Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ବିବାଦରେ କୋଦଳା ନୋଡାଲ ଊଚ୍ଚ ବିଦ୍ୟଳୟ ପୂର୍ବତନ ପ୍ରଧାନ ଶିକ୍ଷକ |

21-Dec-2025

ବିବାଦରେ କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ,

ଓଡିଶା ଜନ ମତ, କୋଦକା ସୂର୍ଯ୍ୟ ନାରାୟଣ ବଡୁ | 
ବିଦ୍ଯାଳୟରୁ ଏମଡିଏମ ଚାଉଳ ହେରଫେର ଅଭିଯୋଗ,
ବିଇଓ କହିଲେ ତଦନ୍ତ ହେବ
ବିଦ୍ୟାଳୟରୁ ଏମଡିଏମ ରୋଷେଇ ଚାଉଳ ହେରଫେର କରି ବିବାଦ ଘେରକୁ ଆସିଛନ୍ତି ଜଣେ ପୂର୍ବତନ ପ୍ରଧାନ ଶିକ୍ଷକ। ଗଞ୍ଜାମ ଜିଲ୍ଲା କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା। ଦୀର୍ଘ ବର୍ଷ ଧରି ଏଠାରେ ପ୍ରଧାନ ଶିକ୍ଷକ ଦାୟିତ୍ବରେ ରହି ମଧ୍ୟାହ୍ନ ଭୋଜନ ଚାଉଳ ସହିତ ବିଭିନ୍ନ ସାମଗ୍ରୀ ହରିଲୁଟ୍ କରିଥିବା ଜଣାପଡିଥିଲା। ତାଙ୍କର ବଦଳି ହେବା ପରେ ଯେତେବେଳେ ଆଉ ଜଣେ ଶିକ୍ଷକଙ୍କୁ ଦାୟିତ୍ବ ହସ୍ତାନ୍ତର କଲେ ସେତେବେଳେ ଏଭଳି ହେରଫେର ଘଟଣା ସାମ୍ନାକୁ ଆସିଥିଲା।ଜିଲ୍ଲା ଶିକ୍ଷ୍ୟା ଅଧିକାରୀଙ୍କ ପତ୍ର ସଂଖ୍ୟା 19710  ଅକ୍ଟୋବର 6 ତାରିଖରେ ସୂର୍ଯ୍ୟ ନାରାୟଣ ଜେନାଙ୍କୁ କାଳିମେଘି ଜାଗିଲିପଦର ନୋଡାଲ ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସେ ବିଭିନ୍ନ ରାଜନୈତିକ ଚାପ ଥିବା କହି ସେଠାରୁ ରିଲିଭ ହେଉ ନଥିଲେ।ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଦୁଇଦିନ ଅଣ୍ଡା ପିଲାଙ୍କୁ ନ ଦେବାରୁ ଅଭିଭାବକ ଓ ପରିଚାଳନା କମିଟି ଏହାକୁ ନେଇ ଖୋଳତାଡ଼ କରିଥିଲେ! ଏହାକୁ ନେଇ ଆମ୍ଭ ଖବର କାଗଜ ରେ ଖବର ପ୍ରସାରଣ ପରେ ଗତ ଡିସେମ୍ବର 2 ତାରିଖରେ ପୁଣି ଜିଲ୍ଲା ଶିକ୍ଷ୍ୟା ଅଧିକାରୀଙ୍କ ପତ୍ରସଂଖ୍ୟା 24693 ଚିଠି ରେ କାହିଁକି ରିଲିଭ ହୋଇନାହାନ୍ତି ତାର କାରଣ ଦର୍ଶାଇ ଶୀଘ୍ର ସେଠାରୁ ରିଲିଭ ହୋଇ ଅର୍ଡର ହୋଇଥିବା ବିଦ୍ୟାଳୟ ରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ହୋଇଥିଲା ତେବେ କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ବ ନେଇଛନ୍ତି ସରୋଜ ମାଝୀ। ପୂର୍ବତନ ପ୍ରଧାନ ଶିକ୍ଷକ ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ବେଳେ ଗୋଦାମ ଘରେ ଚାଉଳ କମ୍ ଥିବା ଜଣାପଡ଼ିଥିଲା। ଯାହାକୁ ନେଇ ଚାଉଳ ହଡପ୍ ଘଟଣାର ଗୁମର ପଦାକୁ ଆସିଥିଲା। ୨୧୭ ବସ୍ତା ଚାଉଳ ରହିବା କଥା। ଥିଲା ମାତ୍ର ୭୫ ବସ୍ତା। ଅବଶିଷ୍ଠ ଚାଉଳ କାହିଁକି କମ୍ ରହିଲା ଓ କୁଆଡେ ଗଲା ଚାଉଳ? ଏହାକୁ ନେଇ ପରିଚାଳନା କମିଟି ସମେତ ଗଣମାଧ୍ୟମ ପ୍ରତିନିଧି ସୂଚନା ପାଇ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନାଙ୍କୁ ପଚାରିଥିଲେ। ତେବେ କେତେବେଳେ ଉଇ ଖାଇଯାଇଛି ତ କେତେବେଳେ ରି ସାଇକଲିଙ୍ଗ ପାଇଁ ପଠାଯାଇଛି ବୋଲି  କହିଥିଲେ ପୂର୍ବତନ ପ୍ରଧାନ ଶିକ୍ଷକ ଯେନା। ଘଟଣା ସଂପର୍କରେ ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ମାଧବ ସାହୁ ଙ୍କ ଦୃଷ୍ଟି ଆକର୍ଷଣ ପରେ ସେ କହିଥିଲେ ଯେ 19/12/2025 ଅପରାହ୍ନ ରେ ସମ୍ପୃକ୍ତ ଶିକ୍ଷକ ଉକ୍ତ ଚାଉଳ କୁ ବିଦ୍ୟାଳୟ ରେ ପହଞ୍ଚାଇ ଦେଇଛନ୍ତି ।କିନ୍ତୁ ବିଦ୍ୟାଳୟ ର ଚାଉଳ କେଉଁଆଡେ ଗଲା ତାହା ପଚାରିବାରୁ ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ, ଏବଂ ହଠାତ ବାହାରୁ ଆସିଥିବା ଚାଉଳ କୁ କିପରି ଗ୍ରହଣ କରିବାକୁ ଅନୁମତି ଦେଲେ? ଚାଉଳ ବାହାରକୁ ଯାଇଥିବା ବେଳେ ସେ ଜାଣିଥିଲେ କି? ଏହାକୁ ନେଇ ବର୍ତ୍ତମାନ ଦାଇତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ସରୋଜ ମାଝୀ ଙ୍କୁ ପଚାରିବାରୁ ସେ କହିବା କଥା 8 ଡିସେମ୍ବର ସୁଦ୍ଧା ହିସାବ ଅନୁଯାଇ 217 ବସ୍ତା ଚାଉଳ ରହିବା କଥା କିନ୍ତୁ ମୋତେ ବିଦ୍ୟାଳୟ ରେ ଷ୍ଟକ ଥିବା 75 ବସ୍ତା ଚାଉଳ ଶିକ୍ଷକ ସୂର୍ଯ୍ୟ ନାରାୟଣ ଯେନା ପ୍ରଦାନ କରିଥିଲେ ଏବଂ 19 ଡିସେମ୍ବର ଅପରାହ୍ନ ରେ 144 ବସ୍ତା ଚାଉଳ ବାହାରୁ ଆଣି ଦେଇଛନ୍ତି, ଏହା ମୁଁ ବିଇଓ ଙ୍କ ନିର୍ଦେଶ ଅନୁଯାଇ ରିସିଭ କରି ଅନ୍ୟ ଏକ ଘରେ ରଖିଛି ! ତେବେ ପ୍ରଶ୍ନ ଉଠୁଛି ସରକାରୀ ଚାଉଳ ବିଦ୍ଯାଳୟରୁ ବାହାରକୁ ଗଲା କିପରି? ବିବାଦ ପରେ ପୁଣି ଆସିଲା କିପରି? କେତେ ଦିନ ଧରି ଚାଲିଥିଲା ଏଭଳି ଚୋରୀ? ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଗୋଚରରେ ଏଭଳି ବେଆଇନ କାର୍ଯ୍ୟ ହେଲା କିପରି? ସେପଟେ ଏହି କେଳେଙ୍କାରୀର ଗୁମର ର ଖୁଲାସା ପାଇଁ ସାମାଜିକ କର୍ମୀ ସମରଜିତ ମହାନ୍ତି ଡିସେମ୍ବର 8 ତାରିଖ ରେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀଙ୍କ ମାଧ୍ୟମ ରେ ସୂଚନା ତଥ୍ଯ ମାଗିଥିବା ଜଣା ପଡିଛି ଏବଂ ଡିଇଓ ଙ୍କ ପତ୍ର ସଂଖ୍ୟା 25569 15/12/2025 ରେ କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ପହଁଚିଛି। କୌଣସି ସୂତ୍ର ରୁ ଖବର ପାଇ ଧରାପଡ଼ିଯିବା ଭୟ ରେ ଚାଉଳ ଫେରାଇ ସଫେଇ ଦେଉଛନ୍ତି ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା। ସେପଟେ ଘଟଣାକୁ ନେଇ ବେଗୁନିଆପଡ଼ା ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ ତଦନ୍ତ କରାଯିବ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ, ଉକ୍ତ ବିଦ୍ଯାଳୟରେ ପ୍ରଧାନ ଶିକ୍ଷକ ଥିବା ବେଳେ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ବିଭିନ୍ନ ଯୋଜନାରେ ସରକାରୀ ପରିଚାଳନା କମିଟି ନ ଡାକି ସେମାନଙ୍କ ଘରକୁ ପଠାଇ ଦସ୍ତଖତ କରି ମିଟିଙ୍ଗ ହେଉଥିବା କହି ଅର୍ଥ ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି।ଏଥିରେ ବିଇଓ ଙ୍କ ଭୂମିକା ସନ୍ଦେହଘେରରେ ଥିବାବେଳେ ଜିଲ୍ଲା ଶିକ୍ଷ୍ୟାଧିକାରୀ ଏଥିରେ ହସ୍ତକ୍ଷପ ସହିତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ ଓ ପରିଚାଳନା କମିଟି

News Comment

You Might Also Like

BACK TO TOP