Breaking News

ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |    (23-Aug-2026)       ||      ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଘର ||   (23-Aug-2026)       ||      ଥାନା ଏସ ଆଈଙ୍କ ବିବାହ ପ୍ରତିଶୃତି ଦେଇ କଲେ ପ୍ରତାରଣା |   (23-Aug-2026)       ||      ଚିନିର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଓ ବ୍ୟବସାୟୀ ଙ୍କ ପାଈଁ ଚିନ୍ତା ପାଲଟିଛି |    (23-Aug-2026)       ||      କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |   (23-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||      ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||     

ଖଲ୍ଲିକୋଟ ଡି ଆଇ ଇଟି ରେ ଅଷ୍ଟମ କ୍ଲଷ୍ଟର ସ୍ତରୀୟ ଅଭିମୁଖୀ କରଣ ବୈଠକ ଅନୁଷ୍ଠିତ |

16-Jan-2025

ଡି.ଆଇ.ଇ.ଟି.ରେ ଅଷ୍ଟମ କ୍ଲଷ୍ଟର ସ୍ତରୀୟ ଅଭିମୁଖୀକରଣ ବୈଠକ ଅନୁଷ୍ଠିତ,

                  ଓଡିଶା ଜନମତ ବ୍ୟୁରୋ,

ଖଲ୍ଲିକୋଟ :ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ପକ୍ଷରୁ ପ୍ରତିମାସ ଭଳି ଚଳିତ ମାସ ମଧ୍ୟ ଅଭିମୁଖୀକରଣ ବୈଠକ ସମ୍ମିଳନୀ କକ୍ଷରେ ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସର୍ବପ୍ରଥମେ ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡ଼ା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଦିଗପହଣ୍ଡି ବ୍ଲକରେ କାର୍ଯ୍ୟରତ ସି ଆର ସି ସି ଶ୍ରୀକାନ୍ତ କୁମାର ସାମନ୍ତରାୟ ସୁଲଳିତ କଣ୍ଠରେ ଭକ୍ତି ରସାତ୍ମକ ଭଜନ ପରିବେଷଣ କରିଥିଲେ ।
ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡ଼ା ବୈଠକରେ ଯୋଗଦାନ କରି ଗତ କିଛିଦିନ ତଳେ ପ୍ରତିଷ୍ଠାନରେ ଗଂଜାମ ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ, ସି ଆର୍ ସି ସି, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଶୈକ୍ଷିକ ବିକାଶ ଉଦ୍ଦେଶ୍ୟରେ "ସାମାଜିକ ଆବେଗିକ ନୈତିକ ଶିକ୍ଷା" ( ସିଲ୍ ) ଶୀର୍ଷକ ଉପରେ ଆୟୋଜିତ ପାଠଚକ୍ର ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଏତଦବ୍ୟତୀତ ଶିକ୍ଷକଙ୍କୁ ପ୍ରେରଣା ପ୍ରଦାନ, ପ୍ରୋତ୍ସାହନ ସହିତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ କିଭଳି ଶ୍ରେଣୀରେ ଶିକ୍ଷାଦାନ କରିପାରିବେ, ସେନେଇ ବକ୍ତବ୍ୟରେ ମତପ୍ରକାଶ କରିଥିଲେ ।  ବିଦ୍ୟାଳୟରରେ ଏଫ୍. ଏଲ୍. ଏନ୍. କର୍ଣ୍ଣର, ଶ୍ରେଣୀ କକ୍ଷରେ ଛାତ୍ର ଛାତ୍ରୀମାନେ କିପରି ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ସେ ସମ୍ବନ୍ଧରେ ବହୁ ଉପାଦେୟ ତଥ୍ୟ ପ୍ରକାଶ କରିଥିଲେ । ବରିଷ୍ଠ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା ବିଦ୍ୟାଳୟ ଠାରୁ କ୍ଲଷ୍ଟର ପର୍ଯ୍ୟନ୍ତ ଶିକ୍ଷକ, ସି ଆର ସି ସିଙ୍କ ଗୁରୁଦାୟିତ୍ଵ ବିଷୟରେ ବୁଝାଇଥିଲେ । ଚଳିତ ମାସ ଗତ ତା ୧୫/୦୧/୨୫ ରିଖରୁ ତା ୧୭/୦୧/୨୫ ରିଖ ପର୍ଯ୍ୟନ୍ତ ସମଗ୍ର ଗଂଜାମ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବ୍ଲକର ସି ଆର୍ ସି ସିଙ୍କ ଅଭିମୁଖୀକରଣ ବୈଠକ ପରିଚାଳିତ ହେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ କ୍ଲଷ୍ଟର ସ୍ତରୀୟ ବୈଠକର ରିପୋର୍ଟ ଲିଖନ  ଉପରେ ଆଲୋକପାତ କରିଥିଲେ । ବୈଠକରେ ପ୍ରଶିକ୍ଷକ ମୁକ୍ତିକାନ୍ତ ବେହେରା, ସୁକୁଲେଇ ଟୁଡୁ, ଜିତେନ୍ଦ୍ର କୁମାର ପଣ୍ଡା, ପ୍ରଶିକ୍ଷିକା ପ୍ରଜ୍ଞା ପରମିତା, ଲିପି ଶ୍ରୀ ଦେବୀ, ସରୋଜିନୀ ମିଶ୍ର, ଜୟନ୍ତୀ ବେହେରା, କଲ୍ୟାଣୀ କୁମାରୀ ଗୈାଡ, ଭାବିଲିତା ନାୟକ, ଗାୟତ୍ରୀ ସ୍ୱାଇଁ, ଅନୁପମା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଷ୍ଠାନର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

News Comment

You Might Also Like

BACK TO TOP