Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

2029 ନିର୍ବାଚନ କୁ ସୋଫିଆ ଫିର୍ଦୋସ କଂଗ୍ରେସ କୁ କରିବେ ବାୟ ବାୟ |

31-Aug-2026

2029 ନିର୍ବାଚନ ରେ କଂଗ୍ରେସଠୁ ବଦଲା ନେବେ ମୋକିମ୍ ! ଝିଅକୁ ନେଇ କଲେ ବଡ଼ ଘୋଷଣା  |

|ଓଡିଶା ଜନ ମତ ବ୍ୟୁରୋ,

କଂଗ୍ରେସ ପାଈଁ ସବୁଠାରୁ ଦରକାରୀ ବିଧାୟକ ମହମଦ ମୋକିମ  କଂଗ୍ରେସ ରୁ ବିଦା ହେଲାପରେ ତାଙ୍କ ଝିଅ  ବର୍ତ୍ତମାନ କଂଗ୍ରେସ ର କଟକ ବାରବାଟୀ ଆସନରୁ ବିଧାୟିକା ଅଛନ୍ତି | ତେବେ ସୋଫିଆ  ଫିର୍ଦୋସ ପିତାଙ୍କ ପଦାଙ୍କ ଅନୁସରଣ କରିବେ କଂଗ୍ରେସ କୁ ଛାଡି  | ଯାହା ଫଳରେ ଓଡ଼ିଶା ରାଜନୀତିରେ ପୁଣି ଏକ ବଡ଼ ଧରଣର ହଲଚଲ ସୃଷ୍ଟି ହେବାକୁ ଯାଉ ଥିବାର ଦେଖା ଯାଉଛି | ବାରବାଟୀ-କଟକର ବର୍ତ୍ତମାନର ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ ଆଉ ଜାତୀୟ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ ନାହିଁ ।
 କଂଗ୍ରେସର ହାତ ଛାଡ଼ିବେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ? ୨୦୨୯ ପୂର୍ବରୁ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି କରି ବାପା ମୋକିମ୍ ଫିଟାଇଲେ ଏକ ଚାଞ୍ଚଲ୍ୟକର ରହସ୍ୟ ! ଓଡ଼ିଶା ରାଜନୀତିରେ ପୁଣି ଏକ ବଡ଼ ଧରଣର ହଲଚଲ । ବାରବାଟୀ-କଟକର ବର୍ତ୍ତମାନର ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ ଆଉ ଜାତୀୟ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ ନାହିଁ । ବରଂ ସେ ତାଙ୍କ ପିତା ମହମ୍ମଦ ମୋକିମଙ୍କ ନେତୃତ୍ୱାଧୀନ ନୂତନ ରାଜନୈତିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ ଟିକେଟରୁ ମଇଦାନକୁ ଓହ୍ଲାଇବେ । ଏହି ବଡ଼ ତଥା ଚାଞ୍ଚଲ୍ୟକର ଘୋଷଣା କରିଛନ୍ତି ଖୋଦ୍ ପୂର୍ବତନ ବିଧାୟକ ତଥା ଓଜେସିର ସଭାପତି ମହମ୍ମଦ ମୋକିମ୍ ।
ଏକ ସାକ୍ଷାତକାରରେ କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱ ଓ କାର୍ଯ୍ୟଶୈଳୀ ଉପରେ କ୍ଷୋଭ ପ୍ରକାଶ କରି ମୋକିମ୍ କହିଛନ୍ତି ଯେ, କଂଗ୍ରେସରେ ଏବେ ଆଉ ପୂର୍ବଭଳି ନୀତି, ଆଦର୍ଶ ବା ଶୃଙ୍ଖଳା ବଞ୍ଚି ନାହିଁ । ରାଜନୈତିକ ଇତିହାସ ସାକ୍ଷୀ ରହିଛି ଯେଉଁ ରାଜ୍ୟରେ କଂଗ୍ରେସ ଲଗାତାର ଚାରି ଥର ପରାଜିତ ହୋଇଛି, ସେଠାରେ ଦଳ ଆଉ କେବେ ମୁଣ୍ଡ ଟେକି ଛିଡ଼ା ହୋଇପାରିନାହିଁ । କେନ୍ଦ୍ରୀୟ ତଥା ରାଜ୍ୟ ସ୍ତରର ଭୁଲ୍ ନେତୃତ୍ୱ ଏବଂ ନେତାମାନଙ୍କ ମଧ୍ୟରେ ଲାଗି ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ଓ ଗୋଡ଼ ଟଣାଟଣି ଯୋଗୁଁ କଂଗ୍ରେସ ଆଜି ସମ୍ପୂର୍ଣ୍ଣ ତଳକୁ ଚାଲିଯାଇଛି ।
ନିଜର ଅତୀତ ତିକ୍ତ ଅନୁଭୂତି ପ୍ରକାଶ କରି ମୋକିମ୍ କହିଛନ୍ତି, "ଆମେ ଦଳ ଭିତରେ ରହି ସଂସ୍କାର ଓ ସୁଧାର ଆଣିବାକୁ ଚାହୁଥିଲୁ, କିନ୍ତୁ ଆମ କଥା ଶୁଣିବା ବଦଳରେ ଦଳରୁ ବହିଷ୍କାର କରିଦିଆଗଲା । ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଥିବାରୁ ସୋଫିଆ ଆଉ ଏହି ଦଳରେ ରହିବେ ନାହିଁ । ସେ ନିଜ ମାଟି ଓ ଲୋକଙ୍କ ସେବା ପାଇଁ ୨୦୨୯ରେ ଓଡ଼ିଶା ଜନତା କଂଗ୍ରେସରୁ ବାରବାଟୀ-କଟକ ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବେ ।
ଏହି ଘୋଷଣା ପରେ କଟକ ସମେତ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ସକ୍ରିୟ ଯୁବ ବିଧାୟିକା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ସୋଫିଆଙ୍କର ଏହି ନିଷ୍ପତ୍ତି କଂଗ୍ରେସ ପାଇଁ ଏକ ବଡ଼ ଧକ୍କା ସାବ୍ୟସ୍ତ ହୋଇଛି । ଓଜେସିର ଏହି ପଦକ୍ଷେପ ଆଗାମୀ ଦିନରେ ରାଜ୍ୟରେ ଏକ ନୂଆ ଆଞ୍ଚଳିକ ବିକଳ୍ପ ସୃଷ୍ଟି କରିବା ଦିଗରେ କେତେ ପ୍ରଭାବ ପକାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

News Comment

You Might Also Like

BACK TO TOP