Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ମନ୍ତ୍ରୀ ବିଭୂତି ଜେନା ଙ୍କ ଜିଲ୍ଳାରେ ଲଗାଣ ବର୍ଷାରେ ଜଳ ନିଷ୍କାସନ ପାଇଁ ଜିଲ୍ଲା ପାଳ ଙ୍କ ସହିତ ପରିଦର୍ଶନ |

25-Sep-2026

*ବର୍ଷାଜଳ ନିଷ୍କାସନ ପ୍ରକ୍ରିୟା ନେଇ ମାନ୍ୟବର ମନ୍ତ୍ରୀ ବିଭୂତି ଜେନା ଙ୍କ ତତ୍ପରତା ।।*

*ବିଭିନ୍ନ ବନ୍ୟାଅଞ୍ଚଳ ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ !*

ଓଡିଶା ଜନ ମତ,ଛତ୍ରପୁର, ତା. ୨୫ / ୯,

କେ.ସତ୍ୟନାରାୟଣ ରେଡ୍ଡୀ :----
ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ପରେ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାର ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍‌ପି ଅଭିନବ ସୋନକର, ବ୍ରହ୍ମପୁର ମହାନଗର ନିଗମ କମିଶନର ଏସ୍.ସସ୍ୟା ରେଡ୍ଡୀ,
ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବ୍ରହ୍ମପୁର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳ ପରିଦର୍ଶନ କରିଛନ୍ତି  । ମାନ୍ୟବର ମନ୍ତ୍ରୀ ବିଭୁତି ଭୂଷଣ ଜେନା ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଜଳବନ୍ଦୀ ସମସ୍ୟାର ତୁରନ୍ତ ସମାଧାନ ସହ ଡ୍ରେନ୍ ସଫେଇ ଓ ଅବରୋଧ ହଟାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 
ଗୋଳନ୍ଥରା ଠାରୁ ବ୍ରହ୍ମପୁର ମହାନଗର ନିଗମର ୪୨ ନମ୍ବର ୱାର୍ଡ ଶ୍ୟାମନଗର ପର୍ଯ୍ୟନ୍ତ ଅଞ୍ଚଳ ପରିଦର୍ଶନ କରି ଜଳବନ୍ଦୀ ଓ ଡ୍ରେନେଜ୍ ସ୍ଥିତି ସମୀକ୍ଷା କରାଯାଇଥିଲା। ଡ୍ରେନ୍‌ରୁ ଅବରୋଧ ହଟାଇବା ସହ ବର୍ଷାଜଳର ସ୍ୱାଭାବିକ ପ୍ରବାହ ପାଇଁ ଆବଶ୍ୟକ ମାନବ ସମ୍ବଳ ଓ ଯନ୍ତ୍ରପାତି ତୁରନ୍ତ ନିୟୋଜନ କରିବାକୁ ବିଏମ୍‌ସି କମିଶନରଙ୍କୁ କୁହାଯାଇଛି। 
   ପରେ ଗଞ୍ଜୁ ଗ୍ରାମପଞ୍ଚାୟତ ଅଧୀନ ବ୍ରହ୍ମପଲ୍ଲୀ ଅଞ୍ଚଳରେ ମଧ୍ୟ ଜଳ ନିଷ୍କାସନ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଡ୍ରେନ୍ ସଫେଇ ସହ ଆବଶ୍ୟକ ସ୍ଥାନରେ ରିଟେନିଂ ୱାଲ୍ ନିର୍ମାଣ କିମ୍ବା ମରାମତି କରି ଅଧିକ କ୍ଷୟକ୍ଷତି ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି। 
   ସେହିପରି ଭାବିନିପୁର ଗ୍ରାମପଞ୍ଚାୟତ ଅଧୀନ ନୀଳାଞ୍ଚଳ ନଗରର ବାହାନା ନାଳ ପରିଦର୍ଶନ କରି ନାଳରେ ଜଳ ପ୍ରବାହକୁ ବାଧା ଦେଉଥିବା ଅବରୋଧ ଓ ଜବରଦଖଲ ଚିହ୍ନଟ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁସାରେ ଜବରଦଖଲ ହଟାଇବା ସହ ନାଳର ନିୟମିତ ରକ୍ଷଣାବେକ୍ଷଣ ଓ ମନିଟରିଂ କରିବାକୁ କୁହାଯାଇଛି। 
   କୋଳଥିଗ୍ରାମ ପଞ୍ଚାୟତରେ ବର୍ଷାଜନିତ ଜଳବନ୍ଦୀ ଓ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା ସହ ଡ୍ରୋନ୍ ସର୍ଭେ କରାଯାଇଥିଲା। ପ୍ରଭାବିତ ଅଞ୍ଚଳର ବିସ୍ତୃତ ଡ୍ରେନେଜ୍ ସର୍ଭେ କରି କ୍ଷୟକ୍ଷତିର ଆକଳନ ଏବଂ ତୁରନ୍ତ ହସ୍ତକ୍ଷେପ ଆବଶ୍ୟକ ଥିବା ସ୍ଥାନ ଚିହ୍ନଟ କରିବାକୁ ଅଧିକାରୀଙ୍କୁ କୁହାଯାଇଛି। 
  ଲଉଡ଼ିଗ୍ରାମ ଗ୍ରାମପଞ୍ଚାୟତ ଅଧୀନ କୀର୍ତ୍ତିପୁର ବ୍ରିଜ୍‌ରେ ଜଳ ନିଷ୍କାସନ ସ୍ଥିତି ଓ ବ୍ରିଜ୍ ନିକଟରେ ଜମିଥିବା ଦଳ ଓ ଗଛ ପତ୍ର ଯାଞ୍ଚ କରାଯାଇଥିଲା। ତୁରନ୍ତ ଦଳ ହଟାଇବା ପାଇଁ ଜେସିବି ସମେତ ଆବଶ୍ୟକ ଯନ୍ତ୍ରପାତି ନିୟୋଜନ କରାଯାଇଥିଲା। ଏଥିପାଇଁ ଆର୍‌ଆଣ୍ଡବିର ଦୁଇଟି ଡିଭିଜନ୍, ଏନ୍‌ଏଚ୍ ଡିଭିଜନ୍, ଆଦାନୀ ପୋର୍ଟ ଓ ବିଏମ୍‌ସି ପକ୍ଷରୁ ଗୋଟିଏ ଲେଖାଏଁ ଜେସିବି ଯୋଗାଇବାକୁ ନିଷ୍ପତ୍ତି ହୋଇଛି। 
   ସମଗ୍ର ଅଞ୍ଚଳରେ ଡ୍ରେନ୍ ଅବରୋଧ ହଟାଇବା, ଆବଶ୍ୟକ ଯନ୍ତ୍ରପାତି ମୁତୟନ କରିବା ଏବଂ ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ନଜର ରଖିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ଯୋଗୁଁ ପୁଣି ଜଳବନ୍ଦୀ ସ୍ଥିତି ଉପୁଜିଲେ ତୁରନ୍ତ ପଦକ୍ଷେପ ନେବା ସହ ସମସ୍ତ ପ୍ରତିକାରମୂଳକ କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଶେଷ କରିବାକୁ କୁହାଯାଇଛି ।।

News Comment

You Might Also Like

BACK TO TOP