Breaking
News
Breaking
News
30-Aug-2026
ବିଜେପି ସାଂସଦଙ୍କୁ ନବୀନଙ୍କ ଚିଠି, ଏମ ଏମ ଡି ବିଲ୍ ପ୍ରତ୍ୟାହାର ପାଇଁ ଦାବି |
ଓଡିଶା ଜନ ମତ ବ୍ୟୁରୋ,
ଏମଏମଡିଆର ସଂଶୋଧନ ବିଲକୁ ନେଇ ପ୍ରେସମିଟ କରି ଘନ ଘନ ରାଜ୍ୟ ସରକାରଙ୍କୁ ଆକ୍ରମଣ କରୁଥିଲା ବିଜେଡି । କାହିଁକି ବିଜେଡି ପ୍ରେସମିଟରେ ସିମିତ ବୋଲି ପ୍ରଶ୍ନ ଭିତରେ ଆଉ ପାଦେ ଆଗେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାର ସମସ୍ତ ୨୦ ବିଜେପି ସାଂସଦଙ୍କୁ ଚିଠି ଲେଖି ନୈତିକତା ଓ ଦାୟିତ୍ବର ପାଠ ପଢାଇଛନ୍ତି ନବୀନ ପଟ୍ଟନାୟକ। ଚିଠିରେ ଖଣି ଆଇନ ସଂଶୋଧନ ବିରୋଧରେ ସ୍ୱର ଉଠାଇବାକୁ ଅପିଲ୍ କରିଛନ୍ତି।
ସଂସଦରେ ଯେତେବେଳେ ଏମଏମଡିଆର ବିଲ ପାରିତ ହେଉଥିଲା, ସେତେବେଳେ ବିଜେପି ସାଂସଦ କାହିଁକି ଚୁପ ରହୁଥିଲେ ବୋଲି ପ୍ରଶ୍ନ କରୁଥିଲା ବିଜେଡି, ହେଲେ ଆଜି ବିଜେପିର ସାଂସଦମାନଙ୍କୁ ଚିଠି ଲେଖି ବିବେକର କଥା କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ହେଲେ ଚିଠି ଲେଖୁ ଲେଖୁ ବିଜେପି ସାଂସଦ ରୋକ ଠୋକ ଶୁଣାଇଛନ୍ତି ନବୀନଙ୍କ ଉପଦେଶ ଦରକାର ନାହିଁ । ଚିଠି ଫର୍ମାଟ
ନିଜ ବିବେକକୁ ଶୁଣନ୍ତୁ, ଓଡ଼ିଶାର ଆଗାମୀ ପିଢ଼ି କଥା ଚିନ୍ତା କରନ୍ତୁ । ଇତିହାସ ସେମାନଙ୍କୁ ମନେରଖେ, ଯେଉଁମାନେ ନିଜ ଲୋକଙ୍କ ଉପରେ ଅନ୍ୟାୟ ହେଲେ ସ୍ୱର ଉଠାନ୍ତି। ଇତିହାସ ଆପଣଙ୍କୁ କେଉଁ ଦଳରେ ଥିଲେ ସେଥିରେ ନୁହେଁ, ଓଡ଼ିଶା ପାଇଁ ଠିକ୍ ସମୟରେ ଛିଡ଼ା ହେଲେ କି ନାହିଁ ସେଥିରେ ବିଚାର କରିବ। ଏହି ସଂଶୋଧନ ଓଡ଼ିଶା ପାଇଁ କ୍ଷତିକାରକ ହେବ ଦର୍ଶାଇବା ସହ ସାଂସଦମାନଙ୍କୁ ଦଳୀୟ ଆଭିମୁଖ୍ୟରୁ ଊର୍ଦ୍ଧ୍ୱକୁ ଉଠି ରାଜ୍ୟ ସ୍ୱାର୍ଥ ପାଇଁ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି।
ଏମଏମଡ଼ିଆର ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ଅପିଲକୁ ସିଧା ସିଧା ରିଜେକ୍ଟ କରିଛନ୍ତି ବିଜେପି ସାଂସଦ । କହିଛନ୍ତି , ବିଜେପିରେ ଯେଉଁମାନେ କାର୍ୟ୍ୟ କରନ୍ତି ସେମାନଙ୍କ ପାଇଁ ମାଟି ବଡ଼ । ନବୀନ ବାବୁଙ୍କ ଉପଦେଶ ଆମକୁ ଦରକାର ନାହିଁ । ବିଲ୍କୁ ଭଲ ଭାବରେ ଅଧ୍ୟୟନ କରନ୍ତୁ । ଏହା ପୂର୍ବରୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଏହାଦ୍ବାରା ଓଡ଼ିଶାର କୌଣସି କ୍ଷତି ହେବନାହିଁ, ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି ।
ବୟାନବାଜି, ଚିଠି ଲେଖା ଓ ରାଜନୀତି ଭିତରେ ଓଡ଼ିଶାର ବାସ୍ତବରେ କଣ କ୍ଷତି ହେବ ତାହାର କୌଣସି ଆକାଳନ ହେଉନି ବୋଲି କହିଛନ୍ତି ଶାସ ବିଜେପ ସାଂସ ଦଳ ||
BACK TO TOP