଧ। ଶାଶୁଙ୍କୁ ଠିକ୍ ଭାବେ ଔଷଧ ଟିକକ ମଧ୍ୟ ଯୋଗାଡ ହେଉନାହିଁ । ଝିଅ ଦୁହିଁଙ୍କ ପାଠପଢା ପ୍ରତି ଆଗ୍ରହ ଥିଲେମଧ୍ୟ ଆବଶ୍ୟକ ପାଠ୍ୟ ଉପକରଣ ବହି, ଖାତା ଓ କଲମ ଆଦି ଯୋଗାଇ ହେଉ ନ ଥିବାରୁ ସେମାନଙ୍କ ପାଠ ପଢାରେ ଡୋରି ଲାଗିଥିବା କଥା କହିଛନ୍ତି । ସାନଝିଅଶୈଳବାଳା କହିଛନ୍ତି, ପାଠପଢି ଭଲ ମଣିଷହୋଇ ଏହି ପରିବାର ପରିସ୍ଥିତି କୁ  ସୁଧାରିବାକୁ ଇଚ୍ଛା ଥିଲେ ବି ଗରିବି ପିଛା ଛାଡୁନି, ଆମଦୁହିଁଙ୍କର ପାଠପଢା ପ୍ରତି ଆଗ୍ରହ ଥିଲେ ବି ପଢିବାର ସୁଯୋଗ ପାଉନାହୁଁ । ଅପର ପକ୍ଷରେ ୪ ପ୍ରାଣୀ କୁଟୁମ୍ବ ରହୁଥିବା ଘର ଭାଙ୍ଗିଗଲାଣି । ବହୁବର୍ଷ ହେବ ବଖରାଏ ଛାତ ଘର ଅଛି । ସେ ପୁଣି ବର୍ଷା ଦିନରେ ଛାତରୁ ପାଣି ଗଳୁଛି । ଛାତ ର କେତେକ ସ୍ଥାନରେ ଫାଟି ଆଁ କରି ଲୁହାଛଡ ଦିସିଲାଣି ।ଯେ କୌଣସି ମୁହୂର୍ତରେ ଛାତ କଂକ୍ରିଟ ଖସି ଅଘଟଣା ଘଟିବାର ଆଶଙ୍କା ରହିଛି । ତେବେ ଏହି ଅସହାୟ ପରିବାରକୁ ସରକାରୀ ଯୋଜନାରେ ଘର ଖଣ୍ଡେ ସହ ପିଲାଙ୍କ ପାଠପଢା ଓ ପରିବାର ପ୍ରତିପୋଷଣ ପାଇଁ କିଛି ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଏହାଉପରେ  ପି ଇଓକୈଳାଶ ଚନ୍ଦ୍ର କୁ ଏହି ମହିଳାଙ୍କ ବିଷୟରେ ପଚାରିବାରୁ ତଦନ୍ତ ପରେ  ମହିଳା ଙ୍କୁ  ନିୟମାନୁଯାୟୀ ଯାହା ସହାୟତା ଯୋଗାଇ ହେବ ତାହା ଦିଆଯିବ ବୋଲି କହିଛନ୍ତି । ତେବେ ସରକାରୀ ସହାୟତା କେବେ ମିଳିବ ତାହାକୁ ଚାହିଁ ବସିଛନ୍ତି ପରିବାର ଲୋକେ  |

News Comment

You Might Also Like

BACK TO TOP