Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଗଞ୍ଜାମ ରେ ଋଷିକୁଲ୍ୟା ବଞ୍ଚାଅ ସୁରକ୍ଷା ଅଭିଯାନ |

26-Mar-2025

ଗଞ୍ଜାମ ରେ ଋଷୁକୂଲ୍ୟା ବଞ୍ଚାଅ ଓ ସୁରକ୍ଷା ଅଭିଯାନ,

ଓଡିଶା ଜନମତ, ବଟ କୃଷ୍ଣ ରାଉଳ, ଗଞ୍ଜାମ 25/3/25:  ସକାଳ 9 ଟା ବେଳେ ଋଷିକୁଲ୍ୟା ସୁରକ୍ଷା ଅଭିଯାନର 15 ଜଣିଆ ପଦଯାତ୍ରୀ ଦଳ ଙ୍କୁ ଗଞ୍ଜାମ ସହର କରଣ ସାହି ରେ ଫୁଲମାଳ ଆଉ ଉପଢୌକନ ଦେଇ ସ୍ୱାଗତ ଗଞ୍ଜାମ ବାସି ଓ ବରିଷ୍ଠ ନାଗରିକ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା | ତାପରେ ସାମନ୍ତରା ସାହି କୋଠଘର ନିକଟରେ ଶ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି, ମଧ୍ୟଖଣ୍ଡ ସାହି, ରାଉଳ ସାହି, ଗୌଡ଼ ସାହି ଦେଇ ଶୋଭାଯାତ୍ରା ଦାମୋଦର ପୁର ଋଷୁକୂଲ୍ୟା ନଦୀ କୂଳରେ ଥିବା ଠାକୁରାଣୀ ମନ୍ଦିରରେ ପହଁଚି ଥିଲେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା.ପୁନର୍ବାର ଶୋଭାଯାତ୍ରା ସାନବଜାର ଦେଇ ଗଞ୍ଜାମ ବ୍ଲକ ସାମନାରେ ଏକ ପଥ ପ୍ରାନ୍ତ ସଭା କରି ଦୁର୍ଗାଦେବି ସାହିରେ ପହଞ୍ଚିଥିଲା. ଦୁର୍ଗା ମନ୍ଦିର ଠାରେ ସ୍ଥାନୀୟ କିଛି ଭଦ୍ର ମହିଳା ପୁଷ୍ପ ଗୁଚ୍ଛ, ଚନ୍ଦନ ଟୀକା ଆଉ ହୁଳହୁଳି ଦେଇ ସମ୍ବର୍ଦ୍ଧନା କରିଥିଲେ. ତାପରେ ଶୋଭାଯାତ୍ରା ବଡବଜାର ଦେଇ ତ୍ରିବେଣୀ ମଠ ଛକରେ ଏକ ପଥପ୍ରାନ୍ତ ସଭା ହୋଇଥିଲା. ପଦଯାତ୍ରୀ ଦଳ ପୁଇଁତୋଳା ଗ୍ରାମର ସମସ୍ତ ସାହି ରେ ବୁଲି କନକଦୁର୍ଗା ମନ୍ଦିରରେ  ଭୋଜନ ଓ କିଛି ସମୟ ବିଶ୍ରାମ କରି ପାଳିବନ୍ଧ ପଂଚାୟତ କୁ ଯାଇଥିଲେ. ବିଶିଷ୍ଟ ପରିବେଶବିତ ଶ୍ରୀ ପ୍ରଫୁଲ୍ଲ ସାମନ୍ତରା, ଶ୍ରମିକ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଏବଂ କୃଷକ ନେତା ସିମାଞ୍ଚଳ ନାହାକ ଏହି ପଦଯାତ୍ରାକୁ ସଂଯୋଜନା କରୁଥିଲେ. ପିପଳପଙ୍କାରୁ ଏହା ମାର୍ଚ୍ଚ 16 ରୁ  ଆରମ୍ଭ ହୋଇ ଦୀର୍ଘ 120 କିମି ପଦଯାତ୍ରା କରି ଆଜି ପୁରୁଣାବନ୍ଧ ଗ୍ରାମ ସ୍ଥିତ ଋଷିକୁଲ୍ୟା ମୁହାଁଣ ଠାରେ ସମାପ୍ତ ହେଲା. ଗଞ୍ଜାମ ସହରରେ ଏହି ପଦଯାତ୍ରା ଆୟୋଜନରେ ଉପନଗର ପାଳ ଶ୍ରୀ ସୁରେନ୍ଦ୍ର ବାରିକି, ଲିଙ୍ଗରାଜପଟ୍ଟନାୟକ, ବିନୋଦ ମହାପାତ୍ର, ରଞ୍ଜନ ବେହେରା, ମିନି ମହାପାତ୍ର, ଦୁର୍ଗା ମାଧବ ପାଣିଗ୍ରାହୀ, ଲିଟୁ ଦାଶ, ମାଗତା ବେହେରା, ରାଜ କିଶୋର ପଣ୍ଡା ଆଦି ଅନେକ ଗଞ୍ଜାମ ସହରବାସୀ ସହଯୋଗ କରିଥିଲେ. ବିଶେଷ କରି ସାନ ବଜାର ବଣିକ ସଙ୍ଘ ସଭାପତି ଶ୍ରୀ ସୁଧିର ପାଢ଼ି ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଯାବତୀୟ ଖର୍ଚ୍ଚ ଏବଂ ସ୍ଥାନୀୟ ସ୍ୱୟଂସେବୀ ଅନୁଷ୍ଠାନ ଇକୋ ୱାରିଅରର ପ୍ରଭାତସାହୁ , ଲଷ୍ମୀ, ଅଖିଳ ଆଦି ଅନେକ ସଦଶ୍ୟ ବୃନ୍ଦ ସମସ୍ତେ ମିଶି ଶୀତଳ ପଣା ଆଉ ପ୍ରସାଦ ଭୋଜନ ର ଆୟୋଜନ କରିଥିଲେ.
ଏହି ଋଷିକୁଲ୍ୟା ସୁରକ୍ଷା ଅଭିଯାନ ପଦଯାତ୍ରା ଗଞ୍ଜାମ ବ୍ଲକରେ ଆୟୋଜନ କରିବା ଲାଗି ଏକ ଅଭ୍ୟର୍ଥନା କମିଟି ଓକିଲ ଶ୍ରୀ ଦୁର୍ଯ୍ୟୋଧନ ରେଡ୍ଡୀ- ସଭାପତି, ରଞ୍ଜନ ବେହେରା - ସମ୍ପାଦକ, ମାଗତା ବେହେରା - ଆବାହକ ଏବଂ ଶ୍ରୀ ବିଜୟ ବିଶ୍ଵାଳ - ଉପଦେଷ୍ଟା ଦାଇତ୍ୱ ନେଇଥିଲେ. ଏବଂ ପଦ ଯାତ୍ରା ରେ ଭାରତୀୟ ଜନତା ପାର୍ଟି ର ନଗର ସଭାପତି କାନ୍ତାରି ଦଳେଇ ଡିକେ ରାଓ ଓ ସୁଦାମ ଜେନା ଯୋଗ ଦେଇଥିଲେ ପରିଶେଷରେ ପୁରୁଣାବନ୍ଧ ବାତ୍ୟା ଆଶ୍ରୟ ସ୍ଥଳି ଠାରେ ଏକ ବିଶାଳ ଜନ ସଚେତନତା ସଭା ଆୟୋଜିତ ହୋଇ ଏହି ପଦଯାତ୍ରାର ପରିସମାପ୍ତି କରାହୋଇଥିଲା. ବ୍ରହ୍ମପୁର, ଭୁବନେଶ୍ୱର, ବାଲିଆପାଳ, ବଲାଙ୍ଗୀର ଆଦି ସ୍ଥାନରୁ ପରିବେଶ ସୁରକ୍ଷା ଲାଗି ଆନ୍ଦୋଳନରେ ସାମିଲ ଥିବା ବହୁତ ପରିବେଶ ସୁରକ୍ଷା ଯୋଦ୍ଧା ଏହି ପଦଯାତ୍ରାରେ ଯୋଗ ଦେଇଥିଲେ |

News Comment

You Might Also Like

BACK TO TOP