Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ତୁମୁଡିବନ୍ଧ ରେ ସ୍ୱାମୀ କୁ ବାନ୍ଧି ସ୍ତ୍ରୀକୁ ବନ୍ଧୁକ ଦେଖାଇ ଟଙ୍କା ସୁନା ଲୁଟ କଲେ ଦୁବୃତ୍ତ |

27-Feb-2025

ବନ୍ଧୁକ ମୁନରେ ଲୁଟ : ସ୍ୱାମୀଙ୍କୁ ବାନ୍ଧିଲେ: ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ୮ ଭରି ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା : ଦୋକାନ ବଜାର ବନ୍ଦ, ରାସ୍ତାରୋକ,

ଓଡିଶା ଜନମତ, ବାଲିଗୁଡା,ସଞ୍ଜୟ କୁମାର ପାଣିଗ୍ରାହୀ : ତା, ୨୭/୦୨:

 କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ଚୋରଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି l ବାରମ୍ବାର ଚୋରୀ, ଡକାୟତି, ଲୁଟତରାଜ, ରାହାଜାନି କରି ସିଧାସଳଖ ସ୍ଥାନୀୟ ପୋଲିସ କୁ ଚାଲେଞ୍ଜ ଦେଇ ଚାଲିଛନ୍ତି l ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ବୁଧବାର ମଧ୍ୟରାତ୍ରି ରେ ତୁମୁଡିବନ୍ଧ ସ୍ଥିତ ଡ଼ଃ.ଆମ୍ବେଦକର ଛକ ବାସିନ୍ଦା ପିତାମ୍ବର ସାହୁ (ସନ୍ତୋଷ)ଙ୍କ ଘର ଉପରେ ୪/୫ ଜଣ ଅଜଣା ମୁଖା ଧାରୀ ଦୁର୍ବୁର୍ତ୍ତ ଅଚାନକ ଚଢ଼ାଉ କରି ୮ ଭରି ସୁନା ଅଳଙ୍କାର ଏବଂ ନଗଦ ଏକ ଲକ୍ଷ ଟଙ୍କା ଲୁଟ କରି ନେଇଯାଇଛନ୍ତି l ଜଳେଶପଟ୍ଟା ସ୍ଥିତ ଜଳେଶ୍ୱର ଶୈବ ପୀଠରେ ଶିବ ରାତ୍ରି ଥିବା କାରଣରୁ ରାତି ତମାମ ଗହଳ ଚହଳ ଲାଗି ରହିଥିଲା l ସବୁଦିନ ଭଳି ସନ୍ତୋଷ ତାଙ୍କ ପରିବାର ସହ କବାଟ ବନ୍ଦ କରି ଶୋଇପଡ଼ିଥିଲେ l ରାତି ଅଧରେ କେହି କବାଟ ବାଡେଇବାରୁ ଖୋଲିବାକୁ ସଂକୋଚ କରି ଚେଇଁ ବସିଥିଲେ ସନ୍ତୋଷ l କିନ୍ତୁ ଚୋର ମାନେ କବାଟ ଭାଙ୍ଗି ଭିତରେ ପଶିଥିଲେ l ପ୍ରଥମେ ସନ୍ତୋଷଙ୍କ ପାଟିକୁ ବଡ଼ ସେଲୋଟେପରେ ବନ୍ଦ କରି ପଛପଟ ଦୁଇ ହାତକୁ ବାନ୍ଧି ତାଙ୍କ ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ସବୁ ଅଳଙ୍କାର ଲୁଟି ନେଇଯାଇଥିଲେ ଦୁର୍ବୃତ୍ତ l ସେପଟେ ପୋଲିସ ଶିବରାତ୍ର ପାଇଁ ମନ୍ଦିର ପଇଁତରା ମାରୁଥିବା ବେଳେ ଏପଟେ ଏକ ବଡ଼ ଧରଣର କଳାକନା ବୁଲାଇଲେ ଚୋର l ପ୍ରକାଶ ଥାଉକି ୨୦୨୩ ମସିହା ଏପରି ଶିବରାତ୍ରରେ ହିଁ ମେଡିକାଲ ସମ୍ମୁଖ ଝୁନା ପରିଡ଼ାଙ୍କ ଗୃହରୁ ଏକ ବଡ଼ ଧରଣର ଚୋରୀ ହୋଇଥିଲା l ଏପରି ଛୋଟ ବଡ଼ ଧରଣର ଚୋରୀ ନିୟମିତ ହେଉଥିବାରୁ ପୋଲିସର ଅପାରଗତାର ଯଥେଷ୍ଟ ଫାଇଦା ଉଠାଉଛନ୍ତି ଚୋରଦଳ l ତେଣୁ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ବ୍ୟକ୍ତ କରି ଗୁରୁବାର ତୁମୁଡିବନ୍ଧରେ ବଣିକ ସଂଘ ଓ ଗ୍ରାମବାସୀଙ୍କ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ କରି ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତାରୋକ କରିଥିଲେ l ଯାହା ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ସହ ସହ ଯାନବାହାନ ଅଟକି ଥିବାରୁ ଜନସାଧାରଣ ଓ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ l  ଖବର ପାଇ ବାଲିଗୁଡ଼ା ପୋଲିସ ଏସଡିପିଓ ରାମେନ୍ଦ୍ର ପ୍ରସାଦ ଘଟଣା ସ୍ଥଳରେ ନିଜେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ତୁମୁଡିବନ୍ଧ ଗ୍ରାମବାସୀ ଓ ବଣିକ ସଂଘ ସହ ଆପୋଷ ଆଲୋଚନା କରି ଏହି ଡକାୟତି ଘଟଣାର ତଦନ୍ତ କରିବା ସହ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରିବେ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ ଅଞ୍ଚଳ ବାସୀ l ତେବେ ବାରମ୍ବାର ଏହିଭଳି ଚୋରୀ, ଡକାୟତି, ଲୁଟତରାଜ ଓ ରାହାଜାନି ତୁମୁଡିବନ୍ଧ ଅଞ୍ଚଳରେ ଲାଗିରହିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ସନ୍ତୋଷଜନକ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଅପରପକ୍ଷେ ଆଇନ ବ୍ୟବସ୍ଥାରେ କୋହଳତା ଯୋଗୁଁ ବାରମ୍ବାର ଗିରଫ ପରେ ଚୋରଙ୍କୁ ସହଜରେ ଜାମିନ ମିଳିଯାଉଛି ଏବଂ ପୋଲିସ କୁ ଆଉ ଭୟ କରୁନାହାନ୍ତି l  ତେବେ ଏସଡିପିଓ ଙ୍କ ପ୍ରତିଶୃତି ପରେ ଚୋରଙ୍କ ଉପରେ ଅଙ୍କୁଶ ଲଗାଇବାରେ ପୋଲିସ କେତେଦୂର ସଫଳ ହେଉଛି ତାହା ତୁମୁଡିବନ୍ଧ ଜନସାଧାରଣ ଦେଖିବାକୁ ବାକି ରହିଲା l

News Comment

You Might Also Like

BACK TO TOP