Breaking News

ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||     

ଅଭିଶପ୍ତ ଗାଁ ନିତ୍ୟାନନ୍ଦ କଲୋନୀ, ସୋଲାର ଅଚଳ ସହ 210ଜଣ ବ୍ୟକ୍ତି ଭତ୍ତାରୁ ବଞ୍ଚିତ |

24-Jul-2026

ମୌଳିକ ସୁବିଧାରୁ ବଞ୍ଚିତ ଅଭିଶପ୍ତ ଗାଁ ନିତ୍ୟାନନ୍ଦ ,  କଲୋନୀ l 

(ଦୀର୍ଘଦିନ ହେବ ଗାଁକୁ ରାସ୍ତା ସଂଯୋଗ ହେଉନି।
12 ଟି ଗ୍ରାମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l 
210 ବ୍ୟକ୍ତି ଭତ୍ତାରୁ ବଂଚିତ l 
ସୋଲାର ପ୍ରକଳ୍ପ ଖରାପ ହୋଇ ପଡିଛି। 

 ଓଡିଶା ଜନ ମତ, ବେଗୁନିଆପଡା,  ତା --24-07-26,

ଭଞ୍ଜ କିଶୋର ମହାରଣା :------

ବେଗୁନିଆପଡା ବ୍ଲକର 23 ଟି ପଞ୍ଚାୟତ ମଧ୍ୟରୁ ସର୍ବାଧିକ ଆଦିବାସୀ ଗ୍ରାମ ଥିବା ପଞ୍ଚାୟତ ହେଉଛି କାଳିମେଘି। ଏହି ପଞ୍ଚାୟତ ଆୟତନରେ ସର୍ବାଧିକ ଥିବା ବେଳେ 12 ଟି ଆଦିବାସୀ ଗ୍ରାମ ଏହି ପଞ୍ଚାୟତରେ ଅବସ୍ଥିତ। ଯଦିଓ ସବୁ ଗ୍ରାମକୁ ରାସ୍ତା ସଂଯୋଗ ହୋଇଛି କିନ୍ତୁ ଏହି ଆଦିବାସୀ ଗ୍ରାମ ଗୁଡିକ ପାହାଡ଼ ଘେରା। କାଳିମେଘି ଗ୍ରାମ ଠାରୁ ପାଖାପାଖି 3/4 କିମି ଦୂରରେ ରହିଛି ହରିଜନ ଗ୍ରାମ ନିତ୍ୟାନନ୍ଦ ପଲ୍ଲୀ କଲୋନୀ। ଦୀର୍ଘ ଦିନ ହେଲା ଏହି ଗ୍ରାମକୁ ରାସ୍ତା ନଥିବା ବେଳେ ବିଲ ହୁଡାରେ ଲୋକ ଯିବା ଆସିବା କରୁଥିଲେ। କିନ୍ତୁ ଦୁଇ ବର୍ଷ ପୂର୍ବେ ଏହି ରାସ୍ତାରେ ଏକ ଶଙ୍ଖ ନିର୍ମିତ ହେବା ପରେ ଲୋକ ଯଥେଷ୍ଟ ଖୁସି ଅନୁଭବ କରିଥିଲେ କିନ୍ତୁ ବ୍ରିଜ ଶେଷ ମୁଣ୍ଡରୁ  ଏହି ଗ୍ରାମକୁ ଆଉ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ ଯାହା ଫଳରେ ଲୋକ ବର୍ଷା ଦିନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲି ସେତିକି ନୁହେଁ ଏହି ଗ୍ରାମର ପିଲା ଏତେ ବାଟ ଆସି ପାଠ ପଢିପାରୁନାହାନ୍ତି। ଏହା ସହିତ ପିଇବା ପାଣି ଯୋଗାଣ ପାଇଁ ସୋଲାର ପ୍ରକଳ୍ପ ଏଠାରେ ଥିବା ବେଳେ ତାହା ଖରାପ ହୋଇଯିବା ଯୋଗୁଁ ଲୋକ ଆଉ ପାଣି ପାଉନାହାନ୍ତି। ଏହି ପଂଚାୟତରେ ଥିବା ବିଭିନ୍ନ ଗ୍ରାମ ଯଥା କାଳିମେଘି, ଜାଗିଲି ପଦର, ଯୋଗିଆଗୁଳ, ନୂତନ ମାରୁଡି ପଲ୍ଲୀ, ମରୁଡ଼ିପଲ୍ଲୀ, ନିତ୍ୟାନନ୍ଦ ପଲ୍ଲୀ କଲୋନୀ ସହ ଆଦିବାସୀ ଗ୍ରାମ ଯଥା ତେଲିମାଳ, ଛୁଞ୍ଚିପଡା, ଖଲାଡି, ଝର ପଦର, ଧୋବା ଝୋଳ , ବାଳ ସିଂ, ବାଇଦିପଡା, ନୂଆ ସାହି, ବୋରବୋରା, ଜୋକଲୁଣ୍ଡି, ବାଙ୍କୀ ମାଳ ଗୁଡିକରେ ଅନେକ ଲୋକ ଭତ୍ତା ପାଇନାହାନ୍ତି। ଏହି ପଂଚାୟତରେ ଆଜି ସୁଦ୍ଧା 210 ଜଣ ବିଭିନ୍ନ ଭତ୍ତା ପାଇବା ପାଇଁ ଅପେକ୍ଷାରେ ଅଛନ୍ତି। ତେଲିମାଳ ଗ୍ରାମର ଗୁରୁବାରୀ ଶବର, ମଲ୍ଲୀ ଶବର ଓ  କୁନ୍ତଳା ଶବର ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇନଥିବା ବେଳେ ଏହି ଭତ୍ତା ପାଇବା ପାଇଁ ସେମାନେ  ଜନୈକ ବ୍ୟକ୍ତିଙ୍କୁ ଜଣକ ପିଛା 1500/- ଲେଖାଏଁ ହାତଗୁଞ୍ଜl  ଦେଇଛନ୍ତି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ଓ ଆଜି ପର୍ଯ୍ୟନ୍ତ ପାଇନାହାନ୍ତି ବୋଲି ଦୁଃଖ ପ୍ରକାଶ କରିଛନ୍ତି। ଏପରିକି କୁନ୍ତଳା ଶବରଙ୍କ ସ୍ୱାମୀ ସୁବୁଦ୍ଧିଆ ଶବର ଭତ୍ତା ନପାଇ ଆଖି ବୁଜିବା ପରେ ବି ତାଙ୍କ ପତ୍ନୀ କୁନ୍ତଳା ବିଧବା ଭତ୍ତା ପାଇନାହାନ୍ତି ବୋଲି ଦୁଃଖରେ ପ୍ରକାଶ କରିଛନ୍ତି। ସେପଟେ ବାଙ୍କୀମାଳ ଠାରୁ ଜୋକଲୁଣ୍ଡି ପର୍ଯ୍ୟନ୍ତ ରାସ୍ତା ନାହିଁ। ପିଲା ଅଭାବରୁ ବୋରବୋରା ସ୍କୁଲ ଉଠିଯିବା ଫଳରେ ତେଲି ମାଳ ତଥା ଆଖପାଖର ପିଲା ଜୋକଲୁଣ୍ଡି ଯାଇ ପଢିବା ଦୂର ହୋଇଯାଉଛି ବୋଲି ଅଭିଭାବକ କହିଛନ୍ତି। ତେଲିମାଳର ନିରଞ୍ଜନ ଶବରଙ୍କ ପୁଅ କୃଷ୍ଣ ଶବର ଭୁବନେଶ୍ୱର ସ୍ଥିତ `କିସ ` ଅନୁଷ୍ଠାନରେ ପଢ଼ୁଥିବା ଜଣା ପଡିଛି। ଅପର ପକ୍ଷରେ ସରକାରୀ ସ୍ତରରେ ଏହି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ପାଇଁ କୌଣସି ପଦକ୍ଷେପ ନିଆଯାଉନି ବୋଲି କାଳିମେଘି ସରପଞ୍ଚ ପ୍ରତିନିଧି ବିଶ୍ଵାମିତ୍ର ତ୍ରିପାଠୀ କହିଛନ୍ତି। ଏଣୁ ଅବ୍ୟବସ୍ଥା ଘେରରେ ଥିବା ବିଭିନ୍ନ ଯୋଜନାକୁ ତୁରନ୍ତ ସମାଧାନ କରିବା ପାଇଁ ଦାବୀ ହୋଇଛି।

News Comment

You Might Also Like

BACK TO TOP