Breaking News

ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||     

ଡଙ୍ଗରିଆ କନ୍ଧଙ୍କ ଜୀବିକା ର ଭରଷା ନିୟମ ଗିରିର ଆମ୍ବସୋଡ଼ା ଓ ଚମ୍ପେଇତ |

16-May-2026

ନିୟମଗିରିର ଆମ୍ବସଡ଼ା ଓ ଚମ୍ପେଇତ : ଡଙ୍ଗରିଆ କନ୍ଧଙ୍କ ଜୀବିକାର ଭରସା,
ଓଡିଶା ଜନ ମତ,ରାୟଗଡା,୧୬/୦୪,

କାମେଶ୍ୱର କରକରିଆ : ----

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ର ନିୟମଗିରି ପାହାଡ଼ ଅଞ୍ଚଳ ପ୍ରାକୃତିକ ସମ୍ପଦରେ ଭରପୁର। ବିଶେଷକରି ଖରାଦିନେ ଏଠାରେ ପ୍ରଚୁର ପରିମାଣରେ ଆମ୍ବ ମିଳିଥାଏ। ନିୟମଗିରି ପାହାଡ଼ିଆ ଅଞ୍ଚଳର ଆମ୍ବ ତାହାର ସ୍ୱାଦ ଓ ସୁଗନ୍ଧ ପାଇଁ ବେଶ ପରିଚିତ। ଏହି ଆମ୍ବ ନିୟମଗିରିରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକଙ୍କ ପାଇଁ ଜୀବିକାର ଏକ ମୁଖ୍ୟ ରୋଜଗାର ପନ୍ଥା ସାଜିଛି।ଖରାଦିନ ଆସିଲେ ଡଙ୍ଗରିଆ ମହିଳା ଓ ପୁରୁଷମାନେ ଭୋରରୁ ଡାଲା ଓ ଚାଙ୍ଗୁଡ଼ି ଧରି ଜଙ୍ଗଲ ଅଭିମୁଖେ ବାହାରି ପଡ଼ନ୍ତି। ପ୍ରାୟ ୪ ରୁ ୫ ଘଣ୍ଟା ଧରି ଜଙ୍ଗଲରେ ପଡ଼ିଥିବା ପାଚିଲା ଆମ୍ବ ସଂଗ୍ରହ କରି ଘରକୁ ଆଣିଥାନ୍ତି। ଜଙ୍ଗଲୀ ଜନ୍ତୁଙ୍କ ଭୟ ଥିଲେ ମଧ୍ୟ ପରିବାର ଭରଣପୋଷଣ ପାଇଁ ଜୀବନକୁ ବାଜି ଲଗାଇ ୮ ରୁ ୧୦ ଘଣ୍ଟା ଦିନକୁ ପରିଶ୍ରମ କରି ଏହି କାମ କରୁଛନ୍ତି। ସଂଗ୍ରହ କରାଯାଇଥିବା ଭଲ ଆମ୍ବକୁ ବଜାରରେ ବିକ୍ରି କରାଯାଉଥିବା ବେଳେ ପୂରା ପାଚିଥିବା ଆମ୍ବକୁ ବିଭିନ୍ନ ପ୍ରକାରରେ କାଟି ପ୍ରସ୍ତୁତ କରିଥାନ୍ତି । ପ୍ରଥମେ ଆମ୍ବର ଚୋପା ଛଡ଼ାଇ ଟାକୁଆକୁ ଅଲଗା କରାଯାଏ। ଟାକୁଆ ଉପରୁ ବାହାର କରାଯାଇଥିବା ଅଂଶ ଫୁଲପରି ଦେଖାଯାଇଥାଏ। ସେହି ଅଂଶକୁ ଖରାରେ ଶୁଖାଇ ପ୍ରସ୍ତୁତ କରାଯାଏ ଚମ୍ପେଇତ। ଶୁଖିବା ପରେ ଏହାର ସ୍ୱାଦ ଆହୁରି ବଢ଼ିଯାଏ ଏବଂ ବଜାରରେ ଏହାର ଚାହିଦା ଭଲ ରହିଥାଏ।ସେହିପରି ଅଧିକ ପାଚିଯାଇଥିବା ଆମ୍ବରୁ ଆମ୍ବସଡ଼ା ପ୍ରସ୍ତୁତ କରାଯାଏ। ଆମ୍ବର ଚୋପା ବାହାର କରି ଟାକୁଆକୁ ରସ ହାଣ୍ଡିରେ ରଖି ବାଉଁଶ କିମ୍ବା କାଠ ସାହାଯ୍ୟରେ କୁଟିଥାନ୍ତି । ପରେ ସେଥିରୁ ରସ ବାହାର କରି ୨୦ ରୁ ୩୦ମିନିଟ୍ ପର୍ଯ୍ୟନ୍ତ କାଠଚୁଲାରେ ସିଝାଇଥାନ୍ତି । ଫୁଟିଥିବା ଆମ୍ବ ରସକୁ ବାଉଁଶ କୁଲା ଓ ଡାଲାରେ ପକାଇ ଟାଣ ଖରାରେ ଶୁଖାଇଥାନ୍ତି । ପ୍ରାୟ ୧୦ ରୁ ୧୨ ଦିନ ଧରି ଲଗାତାର ଭାବେ ଆମ୍ବରସ  ସମାନ ପ୍ରସ୍ତୁତିରେ ପକାଇ ଥାନ୍ତି। ସେହିପରି ଆମ୍ବସଡା କୁ ପ୍ରାୟ ସପ୍ତାହ ଶୁଖାଇବା ପରେ ତାହା ଆମ୍ବସଡ଼ାରେ ପରିଣତ ହୋଇଥାଏ। ପରେ ଏହାକୁ ଛୋଟ ଛୋଟ ପିସ୍‌କରି କାଟି  ଘରେ ବ୍ୟବହାର କରନ୍ତି ଓ ବଜାରରେ ମଧ୍ୟ ବିକ୍ରି କରିଥାନ୍ତି। ନିୟମଗିରିର ଆମ୍ବସଡ଼ା ଓ ଚମ୍ପେଇତର ଚାହିଦା କେବଳ ରାୟଗଡ଼ା କିମ୍ବା ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରେ ମଧ୍ୟ ଚାହିଦା ରହିଛି। ଏହା ସହ ସୁପାରୀ, ପଣସ, କଞ୍ଚା ହଳଦୀ, ଜଙ୍ଗଲୀ କନ୍ଦା, ବାଉଁଶ କରଡ଼ି ଓ ଛତୁ ଭଳି ଅନେକ ବନଜାତ ଦ୍ରବ୍ୟ ଡଙ୍ଗରିଆ କନ୍ଧଙ୍କ ଜୀବନ ଜୀବିକାର ଆଧାର ପାଲଟିଛି। ତେବେ ଏତେ ପରିଶ୍ରମ ପରେ ମଧ୍ୟ ସେମାନେ ଉଚିତ ମୂଲ୍ୟ ପାଉନାହାନ୍ତି। ବଜାରରେ ଦଲାଲମାନେ କମ୍ ଦରରେ ଏହି ସାମଗ୍ରୀ କିଣି ଅଧିକ ଲାଭବାନ ହେଉଥିବା ଅଭିଯୋଗ ହେଉଛି।  ରୋଜଗାରର ଅନ୍ୟ କୌଣସି ବିକଳ୍ପ ନଥିବାରୁ ନିୟମଗିରି ପାହାଡ଼ ପାର୍ସାଲି ଓ ୧୨ ପଦର ଅଞ୍ଚଳର ଲୋକେ ଏହି ବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବନ ଜୀବିକା ଚଳାଇଥିବା ନିୟମଗିରି ସମିତି ସୁରକ୍ଷା ସଭାପତି ଶିକକା ଲଦ କହିଛନ୍ତି।

News Comment

You Might Also Like

BACK TO TOP