Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ଖଲ୍ଲିକୋଟ ଡ଼ି ଆଇ ଇ ଟି ୟୁନିସେଫ ଶିକ୍ଷା ବିଶେଷଜ୍ଞ ଙ୍କ ଦୁଇ ଦିନିଆ ପରିଦର୍ଶନ |

10-Mar-2025

ଡି.ଆଇ.ଇ.ଟି., ଗଂଜାମ, ଖଲ୍ଲିକୋଟକୁ ୟୁନିସେଫ୍ ଶିକ୍ଷା ବିଶେଷଜ୍ଞଙ୍କ ଦୁଇଦିନିଆ ପରିଦର୍ଶନ

ଡି.ଆଇ.ଇ.ଟି. , ଗଂଜାମ ଅଧ୍ୟକ୍ଷଙ୍କ ଅଭିନବ କାର୍ଯ୍ୟଶୈଳୀକୁ ୟୁନିସେଫର ଭୁରି ଭୁରି ପ୍ରଶଂସା

ୟୁନିସେଫ୍, ନୂଆଦିଲ୍ଲୀର ଶିକ୍ଷା ବିଶେଷଜ୍ଞ ଡକ୍ଟର ରାମଚନ୍ଦ୍ର ରାଓ ବେଗୁର୍ ଏବଂ ୟୁନିସେଫ, ଓଡ଼ିଶାର ଶିକ୍ଷା ବିଶେଷଜ୍ଞ ଶ୍ରୀମତୀ ଲଳିତା ପଟ୍ଟନାୟକ ଗଂଜାମ ଜିଲ୍ଲାକୁ ଗତ ତା ୦୬/୦୩/୨୫ରିଖ , ତା୦୭/୦୩/୨୫ରିଖ ଦୁଇଦିନିଆ ଗସ୍ତରେ  ଆସି ପ୍ରଥମ ଦିବସରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ପରିଦର୍ଶନ କରି ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡ଼ାଙ୍କ ସହିତ ପ୍ରଶିକ୍ଷଣ ପ୍ରତିଷ୍ଠାନର ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ପରିଡ଼ା ଶିକ୍ଷା ବିଶେଷଜ୍ଞ ଦୁହିଁଙ୍କୁ ଡି.ଆଇ.ଇ.ଟି.ର ଅଭିନବ କାର୍ଯ୍ୟଶୈଳୀ ବିଷୟରେ ବିଶଦ ଭାବେ ଉପସ୍ଥାପନ କରିଥିଲେ । ଏଥିସହିତ ବିଶେଷଜ୍ଞ ଦ୍ୱୟ ଡି.ଆଇ.ଇ.ଟି.ର ଗୁରୁ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷଣ ବ୍ୟବସ୍ଥା, ସାଂପ୍ରତିକ ଶିକ୍ଷା ପ୍ରଣାଳୀ, ଉତ୍ତମ ବ୍ୟକ୍ତିତ୍ୱ ଗଠନ, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଆଦି ବହୁବିଧ ଦିଗ ଉପରେ ସବିଶେଷ ଆଲୋଚନା କରିଥିଲେ । ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ନିଉଜ୍ ଲେଟର ଯଥା "ଆଭିମୁଖ୍ୟ", "ଭିତ୍ତିଭୂମି" ସର୍ବୋପରି ବାର୍ଷିକ ରିପୋର୍ଟ କାର୍ଡ "ପଲ୍ସ" , ବିଜ୍ଞାନ ଭିତ୍ତିକ ପତ୍ରିକା "ଅନୁସନ୍ଧାନ" ଓ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଆଧାରିତ ପ୍ରଶ୍ନାବଳୀ "ଜିଜ୍ଞାସାର ପଥ" ଏ ସମସ୍ତ ଶିକ୍ଷା ଉପଯୋଗୀ ସାମଗ୍ରୀ ଅବଲୋକନ କରି ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କ ଏପ୍ରକାର ସ୍ୱତନ୍ତ୍ର କାର୍ଯ୍ୟ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିବା ସଂଗେ ସଂଗେ ଅତିଶୟ ଆନନ୍ଦ ପ୍ରକାଶ କରିଥିଲେ । ପ୍ରତିଷ୍ଠାନ ସ୍ଥିତ ବାଲ୍ ବାଟିକା ଶିକ୍ଷଣ ଗାରକୁ ପରିଦର୍ଶନ କରି ମୈ।ଳିକ ସାକ୍ଷରତା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏତଦବ୍ୟତୀତ ଗଂଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କନିଷି ମଧ୍ୟ ପରିଦର୍ଶନ କରି ଡି. ଆଇ. ଇ. ଟି., ଗଂଜାମ ଦ୍ୱାରା ସମଗ୍ର ଜିଲ୍ଲାରେ ପ୍ରତିବିମ୍ବିତ ବିଭିନ୍ନ କାର୍ଯ୍ୟଧାରା ଯଥା ମୈ।ଳିକ ସାକ୍ଷରତା, ଗୋଷ୍ଠୀ ସମ୍ପୃକ୍ତି, ଶିକ୍ଷକଙ୍କ ଶିକ୍ଷଣ ପ୍ରକ୍ରିୟା, ଆଞ୍ଚଳିକ ସମ୍ବଳର ବହୁଳ ବ୍ୟବହାର ଆଦି ଗଠନମୂଳକ କାର୍ଯ୍ୟକ୍ରମ ଦେଖି ଖୁସି ପ୍ରକାଶ ସହ ସାଧୁବାଦ ଜଣାଇଥିଲେ । ଦ୍ୱିତୀୟ ଦିବସରେ ବ୍ରହ୍ମପୁର ସ୍ଥିତ ଭି ଭି ଗିରି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଅନୁଷ୍ଠାନର ଆଇ ସି ଟି ଲ୍ୟାବ, ଇ-ଲାଇବ୍ରେରୀ କାର୍ଯ୍ୟକ୍ରମକୁ ପ୍ରଶସ୍ତି ପ୍ରଦାନ କରିଥିଲେ ‌। ଡି. ଆଇ. ଇ. ଟି. ର ସମସ୍ତ ଶିକ୍ଷକ ପ୍ରଶିକ୍ଷକ, କର୍ମଚାରୀ ଶିକ୍ଷା ବିଶେଷଜ୍ଞଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

News Comment

You Might Also Like

BACK TO TOP