Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

କମବଜେଟ ରେ ନିର୍ମିତ "ହନୁମାନ ଅଂଶ ` 6ଗୋଟି ଫିଲିମକୁ ପଛରେ ପକାଇ କଲା ବହୁତ ଆୟ |

13-Sep-2026

‘ହନୁମାନ ଅଂଶ’ଛ ଗୋଟି ଫିଲ୍ମ କୁ ପଛରେ ପକାଇ କଲା ଆଧିକ ଆୟ |

ଓଡିଶା ଜନ ମତ ବ୍ୟୁରୋ ,

‘ହନୁମାନ ଅଂଶ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରୁଛି। ଏବେ ପଞ୍ଚମ ସପ୍ତାହରେ ମଧ୍ୟ ଏହାର ଆୟ ଜାରି ରହିଛି। କମ୍‌ ବଜେଟ୍‌ରେ ନିର୍ମିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରୁଛି। ପ୍ରାୟ ୨ କୋଟି ଟଙ୍କା ବଜେଟ୍‌ର ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିସାରିଛି ଏହି ଫିଲ୍ମ ‘ଟକ୍ସିକ୍‌’ ସମେତ ୬ଟି ଫିଲ୍ମକୁ ପଛରେ ପକାଇଛି। ବିଶାଳ ଚତୁର୍ବେଦୀଙ୍କ ନିର୍ଦ୍ଦେଶିତ ‘ହନୁମାନ ଅଂଶ’ ନୀମ କରୋଲି ବାବାଙ୍କ ଜୀବନ ଉପରେ ଆଧାରିତ। ଫିଲ୍ମରେ ଶୋଭିନବ ସତ୍ୟା ନୀମ କରୋଲି ବାବାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସାକ୍‌ନିଲ୍କ ରିପୋର୍ଟ ଅନୁଯାୟୀ, ୩୪ତମ ଦିନରେ ଫିଲ୍ମଟି ୧୦.୨୫ କୋଟି ଟଙ୍କା ଆୟ କରିଛି। ଭାରତରେ ଏହାର ମୋଟ ନେଟ୍‌ ଆୟ ୧୫୩.୧୩ କୋଟି ଓ ଗ୍ରସ୍‌ ଆୟ ୧୮୦.୯୫ କୋଟି ଟଙ୍କାରେ ପହଞ୍ଚିଛି।
ଫିଲ୍ମକୁ ପଛରେ ପକାଇବାରେ ସଫଳ
୭ ଅଗଷ୍ଟ ୨୦୨୬ରେ ରିଲିଜ୍‌ ହୋଇଥିବା ‘ହନୁମାନ ଅଂଶ’କୁ ଆରମ୍ଭରୁ ‘ଓହ୍ ମାଇ ଡଗ୍’ ଏବଂ ‘ଆର୍ଯ୍ୟଭଟ୍ଟଙ୍କ ଜିରୋ’ ଭଳି ଫିଲ୍ମ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା। ପରେ ‘ଆବାରାପନ୍ ୨’ ଓ ‘ବଟୱାରା ୧୯୪୭’ ସହ ମଧ୍ୟ ଏହାର ଟକ୍କର ହୋଇଥିଲା। କମ୍ ବଜେଟ୍‌ ସତ୍ତ୍ୱେ ଫିଲ୍ମଟି ଏହି ସମସ୍ତ ଫିଲ୍ମକୁ ପଛରେ ପକାଇବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ‘ମିର୍ଜାପୁର: ଦ ମୁଭି’ ଓ ଟକ୍ସିକ୍ କୁ ଏହା ପଛରେ ପକାଇଛି। 
ଅନ୍ୟପକ୍ଷରେ ‘ମିର୍ଜାପୁର: ଦ ମୁଭି’ ମଧ୍ୟ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଛି। ପଙ୍କଜ ତ୍ରିପାଠୀ, ଅଲୀ ଫଜଲ, ଦିବ୍ୟେନ୍ଦୁ ଓ ରବି କିଶନଙ୍କ ଭଳି ଅଭିନେତାଙ୍କ ଅଭିନୟ ଥିବା ଏହି ଫିଲ୍ମ ପ୍ରଥମ ଦିନରେ ୨୫.୭୫ କୋଟି ଟଙ୍କା ଆୟ କରିଥିଲା। ସାକ୍‌ନିଲ୍କ ରିପୋର୍ଟ ଅନୁଯାୟୀ, ଷଷ୍ଠ ଦିନରେ ଫିଲ୍ମଟି ୧୨.୩୦ କୋଟି ଟଙ୍କା ନେଟ୍‌ ଆୟ କରିଛି। ଭାରତରେ ଏହାର ମୋଟ ଗ୍ରସ୍‌ ଆୟ ୧୬୪.୪୩ କୋଟି ଏବଂ ନେଟ୍‌ ଆୟ ୧୩୭.୬୫ କୋଟି ଟଙ୍କା ହୋଇଛି। ବିଦେଶୀ ବଜାରରୁ ୨୯ କୋଟି ଟଙ୍କା ଆୟ ସହ ଫିଲ୍ମର ବିଶ୍ୱବ୍ୟାପୀ ଗ୍ରସ୍‌ ଆୟ ୧୯୩.୪୩ କୋଟି ଟଙ୍କାରେ ପହଞ୍ଚିଛି।
"ଟକ୍ସିକ୍‌’ର ଆୟରେ ହ୍ରାସ
ଏପଟେ ୟଶ, କିଆରା ଆଡଭାଣୀ, ନୟନତାରା ଓ ତାରା ସୁତାରିଆଙ୍କ ଅଭୀନିତ ‘ଟକ୍ସିକ୍‌’ର ବକ୍ସ ଅଫିସ୍‌ ଆୟରେ ଲଗାତାର ହ୍ରାସ ଦେଖାଯାଉଛି। ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍‌ ଡ୍ରାମାକୁ ଦର୍ଶକ ଓ ସମୀକ୍ଷକଙ୍କଠାରୁ ମିଶ୍ର ପ୍ରତିକ୍ରିୟା ମିଳିଛି। ସାକ୍‌ନିଲ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ୧୫ତମ ଦିନରେ ୧,୩୨୨ଟି ଶୋ’ରୁ ୬୦ ଲକ୍ଷ ଟଙ୍କା ନେଟ୍‌ ଆୟ କରିଛି। ଏହା ୧୪ତମ ଦିନର ୭୫ ଲକ୍ଷ ଟଙ୍କା ଆୟ ତୁଳନାରେ ପ୍ରାୟ ୨୦ ପ୍ରତିଶତ କମ୍‌। ‘ଟକ୍ସିକ୍‌’ର ଭାରତୀୟ ନେଟ୍‌ ଆୟ ୨୪୭.୮୫ କୋଟି ଓ ଗ୍ରସ୍‌ ଆୟ ୨୯୫.୮୨ କୋଟି ଟଙ୍କାରେ ପହଞ୍ଚିଛି। ବିଦେଶରୁ ମୋଟ ୪୩.୫୦ କୋଟି ଟଙ୍କା ଗ୍ରସ୍‌ ଆୟ ସହ ଫିଲ୍ମର ବିଶ୍ୱବ୍ୟାପୀ ଗ୍ରସ୍‌ ଆୟ ୩୩୯.୩୨ କୋଟି ଟଙ୍କା ହୋଇଛି।

News Comment

You Might Also Like

BACK TO TOP