Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଜିଲ୍ଳାରେ ବନ୍ୟା ପରିସ୍ଥିତି ସଂଗୀନ |

25-Sep-2026

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବନ୍ୟା ପରିସ୍ଥିତି ସଙ୍ଗୀନ !

ଓଡ଼ିଶା ଜନମତ, ଛତ୍ରପୁର, ତା. ୨୫ / ୯,

କେ.ସତ୍ୟନାରାୟଣ ରେଡ୍ଡୀ :-----
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଜାରି ହେତୁ 
ଗଞ୍ଜାମ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାରେ ରହିଥିବା ଧାନ ଚାଷ ସାରା ଓଡ଼ିଶାକୁ ଭାତହାଣ୍ଡି ଯୋଗାଇ ଆସୁଛି ବୋଲି ଯାହା କୁହାଯାଉଥିବା ବେଳେ ଏବେ ଏହି ଜିଲ୍ଲାରେ ଧାନ ଫସଲ ବ୍ୟାପକ କ୍ଷତି ଘଟିଛି । ଜିଲ୍ଲାରେ ଆଗମୀ ଦିନରେ ମରୁଡ଼ି ପରିସ୍ଥିତି ଆଶଙ୍କା ରହିଛି ।
ପାଣିପାଗ ବିଭାଗ (IMD) ପକ୍ଷରୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ଯେ` ବାତ୍ୟା ଅର୍ଣ୍ଣବ ଧୀରେ ଧୀରେ ଦୁର୍ବଳ ହେବାକୁ ଯାଉଛି, କିନ୍ତୁ ବର୍ଷା ଓ ପବନର ବେଗ ମଧ୍ୟ ଗତ କାଲି ଅପେକ୍ଷା ଆହୁରି ବଢ଼ିବାରେ ଲାଗିଛି । ଆଗମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସୂଚନା ରହିଛି । ଏ ନେଇ ସମସ୍ତ ନଦୀ, ହ୍ରଦ, ନାଳ, କେନାଲ, ଜଳ ଭଣ୍ଡାର ଗୁଡ଼ିକର ଜଳସ୍ତର ବଢିବାରେ ଲାଗିଛି । ପରିସ୍ଥିତି ସଙ୍ଗୀନ ଆଡ଼କୁ ଗତି କରୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ନିଷ୍କାସନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାରେ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବା ଜରୁରୀ ହୋଇଛି । ନଚେତ ଧାନ ଫସଲ ସମୂର୍ଣ୍ଣ କ୍ଷତି ହେବାକୁ ଯାଉଛି । 
ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ଆସିକାର ଋଷିକୁଲ୍ୟା, ସାନଖେମୁଣ୍ଡିର ଘୋଡ଼ାହାଡ଼ ଏବଂ କବିସୂର୍ଯ୍ୟନଗରର ଧନେଇ ନଦୀର ଜଳପତ୍ତନ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । 
ଜଳଭଣ୍ଡାର ଗୁଡ଼ିକ ଉପରେ ମଧ୍ୟ ଆଲର୍ଟ ଜାରୀ କରାଯାଇଛି । ଯାହକି ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ଏହାର ସର୍ବୋଚ୍ଚ କ୍ଷମତା ୧୧୭.୫ ମିଟର ପାଖାପାଖି ପହଞ୍ଚିଥିବାରୁ ଯେକୌଣସି ସମୟରେ ଡ୍ୟାମ୍‌ର ଗେଟ୍‌ ଖୋଲାଯାଇପାରେ  ବୋଲି କୁହାଯାଏ । ତେବେ ଡ୍ୟାମ୍‌ର ଗେଟ୍‌ ଖୋଲାଗଲେ ପ୍ରମୁଖ ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବି ଓ ସାଧାରଣ ପରିବାର ଙ୍କ ଜୀବନ ଜୀବିକାରେ ଅହେତୁକ କ୍ଷତି ଘଟିବ । ଚାଷ ଜମି ରୁ ବନ୍ୟା ଜଳ ପ୍ରବାହିତ ହୋଇ ସହର ଅଭିମୁଖେ ଗତି କରିବ । ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଚାଷ ଜମି ଓ ପନିପରିବା ଫସଲ ନଷ୍ଟ ହୋଇଯିବ, ବନ୍ୟା ଜଳରେ ଜଳବନ୍ଦୀ ହୋଇ ରହି ଲୋକେ ହନ୍ତସନ୍ତ ହେବେ ବୋଲି ଆଶଙ୍କା ରହିଛି । ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକର ହଜାର ହଜାର ଏକର ଚାଷଜମି ଏବଂ ପନିପରିବା ଫସଲ ବର୍ଷା ପାଣିରେ ଏବେ ବୁଡ଼ି ରହିଛି ।
ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଡ଼ମାଧପୁର , ଛତ୍ରପୁର ସହର ତଳି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସଙ୍ଗୀନ ଆଡ଼କୁ ଗତି କରୁଛି ।
ବଡ଼ମାଧପୁର ଅଂଚଳରେ ଧାନ ଫସଲ ବ୍ୟାପକ କ୍ଷତି ଘଟିଛି । ଜମିରେ ଧାନକେଣ୍ଡା ସହ ବର୍ଷା ଜଳରେ ବୁଡ଼ି ରହିଛି । ଏବେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଯାଇ ନଥିବା ହେତୁ ଚାଷୀକୂଳ ଚିନ୍ତାରେ ଅଛନ୍ତି । ଅତ୍ୟନ୍ତ ପରିତାପର ବିଷୟ ସହ କ୍ଷୋଭ ପ୍ରକାଶ କରିଛନ୍ତି ।  ଏହି ଅଞ୍ଚଳ ର ଧାନ ଚାଷ ଜମି ଓ ଉଦ୍ୟାନ କୃଷିରେ ବ୍ୟାପକ କ୍ଷତି ହୋଇଥିବା ନେଇ ଏହାକୁ6
ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ନାମରେ ଘୋଷଣା କରିବାକୁ ଚାଷୀ ମାନେ ଦାବି କରିଛନ୍ତି ।
ସେହିପରି ଛତ୍ରପୁର ସହର ତଳି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଧାନ ଚାଷ ଓ ଉଦ୍ୟାନ କୃଷିରେ ବ୍ୟାପକ କ୍ଷତି ଘଟିଛି । ଛତ୍ରପୁର ମ୍ୟୁନିସିପାଲିଟୀ ଅଧୀନରେ ରହିଥିବା ଅଗସ୍ତି ନୂଆଗାଁରେ ଧାନ ଫସଲ ଓ ବସ୍ତି ଅଞ୍ଚଳରେ ବନ୍ୟା ଜଳରେ ଲୋକେ ଘେରି ରହିଛନ୍ତି ।
ସର୍ବୋପରି ଗଞ୍ଜାମ ଜିଲ୍ଲାର ବିଡ଼ିଏ ଅଧୀନରେ ରହିଥିବା ତିନି ସହର ଗୋପାଳପୁର, ବ୍ରହ୍ମପୁର, ଛତ୍ରପୁର ସହରାଞ୍ଚଳର ତଳି ଅଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କ ର ଘର ଦ୍ୱାର ଜଳମଗ୍ନ ହୋଇ ରହିଛି । 
ବିଦ୍ୟୁତ୍ ଖୁଣ୍ଟ ଓ ରାସ୍ତାକଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ଏହାର ପ୍ରତିକାର ବ୍ୟବସ୍ଥା କରାଯାଇଛି ।
ଜଳବନ୍ଦୀ ଅବସ୍ଥାରେ ଥିବା ଅଞ୍ଚଳରେ ଯଥାଶୀଘ୍ର ଅତ୍ୟାଧୁନିକ ମଡେଲରେ ଲୋକଙ୍କୁ ନିରାପଦ ବ୍ୟବସ୍ଥାକୁ ଅଣାଯିବା ନିମନ୍ତେ ପ୍ରସାଶନ ଧ୍ୟାନ ଦେଇ ବିହିତ ପଦକ୍ଷେପ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।।

News Comment

You Might Also Like

BACK TO TOP