Breaking
News
Breaking
News
25-Aug-2026
କେନ୍ଦୁଆ ପଦା ମେଡିକାଲ ପରିସରରୁ ହଟିଲା ଜବରଦଖଲ, ଗରିବ ବେପାରି ଙ୍କ ଉଜୁଡି ଗଲା ସଂସାର |
ଓଡିଶା ଜନ ମତ ବ୍ୟୁରୋ,
କିଛି ଲୋକ ସ୍ଥାନ ଅଭାବରୁ ସରକାରୀ କାର୍ଯ୍ୟାଳୟ, ରୋଡ, ସ୍କୁଲ ଆଗରେ ଅସ୍ଥାୟୀ ଭାବରେ ଘରକାରୀ ହେଉ କିମ୍ବା ଠେଲା ଗାଡି ରଖି, କିମ୍ବା କେବିନ ପକାଇ ବ୍ୟବସାୟ କରି ଅଭାବୀଗରି ପରିବାର ଙ୍କୁ ପ୍ରତିପୋଷଣ କରିଥାନ୍ତି | କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ତ ତହସିଲ ତରଫରୁ ଆଜି କେନ୍ଦୁଆପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ) ପରିସରରେ ଦୀର୍ଘବର୍ଷ ଧରି ଜବରଦଖଲରେ ଥାଇ ଔଷଧ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା"କର ମେଡିସିନ୍ ଷ୍ଟୋର"କୁ ଉଚ୍ଛେଦ କରାଯାଇଛି ! ପ୍ରକାଶ ଥାଉକି , ସଂପୃକ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସାମ୍ନା ଓ ପାର୍ଶ୍ଵକୁ ଲାଗିଥିବା ଏହି ଔଷଧ ଦୋକାନ ବର୍ଷବର୍ଷ ଧରି ଚାଲୁରହିଥିଲା ! ଏହି ସ୍ୱାସ୍ଥ୍ୟକେନ୍ଦ୍ର ଆମ୍ପୋର ରାଜସ୍ଵ ଗ୍ରାମର ସରକାରୀ ଖାତା ନମ୍ବର ୮୫୩ପ୍ଲଟ ନଂ ୨୦୭୬୬ ଡିସିମିଲି ଗୋଚର ଓ ନୟନଯୋରୀ କିସ ଜମିକୁ ଆମ୍ପୋର ଗ୍ରାମର ମନୋରଞ୍ଜନ କର ଜବରଦଖଲରେ ରଖି ଏକ ଔଷଧ ଦୋକାନ କରିଥିଲେ ! ଏନେଇ ସ୍ଥାନୀୟ ଜନସାଧାରଣ ବନ୍ତ ତହସିଲରେ ଅଭିଯୋଗ କରିଆସୁଥିଲେ ! ତହସିଲ ପକ୍ଷରୁ ଜବରଦଖଲ ଜମି ଉପରେ ୨୧୬/୨୫/୨୬ରେ ଏକ ମାମଲାଋଜ୍ଜୁ କରିବା ସହିତ ଜବରଦଖଲ ଉଛେଦ ପାଇଁ ୨୭/୧୦୨୫ରେ ଏକ ନୋଟିସ ଜାରୀ କରିଥିଲେ ! ତହସିଲ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ବିରୋଧରେ ଜବରଦଖଲ କାରୀ ଉପ-ଜିଲ୍ଲାପାଳଙ୍କ ନିକଟରେ ୪୩/୨୫ନମ୍ବର ରେ ଅପିଲ କରିଥିଲେ ! ଉପଜିଲ୍ଲାପାଳ ଭଦ୍ରକ ଓ ପିଏଲ୍ ଇ ଆକ୍ଟ ୧୯୭୨ ଅନୁଯାୟୀ ଉକ୍ତ ଅପିଲର ବିଚାର କରି ତହସିଲଦାରଙ୍କ ନୋଟିସ୍ କୁ କାଏମ ରଖିବା ସହ ୨୪/୨/୨୬ରେ ଉପରୋକ୍ତ ଜମିରୁ ଜବରଦଖଲ ଉଚ୍ଛେଦ କରିବାକୁ ବନ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ! ଜିଲ୍ଲାପାଳଙ୍କ ଚିଠି ପାଇବା ପରେ ବନ୍ତ ତହସିଲ ପକ୍ଷରୁ ମାଜିଷ୍ଟେଟ ଭାବେ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ସୁପରଦ୍ଭାଇଜର ମୃତ୍ୟୁଞ୍ଜୟ ନାୟକ, ଅମୀନ ସରୋଜ କୁମାର ଜେନା ଓ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ସୁବ୍ରତ କୁମାର ଦାସ, କେନ୍ଦୁଆପଦା ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ଓ ପୁଲିସ ବାହିନୀଙ୍କ ଉପସ୍ଥିତିରେ ଆଜି ଏହି ଉଚ୍ଛେଦ କରାଯାଇଛି !
BACK TO TOP