Breaking News

ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||      ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |    (25-Oct-2026)       ||      "ୱାନ ଷ୍ଟେସନ ୱାନ ପ୍ରଡକ୍ଟ ` ଷ୍ଟଲ କୁ ରାୟଗଡା ରେଳ ଷ୍ଟେସନ ରେ ଉଦଘାଟିତ |   (25-Oct-2026)       ||      କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||      ପିସିସି ସଦସ୍ୟ ଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ |   (24-Oct-2026)       ||      ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||      ପୋଲିସ ଓ ବରିଷ୍ଟ ନାଗରିକ ଙ୍କ ସହଯୋଗ ରେ ଜନ ସାଧାରଣ ଙ୍କୁ ନେଇ ସାମନ୍ୱୟ ବୈଠକ ଅନୁଷ୍ଠିତ |    (23-Oct-2026)       ||      ବେଗୁନିଆପଡା 46 ନଂ ଜୋନ ରେ ବିଜେଡିର ବାଇକ ଶୋଭାଯାତ୍ରା |   (23-Oct-2026)       ||     

ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ

25-Oct-2026

କଳିଙ୍ଗା ଘାଟି ରାସ୍ତା,ମଙ୍ଗଳ ବୁଧ ବାର ପରେ ଖୋଲିବ ବୋଲି ସୂଚନା ଦେଇଛନ୍ତି  ଦିଲ୍ଲୀ ଟିମ |

ଓଡିଶା ଜନ ମତ ବ୍ୟୁରୋ,

ସ୍ଥିତି ଅନୁଧ୍ୟାନ କଲା ଆଇଆଇଟି ଦିଲ୍ଲୀ ବିଶେଷଜ୍ଞ ଟିମ୍‌ ଏଈ 
ବୁଧବାର ପରେ ଖୋଲିପାରେ କଳିଙ୍ଗା ଘାଟି ରାସ୍ତା ବୋଲି ସେମାନେ ସୂଚନା ଦେଇଛନ୍ତି | 
ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ବନ୍ଦ ରହିବା ଯୋଗୁ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ୁଥିବା ବେଳେ ଶନିବାର ଏକ ଆଶାଜନକ ଖବର ସାମ୍ନାକୁ ଆସିଛି। ଆଇଆଇଟି ଦିଲ୍ଲୀର ବିଶେଷଜ୍ଞ ଦଳ ଘାଟି ରାସ୍ତାର ସ୍ଥିତି ଅନୁଧ୍ୟାନ କରିବା ପରେ ଆସନ୍ତା ସୋମବାର ରାସ୍ତା ଖୋଲିବାର ସମ୍ଭାବନା ଦେଖାଦେଇଛି। ତେବେ ଆସନ୍ତା ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରାସ୍ତା ଖୋଲିବାରେ ଆଉ କିଛି ଦିନ ବିଳମ୍ବ ହୋଇପାରେ। ଗଞ୍ଜାମ ଓ କନ୍ଧମାଳ ଜିଲା ପ୍ରଶାସନ ସହ ବିଶେଷଜ୍ଞ ଦଳ ଆଲୋଚନା କରିବା ପରେ ହିଁ ରାସ୍ତା ଖୋଲିବାର ସଠିକ୍ ତାରିଖ ଜଣାପଡ଼ିବ।
ଏହି ସମୀକ୍ଷା ସମୟରେ ଆଇଆଇଟି ଦିଲ୍ଲୀର ବିଶେଷଜ୍ଞ ଦଳରେ ପ୍ରଫେସର ଜି. ବି. ରମଣ, ପ୍ରଫେସର ପ୍ରଶାନ୍ତ ଭଙ୍ଗଲା ଓ ପ୍ରଫେସର ସୁମିତ୍ ସିଂହ ସାମିଲ ଥିଲେ। ଏଥିସହିତ ଜାତୀୟ ରାଜପଥ ବ୍ରହ୍ମପୁରର ମୁଖ୍ୟଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ବେହେରା, ଏସ୍‌ଡିଓ ସତୀଶ ପଟେଲ, ଏଚ୍‌ଏମ୍‌ବିଏସ୍‌ ଏଜେନ୍ସି ନୂଆଦିଲ୍ଲୀର ଏମ୍‌ଡି ଅର୍ଚିତ୍ ଜୈନ ଓ ଭଞ୍ଜନଗରର ଅତିରିକ୍ତ ତହସିଲଦାର ଅବିନାଶ ମହାର ପ୍ରମୁଖ ଉପସ୍ଥିତ ରହି ସ୍ଥିତି ପରିଖିଥିଲେ।
ସୂଚନାଯୋଗ୍ୟ ଯେ, ଗତବର୍ଷ ବର୍ଷା ଋତୁରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଥିଲା। ସେତେବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ମରାମତି ପାଇଁ ଆବଶ୍ୟକ ଧ୍ୟାନ ଦେଇନଥିବାରୁ ମରାମତି କାମ ବିଳମ୍ବରେ ଏବଂ ଅସ୍ଥାୟୀ ଭାବେ କରାଯାଇ ଯାତାୟାତ ପାଇଁ ଖୋଲାଯାଇଥିଲା। ତେବେ ସ୍ଥାୟୀ ମରାମତି ହୋଇନଥିବାରୁ ପ୍ରାୟ ଏକ ମାସ ପୂର୍ବେ ପୁଣି ସେହି ସ୍ଥାନରେ ଭୂସ୍ଖଳନ ଘଟି ରାସ୍ତା ସହ ଏହାର ସମ୍ପ୍ରସାରଣ କାର୍ଯ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ତେବେ ବାରମ୍ବାର ଭୂସ୍ଖଳନ ହେଉଥିଲେ ମଧ୍ୟ ପୁରୁଣା ରାସ୍ତାର ବିଶେଷ କ୍ଷତି ହୋଇନଥିବାରୁ ଏହାକୁ ଖୋଲିବାରେ ବିଶେଷ ସମସ୍ୟା ନାହିଁ ବୋଲି ବିଶେଷଜ୍ଞ ଦଳ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଯାନବାହନ ଚଳାଚଳ ବୃଦ୍ଧିକୁ ଦୃଷ୍ଟିରେ ରଖି ଘାଟି ରାସ୍ତାର ଯେଉଁ ସମ୍ପ୍ରସାରଣ କରାଯାଉଥିଲା, ଏହାର ନକ୍ସାରେ ତ୍ରୁଟି ଥିବା ଆଶଙ୍କା କରାଯାଉଛି। ନୂତନ ଗାର୍ଡ ୱାଲ୍‌ ନିର୍ମାଣ ହେଉଥିବା ସ୍ଥାନରେ ତଳଭାଗରେ କଠିନ ମାଟି ଓ ପଥର ବଦଳରେ ନରମ ମାଟି ସହ ଛିଦ୍ରଯୁକ୍ତ ପଥର ଥିବାରୁ ଏହା ବାରମ୍ବାର ଭୁଶୁଡ଼ି ପଡ଼ୁଥିବା ଅନୁମାନ କରାଯାଉଛି। ଏହି କାରଣରୁ ରାସ୍ତା ସମ୍ପ୍ରସାରଣର ନକ୍ସା ପୁନଃ ପ୍ରସ୍ତୁତ କରାଯିବାର ସମ୍ଭାବନା ରହିଛି ଏବଂ ସରକାର ନୂତନ ନକ୍ସାକୁ ଅନୁମୋଦନ ଦେବା ପରେ ହିଁ ଅଗ୍ରଗତି କାର୍ଯ୍ୟ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

News Comment

You Might Also Like

BACK TO TOP