Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ରେ ଭାଗବତ ଜୟନ୍ତୀ ପାକିତ |

26-Sep-2026

*ନରସିଂହ ଦାସ ହାଇସ୍କୁଲରେ ଭାଗବତ ଜୟନ୍ତୀ ପାଳନ*
 ଓଡିଶା ଜନ ମତ, ପୁରୁଷୋତ୍ତମପୁର ତା:୨୬-୯,, ହରେକୃଷ୍ଣ ପଣ୍ଡା 
ସ୍ଥାନୀୟ ନରସିଂହ ଦାସ ହାଇସ୍କୁଲ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡିଶାର ଗଞ୍ଜାମ ଶାଖା ସହଯୋଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ସର୍ଦ୍ଦାରଙ୍କ ଅଧ୍ୟକ୍ଷତାରେ ଭାଗବତ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସଭାରେ ଗଞ୍ଜାମ ଶାଖା ଅଧ୍ୟକ୍ଷ ତଥା ପ୍ରାକ୍ତନ ବି ଇ ଓ ହରେକୃଷ୍ଣ ପଣ୍ଡା ଓ ଶାଖା ସଂଯୋଜକ ତଥା ସଂସ୍କୃତ ପ୍ରସାର ସମିତିର ଜିଲ୍ଲା ସଭାପତି ଗୋପାଳ କୃଷ୍ଣ ପାଢ଼ୀ ଅତିଥି ତଥା ଆଲୋଚକ ଭାବେ ଯୋଗ ଦେଇଥିଲେ। ଅତିଥି ମାନେ ଭାଗବତାକାର ଜଗନ୍ନାଥ ଦାସଙ୍କର ସଂକ୍ଷିପ୍ତ ଜୀବନୀ ସହ ଓଡ଼ିଆ ଭାଗବତ ମହାପୁରାଣର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆ ଜାତି ପ୍ରତି ଭାଗବତର ପ୍ରଭାବ ବୁଝାଇଥିଲେ। ଭାଗବତ ଗ୍ରନ୍ଥ ନୈତିକତା ଶିକ୍ଷା ଦିଏ, ୫୦୦ ବର୍ଷ ପୂର୍ବରୁ ରଚିତ ଏହି ଗ୍ରନ୍ଥରେ ବ୍ୟବହୃତ ଓଡ଼ିଆ ଭାଷା,  ଆଧୁନିକ ଓଡ଼ିଆ ଭାଷା ପରି ମନେହୁଏ। ଜଗନ୍ନାଥ ଦାସ ସଂସ୍କୃତ ଭାଗବତର ଅବିକଳ ଅନୁବାଦ ନକରି ଏଥିରେ ଆବଶ୍ୟକତା ଅନୁସାରେ ବିଷ୍ଣୁ ପୂରଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ସ୍କନ୍ଧ ପୁରାଣ ଅଡିରୁ ଅନେକ କାହାଣୀ ଉଦାହରଣ ଦେଇଛନ୍ତି। ତେଣୁ ଏହା ଏକ ଅନୁସୃଜନ କହିବା ଯଥାର୍ଥ। ଭାଗବତ ସେ ସମୟରେ ଲୋକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲାଯେ ଗାଁ ଗାଁ ରେ ଭାଗବତ ଟୁଙ୍ଗୀ ସ୍ଥାପନ ହୋଇ ପ୍ରତିଦିନ ସନ୍ଧ୍ୟାରେ ପାଠ କରା କରାଯାଉଥିଲା ଓ ଆଲୋଚିତ ହେଉଥିଲା। ଭାଗବତ ଶୁଣି ମୃତ୍ୟୁ ଲାଭ କଲେ ମୁକ୍ତି ମିଳେ ବୋଲି ବିଶ୍ୱାସ ଥିଵାରୂ ସେତେବେଳେ ଓଡିଶାର ସାକ୍ଷରତା ହାର ଯଥେଷ୍ଟ ବୃଦ୍ଧି ପାଇ ଥିଲା। ଲୋକେ ଭାଗବତର ବିଭିନ୍ନ ପଂକ୍ତି କଥା ଛଳରେ ଉଦାହରଣ ଦେଉଥିଲେ। ତେଵେ ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କୃତିର ପ୍ରଭାବ, ଚାଲି ଚଳଣିର ଅନୁକରଣ ଫଳରେ ଆମେ ଭାଗବତ ପାଠରୁ ଦୁରେଇ ଯାଇଛେ ଏଵଂ ତାହାର ପ୍ରଭାବରେ ସାମାଜିକ ବିଶୁଙ୍ଖଳା ବଢୁଛି। ତେଣୁ ଘରେ ଘରେ ଭାଗବତ ଅନ୍ତତଃ ଗୋଟିଏ ଅଧ୍ୟାୟ ପଢିବା ପାଇଁ ଉପଦେଶ ଦେଇଥିଲେ। ଏହି ଅବସରରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ଆଚାରୀ ଓ ସି ଆର ସିସି ହେମନ୍ତ ବେହେରା କେତେକ ସୂକ୍ତି କହିଥିଲେ।  ପଣ୍ଡିତ ଧନୁର୍ଦ୍ଧର ବେହେରା ସଂଯୋଜନା କରୁଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP