Breaking
News
Breaking
News
30-Oct-2026
କୀଟନାଶକ ବିଷପାନ କରି ଯୁବତୀଙ୍କ ଆତ୍ମହତ୍ୟା l
ଓଡିଶା ଜନମତ,କୋଦଳା : 29/10/26 :
ନରେନ୍ଦ୍ର ନାଥ ଗୌଡ଼ l
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସାନ ଉସ୍ତାପଡ଼ା ପଞ୍ଚାୟତର କିରାଖାଇ ଗ୍ରାମରେ ଜଣେ ଯୁବତୀ କୀଟନାଶକ ବିଷପାନ କରି ଆତ୍ମହତ୍ୟା କରିଥିବା ଜଣାପଡିଛି l ମୃତକ ଜଣକ ହେଲେ ମିଟୁ ମହାରଣାଙ୍କ ଝିଅ ରାଧା ମହାରଣା (17) l ବିଷପାନ ପରେ ବୁଧବାର ଅପରାହ୍ନରେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଶବ ବ୍ୟବଚ୍ଛେଦ ପରେ ଆଜି ସନ୍ଧ୍ୟାରେ ନିଜ ଗ୍ରାମରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି l ବିଷପାନର କାରଣ ଅସ୍ପଷ୍ଟ ରହିଛି l
BACK TO TOP