Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ବିବାଦ ପରେ ପୁଣି ଗଠନ ହେଲା ଏସଏମସି କମିଟି ||

22-Jul-2026

ବିବାଦ ପରେ ପୁନର୍ବାର ଗଠନ ହେଲା ଏସ୍‌ଏମ୍‌ସି କମିଟି
ପୂଜାରୀଗୁଡ଼ା ବିଦ୍ୟାଳୟରେ ନୂତନ ସଭାପତି ଭାବେ ସୁରେନ୍ଦ୍ର ହିକକା, ଉପସଭାପତି ଲାଚିରେଡି ପଦ୍ମା ଚୟନ

ଓଡିଶା ଜନମତ ରାୟଗଡା,୨୨/୦୭,

କାମେଶ୍ୱର କରକରିଆ : ----

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡ଼ା ପଞ୍ଚାୟତସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସ୍କୁଲ୍ ମ୍ୟାନେଜମେଣ୍ଟ କମିଟି (ଏସ୍‌ଏମ୍‌ସି) ଗଠନକୁ ନେଇ ପୂର୍ବରୁ ସୃଷ୍ଟି ହୋଇଥିବା ବିବାଦ ପରେ ବୁଧବାର ପୁନର୍ବାର ନୂତନ ଏସ୍‌ଏମ୍‌ସି କମିଟି ଗଠନ କରାଯାଇଛି।
ଏହାପୂର୍ବରୁ କମିଟି ଚୟନ ପ୍ରକ୍ରିୟାରେ ସରକାରୀ ନିୟମ ପାଳନ ହୋଇନଥିବା ଏବଂ ୯୦ ପ୍ରତିଶତରୁ ଅଧିକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସତ୍ତ୍ୱେ ସେମାନଙ୍କ ଯୋଗ୍ୟ ଅଭିଭାବକଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ କରି କନ୍ଧକୁଳ ସମାଜ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କମିଟିରେ ୭୫ ପ୍ରତିଶତ ପ୍ରକୃତ ପିତାମାତା ରହିବା ନିୟମ ଉଲ୍ଲଂଘନ ହୋଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ଏହାପରେ କମିଟି ପୁନର୍ଗଠନ ପାଇଁ ଦାବି ଉଠିଥିଲା। ତେବେ ତତ୍କାଳୀନ ସଭାପତି ଏହି ଅଭିଯୋଗକୁ ଖଣ୍ଡନ କରି ଆଫିଡେଭିଟ୍ ଆଧାରରେ ତାଙ୍କ ଦାୟିତ୍ୱ ଆଇନସମ୍ମତ ବୋଲି କହିଥିଲେ। ଅନ୍ୟପକ୍ଷରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏସ୍‌. ନାଗଭୂଷଣ ରାଓ କହିଥିଲେ ଯେ, ସରକାରୀ ନିୟମ ଅନୁଯାୟୀ ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରାଯାଉଛି। ବ୍ଲକ ଶିକ୍ଷାଧିକାରିଣୀ ଶାନ୍ତିଲତା ମୁନି ମଧ୍ୟ ଅଭିଯୋଗର ତଦନ୍ତ କରି ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ। ବିବାଦ ପରେ ବୁଧବାର ବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏସ୍‌. ନାଗଭୂଷଣ ରାଓଙ୍କ ସଭାପତିତ୍ୱରେ ପୁନର୍ବାର ଏସ୍‌ଏମ୍‌ସି ଗଠନ ବୈଠକ ଅନୁଷ୍ଠିତ ହୋଇଥିଲା। ନିରୀକ୍ଷକ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ତଥା କଲ୍ୟାଣସିଂହପୁର ଗୋଷ୍ଠୀ ଶିକ୍ଷାଧିକାରିଣୀ ଶାନ୍ତିଲତା ମୁନି ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ସମସ୍ତ ଅଭିଭାବକଙ୍କ ଉପସ୍ଥିତିରେ ୧୫ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା। ପରେ ସେହି ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ସୁରେନ୍ଦ୍ର ହିକକାଙ୍କୁ ସଭାପତି ଏବଂ ଲାଚିରେଡି ପଦ୍ମାଙ୍କୁ ଉପସଭାପତି ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ଅନ୍ୟ ୧୩ ଜଣ ସଦସ୍ୟ ସଦସ୍ୟା ଭାବେ କମିଟିରେ ସ୍ଥାନ ପାଇଛନ୍ତି।ବୈଠକରେ ବ୍ଲକର ସମସ୍ତ ସିଆର୍‌ସିସି, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ। ଶେଷରେ ପୂଜାରୀଗୁଡ଼ା ସିଆର୍‌ସିସି ଦିଲ୍ଲୀପ କୁମାର ପ୍ରଧାନ ନବଗଠିତ କମିଟିକୁ ସ୍ୱାଗତ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP