Breaking News

ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||      ଛତ୍ରପୁର ଶାଖା ଅବସର ସରକାରୀ କର୍ମଚାରୀ ସଙ୍ଘର ମାସିକ ବୈଠକ ଅନୁଷ୍ଠିତ ||   (11-Aug-2026)       ||      ବିନାୟକ ମନ୍ଦିର ର ଉନ୍ନତି ଲାଗି ହାତ ବଢ଼ାଇଲେ ସମାଜ ସେବୀ ଦୀପକ ମୁଦୁଲି |    (11-Aug-2026)       ||     

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଦ୍ଵିଦିବସୀୟ ପାଠଚକ୍ର ର ଶୁଭ ଉଦଘାଟନ |

09-Jan-2026

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଦ୍ୱିଦିବସୀୟ ପାଠଚକ୍ର ଶୁଭୋଦ୍ଘାଟିତ

ଦକ୍ଷତା ଭିତ୍ତିକ ଶିକ୍ଷାଦାନ ସମୃଦ୍ଧିରେ ଅଭିନବ ଶିକ୍ଷଣ ଶୈଳୀର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଅଭିନବ ଶୈକ୍ଷିକ ଅଭ୍ୟାସ ହିଁ ଶିକ୍ଷଣ ଦକ୍ଷତା ଅଭିବୃଦ୍ଧିରେ ସହାୟକ ହେବା ସହିତ ଶିକ୍ଷଣ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହି ପରିପ୍ରେକ୍ଷୀରେ ଏକ ଦୁଇ ଦିବସୀୟ ଜିଲ୍ଲା ସ୍ତରୀୟ ପାଠଚକ୍ର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ଠାରେ ଆଜି ଶୁଭ ଉଦଘାଟିତ ହୋଇଯାଇଛି । ଆଜି ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସର୍ବ ପ୍ରଥମେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ବେଲଗୁଣ୍ଠା ବ୍ଲକର ସି ଆର ସି ସି ଛାୟାକାନ୍ତ ମହାପାତ୍ର ଶ୍ଳୋକ ଉଚ୍ଚାରଣ କରିଥିଲେ । ପ୍ରତିଷ୍ଠାନର ଗୁରୁ ଛାତ୍ରୀ ସମୂହ ସମବେତ କଣ୍ଠ ସଂଗୀତ ପରିବେଷଣ କରିଥିଲେ ।ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡା ପାଠଚକ୍ର ସମ୍ପର୍କିତ ଅଭିଭାଷଣ ପ୍ରଦାନ କରିଥିଲେ । ନିଉଜ ଲେଟର "ଏଜୁ ଭିଷ୍ଟା"ର ଶୁଭ ଉନ୍ମୋଚନ କରିଥିଲେ ଅତିଥିମାନେ । ପ୍ରଥମ ଦିବସର କାର୍ଯ୍ୟକ୍ରମରେ ଆର୍ ଆଇ ଇ, ଭୋପାଳର ପ୍ରାକ୍ତନ ଅଧ୍ୟକ୍ଷ ତଥା ଓ ସି ଏଫର ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ମୁଖ୍ୟ ଅତିଥି, ଜିଲ୍ଲା ଏ ଡି ଏମ୍ ସୁନୀଲ୍ କୁମାର କେରକେଟା ସମ୍ମାନୀତ ଅତିଥି, ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ଶ୍ରୀମତୀ ପ୍ରଭାତୀ କୁମାରୀ ମହାପାତ୍ର ସମ୍ମାନୀତ ଅତିଥି, ଡି ପି ଆଇ ଏ ଏସ ଇର ଶିକ୍ଷା ବିଭାଗ ପ୍ରଫେସର ଡକ୍ଟର ଦେବେନ୍ଦ୍ର କୁମାର ସେଠୀ ସ୍ୱତନ୍ତ୍ର ଅତିଥି, ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ମନୋଜ କୁମାର ପ୍ରଧାନ ମୁଖ୍ୟ ବକ୍ତା, ଶିକ୍ଷକ ପ୍ରଶିକ୍ଷିକା ତଥା ପାଠଚକ୍ର ସଂଯୋଜିକା ସୁଶ୍ରୀ ଗାୟତ୍ରୀ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ତୃଣମୂଳ ସ୍ତରରେ ଦକ୍ଷତା ଆଧାରିତ ଶିକ୍ଷଣ ପଦ୍ଧତି, ପ୍ରତ୍ୟେହ ନୂଆ ନୂଆ ଅଭିନବ ଶୈକ୍ଷିକ ଅଭ୍ୟାସ, ଶିକ୍ଷଣ ଦକ୍ଷତା ବୃଦ୍ଧିରେ ଭାଷା ଜନିତ ସମସ୍ୟା, ସଂକଟ, କାର୍ଯ୍ୟ ଆରମ୍ଭ କରି ଶିଖିବା, ଅଭିଜ୍ଞତାରୁ ଶିଖିବା, ଶିକ୍ଷଣ କଳା କଉଶଳ, ଶିକ୍ଷାର୍ଥୀଙ୍କ ମାନସିକତା ଉପଲବ୍ଧି, ବୃହତ୍ତର ଲକ୍ଷ୍ୟ ଆଭିମୁଖ୍ୟ ହାସଲରେ ଶିକ୍ଷକ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଶିକ୍ଷଣରେ କିଛି ଭିନ୍ନ ସ୍ୱତନ୍ତ୍ର ଯାହାକି ଶିକ୍ଷଣ ଉପଯୋଗୀ, ବିଦ୍ୟାଳୟ ସ୍ତରରେ ଅଭିନବ ଶିକ୍ଷଣ କଉଶଳର କାର୍ଯ୍ୟକାରିତା, ପୂର୍ବ ଅଭିଜ୍ଞତା ଅନୁଭୂତିକୁ ନୂଆ ସହିତ ଯୋଡ଼ିବା,  ଗୁରୁ ପରମ୍ପରା ଆଦି ବହୁବିଧ ଦିଗ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପ୍ରଥମ ଦିବସର ଦ୍ଵିତୀୟ ଅଧିବେଶନରେ ବେଗୁନିଆ ପଡ଼ା ବ୍ଲକର ଶିକ୍ଷକ ଦୀପକ ଜେନା, ବେଲଗୁଣ୍ଠା ବ୍ଲକରୁ ସୁନେଲି ସ୍ୱାଇଁ, 
ଭଞ୍ଜନଗର ବ୍ଲକରୁ ରମେଶ ଚନ୍ଦ୍ର ବେହେରା, ବୁଗୁଡ଼ା ବ୍ଲକରୁ
ସୁଶ୍ରୀ ସୁସମିତା ସାହୁ, ଛତ୍ରପୁର ବ୍ଲକରୁ ତୁଳସୀରାମ ମେହେର, ଦିଗପହଣ୍ଡି ବ୍ଲକରୁ ବଳରାମ ବେହେରା, ଧରାକୋଟ ବ୍ଲକରୁ
ସୁଧାକର ସ୍ୱାଇଁ, ଗଞ୍ଜାମ ବ୍ଲକରୁସିଦ୍ଧାନ୍ତ କୁମାର ପ୍ରଧାନ ପ୍ରମୁଖ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । 
ଅନୁଷ୍ଠିତ ପାଠଚକ୍ରରେ ଗଂଜାମ ଜିଲ୍ଲାର ୨୨ ଗୋଟି ବ୍ଲକର ଏ ବି ଇ ଓ, ସି ଆର୍ ସି ସି, ଶିକ୍ଷକ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶିକ୍ଷକ ନବୀନ କୁମାର ପ୍ରମାଣିକ, ଜିତେନ୍ଦ୍ର କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା, ମୁକ୍ତିକାନ୍ତ ବେହେରା, ସୁକୁଲେଇ ଟୁଡୁ, ଶିକ୍ଷକ ପ୍ରଶିକ୍ଷିକା ଲିପି ଶ୍ରୀ ଦେବୀ, ଡ. ନୀହାରିକା ସାମନ୍ତରାୟ, ପ୍ରଜ୍ଞା ପାରମିତା, କଲ୍ୟାଣୀ କୁମାରୀ 
ଗୈ।ଡ଼, ସୁଶ୍ରୀ ଗାୟତ୍ରୀ ସ୍ୱାଇଁ, ଜୟନ୍ତୀ ବେହେରା, ବବିତା ସିଂ ନାୟକ, ଅନୁପମା ଦାସ ପ୍ରମୁଖ ଉପସ୍ଥିତ ଥିଲେ ‌।ପ୍ରତିଷ୍ଠାନର ବରିଷ୍ଠ ସେକ୍ସନ ଅଧିକାରୀ ପ୍ରବେଶ କୁମାର ପଟ୍ଟନାୟକ, କନିଷ୍ଠ କିରାଣୀ ଆଶିଷ ରଞ୍ଜନ ସେଠୀ, କମ୍ପ୍ୟୁଟର ସହାୟକ ମନୋରଞ୍ଜନ ବାରିକ, ନିରୂପମା ପ୍ରଧାନଙ୍କ ସମେତ କର୍ମଚାରୀ ଜୟ ଶଙ୍କର ଗୈ।ଡ଼, ସୁକାନ୍ତି ସେଠୀ, ଚନ୍ଦ୍ର ନାୟକ ପାଠଚକ୍ର ସମ୍ପାଦନାରେ ସହାୟତା କରିଥିଲେ ।

News Comment

You Might Also Like

BACK TO TOP