Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ବାଲିଗୁଡା ରେ ବଢ଼ି ଚାଲିଛି ଇତାଭାଟି, ପ୍ରଶାସନ ର ନିଘା ନାହିଁ |

22-Apr-2025

ଜଳୁଛି ଇଟାଭାଟି ବଢୁଛି ତାତି: ପ୍ରଶାସନର କଟକଣା ନାହିଁ,

ଓଡିଶା ଜନମତ,ବାଲିଗୁଡା, ସଞ୍ଜୟ କୁମାର ପାଣିଗ୍ରାହୀ: ତା, ୨୨/୦୪:

 କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ ପ୍ରଥମ ସପ୍ତାହରୁ ହିଁ ସବୁଦିନର ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଫେବୃଆରୀ ମାସ ଶେଷ ସପ୍ତାହରୁ ତାପମାତ୍ରା ଅଚାନକ ବୃଦ୍ଧି ପାଇଥିବା ବେଳେ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ଼ ସହର ତତଲା ତାୱାରେ ପରିଣତ ହେଲାଣି । ଗ୍ରୀଷ୍ମ ଆରମ୍ଭରୁ ଖରା ଜନସାଧାରଣଙ୍କୁ କଲବଲ କରିବା ଆରମ୍ଭ କରିଥିବାରୁ ଆଗକୁ ଅବସ୍ଥା ଅସମ୍ଭାଳ ହେବାର ଆଶଙ୍କା ଦେଖାଦେଇଛି । ସମଗ୍ର କନ୍ଧମାଳ ଜିଲ୍ଲା ରେ ବ୍ୟାପକ ଜଙ୍ଗଲହାନୀ ସହ ବେଆଇନ ଇଟାଭାଟି ତାପମାତ୍ରା ବୃଦ୍ଧି ପ୍ରମୁଖ କାରଣ ବୋଲି ପରିବେଶବିତ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବେଆଇନ ମାଟିରେ ତିଆରି ଇଟାଭାଟି କୁଟୀର ଶିଳ୍ପରେ ପରିଣତ ହୋଇଛି। ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ବାଲିଗୁଡା, କ.ନୂଆଗାଁ, ଦାରିଙ୍ଗବାଡି, ତୁମୁଡିବନ୍ଧ ଓ କୋଟଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ମାଳମାଳ ଇଟାଭାଟି ଗଢ଼ି ଉଠିଛି । ମାଟି ତିଆରି ଇଟା ବ୍ୟବହାର ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କଟକଣା ଜାରି କରାଯାଇ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ମାଟି ଇଟାଭାଟିକୁ ବେଆଇନ ଘୋଷଣା ସହ ସରକାର ପାଉଁଶ ଇଟାକୁ ପ୍ରୋତ୍ସାହନ ଯୋଗାଇଛନ୍ତି । ତେବେ ଜିଲ୍ଲାର ବିଭିନ୍ନ ତହସିଲ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ପାଉଁଶ ଇଟା ବଦଳରେ ବେଆଇନ ଇଟାଭାଟି ମାଲିକଙ୍କୁ ପରୋକ୍ଷରେ ପ୍ରୋତ୍ସାହନ ମିଳୁଛି । ବେଆଇନ ଇଟାଭାଟି ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେଉଛି । ଅନ୍ୟପକ୍ଷେ ଇଟାଭାଟି ମାଲିକ ଚଢ଼ା ଦରରେ ମାଟିଇଟା ବିକ୍ରି କରି ଲାଭବାନ ହେଉଛନ୍ତି । ରାଜ୍ୟ ତଥା ଜିଲ୍ଲା ତଥା ଜିଲ୍ଲା ବାହାର ଶ୍ରମିକଙ୍କୁ ଅଣାଯାଇ ଇଟା ତିଆରିରେ ନିୟୋଜିତ କରାଯାଇଛି । ମାଟିରେ ଇଟା ତିଆରି ପରେ ଜଙ୍ଗଲରୁ ଗଛର କାଠ କାଟି ଇଟା ପୋଡ଼ାଯାଉଛି । ନିୟମିତ ଶହ ଶହ ଟ୍ରାକ୍ଟର ଇଟା ପରିବହନରେ ନିଯୋଜିତ କରାଯାଇଛି । ମାଟି ଇଟାର ଚାହିଦା ଥିବାରୁ ଜିଲ୍ଲାର ଗ୍ରାମାଞ୍ଚଳ ସହ ସହରରେ ଚାଲିଥିବା କୋଠାବାଡ଼ି ନିର୍ମାଣ ପାଇଁ ଆବଶ୍ୟକ ଇଟା ଅଧିକାଂଶ ଇଟା ମାଟି ଇଟାଭାଟିରୁ ଆସୁଛି । ବର୍ଷ ତମାମ୍ ଏଠାରେ ବେଆଇନ ଇଟା ତିଆରି ଚାଲିଛି । ଦିନ ରାତି ଇଟା ତିଆରି ସହ ପାହାଡ଼ ଭଳି ଇଟା ଗଦା କରାଯାଉଛି । କେତେକ ଅସାଧୁ କର୍ମଚାରୀ ଓ ଇଟାଈଟି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁ ବେଆଇନ ଇଟାଭାଟି ଉପରେ ରୋକ ଲଗାଇବାରେ ପ୍ରଶାସନ ବିଫଳ ହେଉଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ଏନେଇ ଜିଲ୍ଲାପାଳ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି l

News Comment

You Might Also Like

BACK TO TOP