Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଖଲ୍ଲିକୋଟ ରେ ବ୍ଳକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ର ଶୁଭାରମ୍ଭ |

02-Apr-2025

ଖଲ୍ଲିକୋଟ : ବ୍ଲକ୍ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ

             ଓଡିଶା ଜନମତ ବ୍ୟୁରୋ, 

ସଚେତନତା ରଥ ମାଧ୍ୟମରେ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅଭିନବ ପ୍ରୟାସ

ଖଲ୍ଲିକୋଟ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ୍ ସ୍ତରୀୟ ପ୍ରବେଶ ଉତ୍ସବ ତଥା ଖଡ଼ି ଛୁଆଁ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଛି ଆଭାସ କ୍ଲଷ୍ଟର ଅଧୀନସ୍ଥ ଆଭାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ । ଏହି ଅବସରରେ ଆୟୋଜିତ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାହୁ ଉତ୍ସବରେ ଅଧ୍ୟକ୍ଷତା  କରିଥିବାବେଳେ ସ୍ଥାନୀୟ ତହସିଲଦାର ଡି. ମାଲେସୁ ପାତ୍ର ମୁଖ୍ୟ ଅତିଥି , ବିଜ୍ଞାପିତ ଅଂଚଳ ପରିଷଦର ୦୧ ନମ୍ବର ୱାର୍ଡ ସଭ୍ୟ ପ୍ରଦୀପ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା, ବି.ଆର୍.ସି.ସି. ସୁଶ୍ରୀ ସୁଷମା ଶବର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିତାରାଣୀ ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ରୂପେ ଯୋଗଦେଇ ସମ୍ପ୍ରତି ସରକାରୀ ବିଦ୍ୟାଳୟ ପ୍ରତି ଶିକ୍ଷାର୍ଥୀଙ୍କ ଆଗ୍ରହ ବୃଦ୍ଧି, ପ୍ରବେଶ ଉତ୍ସବ, ଖଡ଼ି ଛୁଆଁ ଭଳି ଗୁରୁତ୍ୱପୂର୍ଣ୍ଣ ଦିବସ ପାଳନର ପ୍ରୟୋଜନତା, ଅଭିଭାବକ ଅଭିଭାବିକା ବିଦ୍ୟାଳୟର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଚିତ ଶିକ୍ଷାଦାନ, ମାର୍ଗ ଦର୍ଶନ ଦ୍ୱାରା ହିଁ ପ୍ରାଥମିକ ଶିକ୍ଷାର ମହତ୍ତ୍ଵ ଉଜ୍ଜୀବିତ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆଭାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୁନି ଶିକ୍ଷାର୍ଥୀମାନଙ୍କୁ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଟ୍ଟନାୟକ ଆନୁଷ୍ଠାନିକ ରୀତିରେ ଖଡ଼ି ଛୁଆଁଇ ବିଦ୍ୟାରମ୍ଭ କରିଥିଲେ । ନୂତନ ଶିକ୍ଷାର୍ଥୀଙ୍କ ପିତାମାତାମାନେ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ । ଏତଦବ୍ୟତୀତ ପ୍ରାଥମିକ ଶିକ୍ଷାର ମାନ ମର୍ଯ୍ୟାଦା ବୃଦ୍ଧି ସକାଶେ ଏକ ସଚେତନତା ରଥ ପରିକ୍ରମା ଆଜିଠାରୁ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ନଡ଼ିଆ ବାଡ଼େଇ ଉଦଘାଟନ କରିଥିଲେ ସ୍ଥାନୀୟ ତହସିଲଦାର ଡି. ମାଲେସୁ ପାତ୍ର । ଆଜିର ପ୍ରଥମ ଦିବସରେ ସଚେତନତା ରଥ ଆଭାସ, ମଥୁରା, ବଧିନୂଆପଲ୍ଲୀ, କଞ୍ଚଣା କ୍ଲଷ୍ଟର ପରିକ୍ରମା କରିଥିବା ସମୟରେ ୦୩ ତାରିଖରେ ଉସ୍ତାପଡା, ଟି. ବାଗଲପୁର, ଲଙ୍ଗଳେଶ୍ବର, ପଥରା ୦୪ ତାରିଖରେ ସାବୁଳିଆ, ଚିକିଟି, ଦାନପୁର, ତାଳପଡା ୦୫ ତାରିଖରେ କୈରାଶି, କହ୍ନେଇପୁର, କେଶୁର, କନକା କ୍ଲଷ୍ଟର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ରଥ ପରିକ୍ରମା ସମୟରେ ସର୍ବସାଧାରଣ ଲୋକଙ୍କୁ ଲିଫଲେଟ ବଣ୍ଟନ କରାଯାଉଥିବା ପରିଲକ୍ଷିତ ହୋଇଛି । ଆୟୋଜିତ ଉତ୍ସବରେ ସି.ଆର୍.ସି.ସି. ପ୍ରଶାନ୍ତ କୁମାର ସେଠୀ, କୃଷ୍ଣଚନ୍ଦ୍ର ପରିଡ଼ା, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ନିରଞ୍ଜନ ସେଠୀ, ପ୍ରକାଶ ଚନ୍ଦ୍ର ସେଠୀ, ପ୍ରଜ୍ଞା କୁମାର ପଟ୍ଟନାୟକ, ନିରଞ୍ଜନ ଗୁରୁ, ରବୀନ୍ଦ୍ର କୁମାର ନାହାକ, ପବନା ସ୍ୱାଇଁ, ଅନାଥ ଚରଣ ବେହେରା, ପବିତ୍ର ବେହେରା, ଡକ୍ଟର ଦ୍ବାରିକାନାଥ ମହାରଣା, ସୁଶୀଳ କୁମାର ପଣ୍ଡା, ଲିପନ ପଣ୍ଡା, ପ୍ରମୋଦ କୁମାର ପ୍ରଧାନ, ଶୁଭେନ୍ଦୁ ରାଉତ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ ।  ପ୍ରାକ୍ତନ ସି.ଆର.ସି.ସି. ଜୟଶଙ୍କର ବାଲା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦାନ କରିଥିଲେ ।

News Comment

You Might Also Like

BACK TO TOP