Breaking
News
Breaking
News
31-May-2025
ଗଞ୍ଜାମ ଜିଲ୍ଲା ପରିଷଦ ପୂର୍ବତନ ଉପାଧକ୍ଷା ଙ୍କ ବିଜେଡିରୁ ଇସ୍ତଫା ,
ଓଡିଶା ଜନ ମତ ବ୍ୟୁରୋ,
ଗଞ୍ଜାମ ଜିଲାର ପୂର୍ବତନ ଜିଲା ପରିଷଦ ଉପାଧ୍ଯକ୍ଷାତଥା ଏକ ମାସରୁ ଉର୍ଦ୍ଧ ଜିଲ୍ଲା ପରିଷଦ ଅଧକ୍ଷ ଭାବରେ ଦାଇତ୍ୱ ମଧ୍ୟ ତୁଲେଇ ଥିବା ସ୍ନେହଲତା ପଣ୍ଡା ଶନିବାର ଦଳ ଛାଡିଛନ୍ତି। ସେ ତାଙ୍କର ଇସ୍ତପାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେକାହିଁକି ଦଳ ଛାଡିଲେ ତାଉପରେ ସେ କହିଛନ୍ତି କି
ବିଜୁ ଜନତା ଦଳ ଓ ବିଜେଡି ରେ ଦୀର୍ଘ ୩୦ ବର୍ଷଧରି ଦଳରେ ରହିବା ସାଙ୍ଗକୁ ତିନି ଥର ଜିଲାପରିଷଦ ସଭ୍ୟା, ଥରେ ସମିତିସଭ୍ୟା, ରାଜ୍ୟମହିଳା ସାଧାରଣ ସମ୍ପାଦିକା,ଜିଲ୍ଲା ମହିଳା ଉପସଭାନେତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଏବର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦରେ ଜନ ସାଧାରଣ ଙ୍କ ସେବା କରିବାର ସୁଯୋଗ ପାଇ ଥିଲେ। ନବୀନ ପଟନାୟକ ଙ୍କ ଚିନ୍ତା ଧାରାକୁ ସେ ସବୁବେଳେ ସମ୍ନାନ ଦେଉଛନ୍ତି | ବିଗତ କିଛି ବର୍ଷହେଲା ଦଳ ପକ୍ଷରୁ ତାଙ୍କୁ ଗୁରୁତ୍ବ ଦିଆଯାଉ ନ ଥୂବା ଏବଂ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଟିକେ ସୂଚନାମଧ୍ୟ ଦିଆଯାଉନାହିଁ। ଏଣୁ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି | ତେବେ ଆଗାମୀ ଦିନରେ ସେ କେଉଁ ଦଳରେ ଯୋଗଦେବେ ତାର ଉତ୍ତର ରେ ମୁଁ ସମସ୍ତ ଙ୍କ ସହ କଥା ବାର୍ତ୍ତା କରି କେଉଁ ଦଳକୁ ଯିବି ଯିବା ପୂର୍ବରୁ ଜଣାଇବି ବୋଲି କହିଛନ୍ତି ।
BACK TO TOP