Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଅଫିସ ରେ ପୋଷ୍ଟିଙ୍ଗ ପାଇ ସେଠାରେ କେହି ହସୁ ନଥିବାରୁ ଚାକିରି ଛାଡିଦେଇଥିବା ଯୁବକ ||

05-Sep-2026

ଅଫିସରେ କେହି ହସୁନଥିଲେ, ଅଫର ଲେଟର ଫେରାଇ ଚାଲିଗଲେ |

ଓଡିଶା ଜନ ମତ ବ୍ୟୁରୋ,

ଗୋଟିଏ ଯୁବକର ମନୋବଳ, ଭଲ ପାଇବା ଏବଂ ହସ, ଖୁସିରେ ସମସ୍ତଙ୍କ  ସହିତ ସମୟ କାଟିବା କୁନେଇ ଏକ ନିଚ୍ଛକ ସତ୍ୟ ଘଟଣା ରେ ପର୍ଯ୍ୟବେଷିତ ଏକ କାହାଣୀ  | ବହୁତ ଜିନିଷ ଏହି ବିଷୟରୁ ଶିଖିବାକୁ  ଜାଣି ବାକୁ  ଓ କାମ କରିବାକୁ ଅଛି ଏହି ପ୍ରକୃତକାହାଣୀ ରେ  |ଜାଣିବା ସେ ବିଷୟ ରେ |  ଚାକିରି କରିବାକୁ ଯାଇଥିବା ଯୁବକ ଯେତେବେଳେ ସେହିଁ ଅଫିସ ର ପରିବେଶ ଦେଖିଲେ ଅଫର ଲେଟର ଫେରେଇ ଦେବାକୁ ଯାଇ ମାଲିକ ସହ କଥା ହେଉଛନ୍ତି ¡
ସାର୍‌ ଏହି ଅଫିସର ପରିବେଶ ବହୁତ ନକାରାତ୍ମକ ଲାଗୁଛି। ଏଠାରେ ସମସ୍ତେ ଭୟଙ୍କର ଚାପରେ ଥିବା ପରି ଦେଖାଯାଉଛନ୍ତି।  ରୋବର୍ଟ ଭଳି କାମ  କରିଚାଲିଛନ୍ତି । କେହି ଜଣେ ବି ହସୁନାହାନ୍ତି।" ମୁଁ ଏହି ଅଫିସ୍‌ରେ ଏଭଳି ମାହୋଲରେ  କାମ କରିପାରିବିନି” ହାତରେ ଥିଲା ଅଫର ଲେଟର, ଭଲ ପୋଷ୍ଟ, ଭଲ ଦରମା କିନ୍ତୁ ପ୍ରଥମ ଦିନରେ  ହିଁ ଅଫର ଲେଟର ଫେରାଇ ଦେଇ ସେ ସ୍ଥାନ ଛାଡି ଚାଲିଆସିଲେ । ଏ କଥା ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନା । ମନରେ ନିଶ୍ଚୟ ଆସୁଥିବା ଏହି କଥା  ଯେ  ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଇ ଅଫର ଲେଟର ମିଳିବା ପରେ କିଏ ବା ଚାକିରି ଛାଡ଼ିଦିଏ? କିନ୍ତୁ ଦିଲ୍ଲୀର ଜଣେ ଯୁବକ ଠିକ୍ ସେହି କାମଟା କରିଥିଲେ।
କାରଣ ଦରମା କମ୍ ନଥିଲା, ପଦବୀ ଖରାପ ନଥିଲା କିମ୍ବା କୌଣସି ବିବାଦ ମଧ୍ୟ ନଥିଲା। ତାଙ୍କର ଏକମାତ୍ର ଅଭିଯୋଗ ଥିଲା ‘ଅଫିସରେ କେହି ହସୁନାହାନ୍ତି।’ ଆଉ ଏହି ଗୋଟିଏ କଥା ଜଣେ ଉଦ୍ୟୋଗୀ  ବା ବସ୍‌ଙ୍କ ଚିନ୍ତାଧାରାକୁ ବଦଳାଇ ଦେଇଥିଲା। ଯିଏ ପ୍ରଥମ ଦିନରେ ଚାକିରିକୁ ମନା କରିଥିଲେ, ସେହି ଯୁବକ ପରେ କମ୍ପାନୀର HR ହେଡ୍ ହୋଇଗଲେ। ଆସନ୍ତୁ ଜାଣିବା ଏହି ଅନନ୍ୟ  ଘଟଣା ବିଷୟରେ  । ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଅଫର ଲେଟର ମାନେ ଏକ ସ୍ୱପ୍ନ ପୂରଣ। କିନ୍ତୁ ଦିଲ୍ଲୀର ଏହି ଯୁବକ ସେହି ସ୍ୱପ୍ନକୁ ନିଜେ ଠେଲି ଦେଇଥିଲେ। ଚାରି ରାଉଣ୍ଡ ଇଣ୍ଟରଭ୍ୟୁ, ତିନି ସପ୍ତାହର ଚୟନ ପ୍ରକ୍ରିୟା ଓ ସମସ୍ତ ସର୍ତ୍ତରେ ସହମତି ପରେ ସେ ପ୍ରଥମ ଦିନ ଅଫିସକୁ ପହଞ୍ଚିଥିଲେ। କିନ୍ତୁ ମାତ୍ର ୧୦ ମିନିଟ୍ ଲବିରେ ବସିବା ପରେ ସେ ଏମିତି ଏକ ନିଷ୍ପତ୍ତି ନେଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା।
କମ୍ପାନୀର ମାଲିକ ଅଭିଷେକ ଅଗ୍ରୱାଲ ତାଙ୍କୁ ସ୍ୱାଗତ କରିବାକୁ ଆସିବାବେଳେ ଯୁବକ ଜଣକ ସ୍ପଷ୍ଟ ଭାବେ କହିଦେଲେ ‘ମୁଁ ଏଠାରେ କାମ କରିବିନି।’ କାରଣ ପଚାରିବାରୁ ସେ ଯାହା କହିଥିଲେ, ତାହା ଅଭିଷେକଙ୍କୁ ନିରୁତ୍ତର କରିଦେଇଥିଲା। ଯୁବକଙ୍କ କହିବା କଥା ଥିଲା, ଅଫିସରେ କେହି ହସୁନାହାନ୍ତି, ସମସ୍ତେ ଚାପରେ ଥିବା ପରି ଲାଗୁଛନ୍ତି ଏବଂ ପରିବେଶ ଏତେ ନକାରାତ୍ମକ ଯେ ସେଠାରେ କାମ କରିବା ସମ୍ଭବ ନୁହେଁ। ପ୍ରଥମେ ଏହି କଥା ଶୁଣି ଅଭିଷେକ ନିରାଶ ହୋଇଥିଲେ। କିନ୍ତୁ ପରେ ସେ ନିଜ ଅଫିସକୁ ନୂଆ ଦୃଷ୍ଟିରେ ଦେଖିଲେ। ତାଙ୍କୁ ମଧ୍ୟ ଲାଗିଲା ଯେ କର୍ମଚାରୀମାନେ ରୋବଟ୍ ଭଳି କାମ କରୁଛନ୍ତି। ଲବି ନିର୍ଜୀବ ଲାଗୁଥିଲା, ଗଛଗୁଡ଼ିକ ଶୁଖିଯାଇଥିଲା ଓ ଅଫିସରେ ଉତ୍ସାହର ଅଭାବ ସ୍ପଷ୍ଟ ଦେଖାଯାଉଥିଲା। ସେତେବେଳେ ସେ ବୁଝିଲେ ଯେ ଯୁବକଙ୍କ କଥାରେ ସତ୍ୟତା ଅଛି। ତା’ପରେ ଘଟିଲା କାହାଣୀର ସବୁଠୁ ରୋଚକ ମୋଡ଼। ଅଭିଷେକ ପୁଣିଥରେ ସେହି ଯୁବକଙ୍କ ସହ ଯୋଗାଯୋଗ କଲେ। 
ଚାକିରି ପାଇଁ ନୁହେଁ, ବରଂ ଅଫିସର  ମାହୋଲ ବଦଳାଇବା ପାଇଁ। ଯୁବକ ଜଣକ ଚ୍ୟାଲେଞ୍ଜ ଗ୍ରହଣ କଲେ ଓ କର୍ମଚାରୀଙ୍କ ମନୋବଳ, ଟିମ୍ ସଂଯୋଗ ଓ ସକାରାତ୍ମକ ପରିବେଶ ଉପରେ କାମ ଆରମ୍ଭ କଲେ। ମାତ୍ର ତିନି ମାସ ମଧ୍ୟରେ ଅଫିସର ଚିତ୍ର ବଦଳିଗଲା। କର୍ମଚାରୀଙ୍କ ରିଟେନ୍ସନ୍ ରେଟ୍ ୭୦ ପ୍ରତିଶତ ବଢ଼ିଲା। ବିକ୍ରିରେ ୩୦ ପ୍ରତିଶତ ବୃଦ୍ଧି ହେଲା। ଅଫିସରେ ହସ, ଉତ୍ସାହ ଓ ସକାରାତ୍ମକତା ଫେରିଆସିଲା। ଏହି ସଫଳତା ପରେ ଏକ ବର୍ଷ ମଧ୍ୟରେ ସେହି ଯୁବକଙ୍କୁ କମ୍ପାନୀର ‘ଚିଫ୍ ପିପୁଲ୍ ଅଫିସର’ ବା HR ହେଡ୍ ଭାବେ ପଦୋନ୍ନତି ଦିଆଗଲା। ଏହି କାହାଣୀ କେବଳ ଜଣେ କର୍ମଚାରୀଙ୍କ ସଫଳତାର କାହାଣୀ ନୁହେଁ। ଏହା ଦର୍ଶାଏ ଯେ ଅଫିସ କେବଳ ଟାର୍ଗେଟ୍ ଓ ଡାଟାରେ ଚାଲେ ନାହିଁ, ବରଂ ଲୋକଙ୍କ ହସ, ସମ୍ମାନ ଓ ଖୁସିରେ ଚାଲେ। ବୋଧହୁଏ ସେଥିପାଇଁ ଆଜି ସୋସିଆଲ ମିଡିଆରେ ଏହି କାହାଣୀ ଲକ୍ଷ ଲକ୍ଷ ଲୋକଙ୍କୁ ଏକ ବଡ଼ ଶିକ୍ଷା ଦେଉଛି । ଭଲ କର୍ମଚାରୀ କେବଳ ଚାକିରି ଖୋଜନ୍ତି ନାହିଁ, ସେମାନେ କମ୍ପାନୀର ସଂସ୍କୃତି, ପରିବେଶକୁ ମଧ୍ୟ ପରଖନ୍ତି। "ଯେଉଁ ଅଫିସରେ ହସ ନଥିଲା, ସେଠାରେ ହସ ଫେରାଇ ଆଣିଲେ ଜଣେ ପ୍ରାର୍ଥୀ... ଆଉ ସେହି ହସ ହିଁ ତାଙ୍କୁ ବନାଇଦେଲା HR ହେଡ୍।"

News Comment

You Might Also Like

BACK TO TOP