Breaking
News
Breaking
News
29-May-2025
ପୋଲସରା ଏନ ଏ ସି ର ଗୁରୁତ୍ୱପୂର୍ଣ୍ଣ ବୈଠକ :ପୌରପରିଷଦ ଗଠନ ନେଇ ମନ୍ତ୍ରୀଙ୍କ ଆଲୋଚନା,
ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା,
ପୋଲସରା ୨୯. ୫. ୨୫ ପୋଲସରା ଏନ ଏ ସିର କାଉନସିଲ ବୈଠକ ଅଧକ୍ଷା ସଂଗୀତା ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌରପରିଷଦ ଗଠନ କରାଯିବା ନେଇ ରାଜ୍ୟ ସରକାର ମୋହର ମାରିବା ପରେ ପୋଲସରା ସହରରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି | ଏହି ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୌର ପରିଷଦ ଗଠନ ନେଇ ଯେଉଁ ସବୁ ଆବଶ୍ୟକୀୟତା ନିୟମ ଓ ସର୍ତ୍ତାବଳୀ ରହିଛି ସେନେଇ ମନ୍ତ୍ରୀ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହିତ କେଉଁ କେଉଁ ପଞ୍ଚାୟତର ଗାଁ ଗୁଡିକ ମିଶିଲେ ପରିଶେଦ ହେବ ସେ ନେଇ ସ୍ପଷ୍ଟୀକରଣ ରଖିଥିଲେ | ମନ୍ତ୍ରୀଙ୍କ କଥାରେ ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନ ମଧ୍ୟ ସହଯୋଗ କରିବା ପାଇଁ ସହମତି ପ୍ରଦାନ କରିଥିଲେ |ଏଥିସହିତ ବିଭିନ୍ନ ୱାର୍ଡର ଉନ୍ନୟନ କାର୍ଯ୍ୟଗୁଡ଼ିକ ବିଳମ୍ବ ହେଉଥୁବାଯୋଗୁଁ କାଉନସିଲର ମାନେ କ୍ଷୋଭ ପ୍ରକାଶ କରି ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ | ରାସନକାର୍ଡ, ଭତ୍ତା ଆଦିକୁନେଇ ଆଲୋଚନା ହୋଇଥିଲା | ପୋଲସରା ଏନ ଏ ସିର ବିକଶିତ କରାଯିବ ବୋଲି ମନ୍ତ୍ରୀ କହିଥିଲେ | ପୋଲସରା ସହରକୁ ନେଇ ବାଇପାସ ରୋଡ଼, ମେଡିକାଲ, ଖଜୁରୀବନ୍ଧର ଉନ୍ନତି କରଣ ଆଦିକୁ ନେଇ ଆଲୋଚନା ହୋଇଥିଲା | ବୈଠକରେ ଏନଏସି ଉପାଧ୍ୟକ୍ଷା ସନ୍ତୋଷ ବେହେରା, ତହସିଲଦାର ଦିପ୍ତିମୟୀ ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା, ସିଡ଼ିପିଓ ତିଳୋତ୍ତମା ରାଉତଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ବୃନ୍ଦ ଓ କାଉନସିଲର ମାନେ ଉପସ୍ଥିତ ଥିଲେ
BACK TO TOP