Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ମାରୁତି ୱାର୍କସ କ୍ଲବ ର ବିଶ୍ୱ ଶାନ୍ତି ମାନବ କଲ୍ୟାଣ ପାଇଁ ସମୂହ ହନୁମାନ ଚାଳିଶା ପାଠ |

26-Sep-2026

ବିଶ୍ୱଶାନ୍ତି ଓ ମାନବ କଲ୍ୟାଣ ପାଇଁ ମାରୁତି ୱାକର୍ସ କ୍ଲବର ସମୂହ ହନୁମାନ ଚାଳିଶା ପାଠ| 

ଓଡିଶା ଜନ ମତ ବ୍ରହ୍ମପୁର, 

କୈଳାଶ ଚନ୍ଦ୍ର ଚୌଧୁରୀ ;----
ବିଶ୍ୱଶାନ୍ତି, ମାନବ କଲ୍ୟାଣ, ସମାଜରେ ଏକତା ଓ ସଦ୍ଭାବନା କାମନା କରି ମାରୁତି ୱାକର୍ସ କ୍ଲବ, ବ୍ରହ୍ମପୁର ପକ୍ଷରୁ ଶନିବାର ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ସମୂହ ଶ୍ରୀ ହନୁମାନ ଚାଳିଶା ପାଠ ଓ ସାମୂହିକ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ. ଇ. ଜୟନ୍ତୀ ରାଓ ମୁଖ୍ୟ ଅତିଥି ଏବଂ ଶ୍ରୀ ବି.ପି.କେ. ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗଦେଇ ୱାକର୍ସ ମୁଭମେଣ୍ଟର ଉଦ୍ଦେଶ୍ୟ, ୱାକର୍ସ କ୍ଲବ ଅଫ୍ ଇଣ୍ଡିଆର କାର୍ଯ୍ୟଧାରା ଓ ସମାଜ ପ୍ରତି ଏହାର ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବେଦ ପାଠଶାଳାର ଛାତ୍ରମାନଙ୍କ ଦ୍ୱାରା ବେଦ ପାଠ କରାଯାଇଥିଲା। କ୍ଲବର ଉପଦେଷ୍ଠା  ଶ୍ରୀ ସଞ୍ଜୟ କୁମାର ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଶ୍ରୀ ହନୁମାନଙ୍କ ଭକ୍ତି, ଶକ୍ତି, ସେବା ଓ ତ୍ୟାଗର ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।କ୍ଲବର ସଭାପତି ଶ୍ରୀ କେ. କିରଣ କୁମାର ଦୋରାଙ୍କ ନେତୃତ୍ୱରେ ବିଶ୍ୱଶାନ୍ତି ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା। ଯୁଦ୍ଧ, ହିଂସା, ଘୃଣା ଓ ବୈରଭାବ ଦୂର ହୋଇ ବିଶ୍ୱରେ ଶାନ୍ତି, ପ୍ରେମ, କରୁଣା, ଭାଇଚାରା ଓ ପରସ୍ପର ସମ୍ମାନ ପ୍ରତିଷ୍ଠିତ ହେବା ପାଇଁ ପ୍ରାର୍ଥନା କରାଯାଇଥିଲା।ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ସେଠୀଙ୍କ ନେତୃତ୍ୱରେ ଦେଶର ମଙ୍ଗଳ, ସମାଜର ଏକତା, ବିଶ୍ୱଶାନ୍ତି ଓ ସମଗ୍ର ମାନବଜାତିର କଲ୍ୟାଣ ନିମନ୍ତେ ସାମୂହିକ ସଙ୍କଳ୍ପ ଗ୍ରହଣ କରାଯାଇଥିଲା।ଏହାପରେ ଶ୍ରୀ ବିପ୍ର ଚରଣ ଦଳାଇ  ଓ ଶ୍ରୀ ଉମାଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଓ ଭକ୍ତବୃନ୍ଦ ସମୂହ ହନୁମାନ ଚାଳିଶା ପାଠ କରିଥିଲେ।ଉପଦେଷ୍ଟା ଶ୍ରୀ ଏ. କେଶବ ରେଡ୍ଡୀଙ୍କ ଦ୍ୱାରା ଶାନ୍ତି ମନ୍ତ୍ର ପାଠ କରିଥିବାବେଳେ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଉପଦେଷ୍ଠା ଡ଼ ଶଙ୍କର ମାଝୀ  Iବିଶ୍ୱରେ ଶାନ୍ତି, ସମାଜରେ ସଦ୍ଭାବ ଓ ମାନବ ହୃଦୟରେ ପ୍ରେମର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବର ବହୁ ସଦସ୍ୟ ଓ ଭକ୍ତବୃନ୍ଦ ଯୋଗଦେଇଥିଲେ। ପୁର୍ଣ ଚନ୍ଦ୍ର ସାହୁ ,ପ୍ରଦୀପ କୁମାର ଦାସ, ସି. ଏଚ କୃଷ୍ଣ ରାଓ ପୃଷ୍ଟି ,  ଜନାର୍ଦ୍ଧନ ସୁବୁଧି , ବିଜୟ କୁମାର ସାହୁ ,ପାଣ୍ଡଵ ବେହେରା , ସନ୍ତୋଷ  ପାଢ଼ୀ , ପି. ଗୋବିନ୍ଦ ନାରାୟଣ ପାତ୍ର ,. ଚନ୍ଦନ ଲାଲ ସୁବୁଧି ,  ମହେନ୍ଦ୍ର ପଟନାୟକ,ଭାବଗ୍ରାହୀ ପାଳ  ,ଜ୍ୟୋତିନ୍ଦ୍ର ପ୍ରସାଦ ସାହୁ, ଟି. ବଦ୍ରିନାରାୟଣ ସୁବୁଧି ,କୃଷ୍ଣ ଚନ୍ଦ୍ର ସାହୁ  ଓ ସୁଦାମ ନାୟକ ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ I ଶେଷରେ ଉପସ୍ଥିତ ସମସ୍ତ ଅତିଥି, ସଦସ୍ୟ ଓ ଭକ୍ତବୃନ୍ଦଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

News Comment

You Might Also Like

BACK TO TOP