Breaking News

ରାୟଗଡା ରେ ପିଏମ କିଷାନ ଉତ୍ସବ ଦିବସ ପାଳିତ ||   (30-Oct-2026)       ||      ବିଶ୍ୱ ମିତ ବ୍ୟୟିତା ଦିବସ ଅବସରରେ ରାୟଗଡା ଠାରେ ଜିଲ୍ଲା ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ||   (30-Oct-2026)       ||      ରାୟଗଡା 20 ଟି ବିଦ୍ୟାଳୟ ରେ ସୁରକ୍ଷିତ ଶିଶୁ ଅଭିଯାନ |    (30-Oct-2026)       ||      ଉଚ୍ଚ ସ୍ତରୀୟ ଜାତୀୟ ପ୍ରଶକ୍ଷିଣ ଶିବିରରେ ବିଜ୍ଞାନ ଶିକ୍ଷକ ସାମ୍ନାନୀତ |    (30-Oct-2026)       ||      ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଭାଙ୍ଗିଲା ବିଶାଳ ଗଛ, ରାସ୍ତା ଅବରୋଧ ||   (30-Oct-2026)       ||      ବାତ୍ୟା ଅର୍ଣ୍ଣବ ପାଇଁ ପ୍ରସ୍ତୁତି କଲେ ଉପମୁଖ୍ୟ ମନ୍ତ୍ରୀ |   (30-Oct-2026)       ||      ଫୁଲ ନଖରା ଡେପୁଟି ରେଞ୍ଜର ମୌସୁମୀ ବେହରା ଭିଜିଲାନ୍ସ ଜାଲରେ |   (30-Oct-2026)       ||      ସୁମଣ୍ଡଳ ଠାରେ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ||   (30-Oct-2026)       ||      ପୋଲସରା ରେ ପ୍ରସିଦ୍ଧ ଗୌରୀ ଆମ୍ମାଙ୍କ ପଞ୍ଚ ବାର୍ଷିକ ଯାତ୍ରା ଶୁଭାରମ୍ଭ |   (30-Oct-2026)       ||      କୋଦଳା ଥାନା କିରା ଖାଇ ଗ୍ରାମର ଜଣେ ଯୁବତୀ ବିଷ ପାନ କରି ମୃତ |    (30-Oct-2026)       ||      ବରଗଡ଼ 79 ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଜିଲ୍ଲପାଳ ଙ୍କ କକ୍ଷରେ ଅନୁଷ୍ଠିତ |   (30-Oct-2026)       ||      ଅତିରିକ୍ତ ଜିଲ୍ଲପାଳଙ୍କ ମସ୍ଥ୍ୟ ଯିବି ଚିଲିକା ଅଞ୍ଚଳର ବାତ୍ୟା ଆଶ୍ରୟ ସ୍ଥଳ ବୁଲି ଦେଖିଲେ |   (28-Oct-2026)       ||      ଅର୍ଣ୍ଣବ ବାତ୍ୟାକୁ ନେଇ କଲ୍ୟାଣ ସିଂହପୁର ପ୍ରଶାସନ ର ସତର୍କ ଅବଲମ୍ବନ |   (27-Oct-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର ବାତ୍ୟା ବେଳେ ଡ୍ରେନେଜ ସଫେଇ କୁ ନେଇ ଅସନ୍ତୋଷ |    (27-Oct-2026)       ||      ଗଜପତି ରେ ବାତ୍ୟା ଅର୍ଣ୍ଣବ ର ମୁକାବିଲା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରୁଜ ଙ୍କ ସ୍ଥିତି ସମୀକ୍ଷା |   (27-Oct-2026)       ||      ସୋରଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବ ଛାତ୍ର ଏକତ୍ରୀ କରଣ ବୈଠକ ||   (27-Oct-2026)       ||      ପାରମ୍ପରିକ କଉଡ଼ି ଖେଳ ପ୍ରତିଯୋଗିତା କୁମାର ପୂର୍ଣମୀରେ ମୁଦୁପୁର ପଞ୍ଚାୟତ ରେ ଅନୁଷ୍ଠିତ ||   (27-Oct-2026)       ||      ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ରଘୁନାଥ ପୁର ବ୍ଳକର ବିଭିନ୍ନ ସ୍ଥାନରେ ଚାଲିଛି ||   (27-Oct-2026)       ||      ବ୍ଳକ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ 40ଜଣଙ୍କୁ ସ୍ଥାନାନ୍ତର |    (27-Oct-2026)       ||      ପୋଖରୀ ଗାଡ଼ ୱାଲ ନିର୍ମାଣ କୁ ନେଇ ବିବାଦ ||   (27-Oct-2026)       ||     

ରାୟଗଡା ରେ ପିଏମ କିଷାନ ଉତ୍ସବ ଦିବସ ପାଳିତ ||

30-Oct-2026

ରାୟଗଡରେ ପିଏମ୍-କିଷାନ ଉତ୍ସବ ଦିବସ ପାଳିତ: ୫୦,୯୬୩ ଜଣ ଚାଷୀଙ୍କୁ ମିଳିଲା ୨୪ତମ କିସ୍ତିର ସହାୟତା ରାଶି

ଓଡିଶା ଜନମତ ରାୟଗଡ, ତା. ୩୦/୧୦,

କାମେଶ୍ୱର କରକରିଆ   :-  ---

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୪ତମ କିସ୍ତିର ଅର୍ଥରାଶି ଆଜି ଗୁଜରାଟର ବନାସକଣ୍ଠାଠାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ରାୟଗଡ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ‘ପିଏମ୍-କିଷାନ ଉତ୍ସବ ଦିବସ’ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ, ଆଇ.ଏ.ଏସ୍., ଏସ୍.ଡି.ସି. ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ସବର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ନକ୍ଷତ୍ର ମୋହନ ରାଉଳ, ଜିଲ୍ଲା ଓ ବ୍ଲକସ୍ତରୀୟ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତଥା ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୧୦୦ ଜଣ ଚାଷୀ ଏହି ସମ୍ମିଳନୀରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ଏହି ୨୪ତମ କିସ୍ତି ଅଧୀନରେ ଓଡ଼ିଶାର ୩୫.୩୯ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ ହୋଇଥିବା ବେଳେ କେବଳ ରାୟଗଡ ଜିଲ୍ଲାର ୫୦,୯୬୩ ଜଣ ପଞ୍ଜୀକୃତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ସିଧାସଳଖ ହସ୍ତାନ୍ତର କରାଯାଇଛି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସହିତ ରାୟଗଡ ଜିଲ୍ଲାର ବିଭିନ୍ନ ବ୍ଲକ, ଗ୍ରାମପଞ୍ଚାୟତ ଓ ଗ୍ରାମାଞ୍ଚଳରେ ମଧ୍ୟ ପିଏମ୍-କିଷାନ ଉତ୍ସବ ଦିବସ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଚାଷୀ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ଏଗ୍ରିଷ୍ଟାକ୍’ (AgriStack) କାର୍ଯ୍ୟକ୍ରମ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଇଥିଲେ। ସେ କହିଥିଲେ ଯେ, ଆଗାମୀ ଦିନରେ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି (AgriStack Farmer ID) ମାଧ୍ୟମରେ ଚାଷୀମାନେ ପିଏମ୍-କିଷାନ ଯୋଜନାର ସୁବିଧା ପାଇପାରିବେ। ତେଣୁ ସମସ୍ତ ଯୋଗ୍ୟ ଚାଷୀଙ୍କୁ ନିଜର ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ପାଇଁ ପଞ୍ଜୀକରଣ କରାଇନେବାକୁ ଅନୁରୋଧ କରାଯାଇଛି। ଚାଷୀଙ୍କ ଆର୍ଥିକ ସଶକ୍ତିକରଣ, କୃଷି କ୍ଷେତ୍ରରେ ଡିଜିଟାଲ୍ ବ୍ୟବସ୍ଥାର ପ୍ରସାର ଏବଂ ସରକାରୀ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସୁବିଧାରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

News Comment

You Might Also Like

BACK TO TOP