Breaking
News
Breaking
News
26-Oct-2026
ମାଝୀଗୁଡ଼ା ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢ଼ାଉ
୪ ଜୁଆଡ଼ି ଗିରଫ, ୫,୮୧୦ ଟଙ୍କା ସହ ୪ ବାଇକ୍ ଓ ୩ ମୋବାଇଲ ଜବତ
ଓଡିଶା ଜନମତ ରାୟଗଡା, ୨୬/୧୦ (କାମେଶ୍ୱର କରକରିଆ):- ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝୀଗୁଡ଼ା ନିକଟରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉରେ ୪ ଜଣଙ୍କୁ ଗିରଫ କରାଯିବା ସହ ନଗଦ ଟଙ୍କା, ତାସ୍ ପତା, ମୋଟରସାଇକେଲ ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳରେ ବେଆଇନ ଜୁଆ କାରବାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ମାଝୀଗୁଡ଼ା ନିକଟରେ କିଛି ବ୍ୟକ୍ତି ଏକାଠି ହୋଇ ଜୁଆ ଖେଳ ଚଳାଇଥିବା ନେଇ କଲ୍ୟାଣସିଂହପୁର ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନାକୁ ଆଧାର କରି ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରେ ଥିବା ୪ ଜଣଙ୍କୁ ପୋଲିସ କାବୁ କରିଥିଲା।
ପୋଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୫ ହଜାର ୮୧୦ ଟଙ୍କା, ତାସ୍ ପତା, ୪ଟି ମୋଟରସାଇକେଲ ଓ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଏହି ଘଟଣାରେ କଲ୍ୟାଣସିଂହପୁର ଥାନାରେ ଓପିଜି ଆକ୍ଟର ଧାରା ୩ ଅନୁଯାୟୀ କେସ୍ ନମ୍ବର ୧୫୪/୨୬, ତାରିଖ ୨୫.୧୦.୨୦୨୬ରେ ମାମଲା ରୁଜୁ ହୋଇଛି।
ଏହି ଘଟଣା ପରେ ଅଞ୍ଚଳରେ ବେଆଇନ ଜୁଆ ଖେଳ ଉପରେ ରୋକ୍ ଲଗାଇବା ପାଇଁ ପୋଲିସର ନଜରଦାରି ଓ ଚଢ଼ାଉକୁ ନେଇ ଚର୍ଚ୍ଚା ହେଉଛି। ତେବେ ଏହି ଜୁଆ ଆଡ୍ଡା ସହ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
BACK TO TOP