Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

ଖୋର୍ଦ୍ଧା ରେ ପବିତ୍ର ଅକ୍ଷୟ ତୃତୀୟା ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ |

30-Apr-2025

ଖୋର୍ଦ୍ଧା ରେ ପବିତ୍ର ଅକ୍ଷୟ ତୃତୀୟା ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ,

ଅନ୍ନ ପ୍ରଦାନ କରୁଥିବା ଚାଷୀଙ୍କୁ ପିଏମ କିଶାନ ଓ ସିଏମ କିଶାନ୍ ପ୍ରୋତ୍ସାହନ ଦିଗଦର୍ଶନ ଦେବ, ମନ୍ତ୍ରୀ ଶ୍ରୀ ହରିଚନ୍ଦନ,

 ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ,
ତା --30/04/25:
ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ କୁ ଚାଷୀ ପୂଜା କରି ତା ବୁକୁରେ ଲଙ୍ଗଳ ଯୋଚି ବିହନ ବୁଣି ଚାଷ କାର୍ଯ୍ୟ ଆରମ୍ଭ କରେ l ଚାଷୀ  ଖରା, ବର୍ଷା, ଶୀତ, କାକର ସହି ଦୁନିଆକୁ ଆହାର ଯୋଗାଇ ସମସ୍ତଙ୍କ ମୁହଁରେ ହସ ଫୁଟାଇଥାଏ l ଏଣୁ ଚାଷୀ ଓ ତା ପରିବାରକୁ ସମ୍ମାନ ଦେବା ରାଷ୍ଟ୍ରର ପରମ କର୍ତ୍ତବ୍ୟ ଅଟେ l ଏହାକୁ ଭିତ୍ତିକରି ଆଜି କେନ୍ଦ୍ର ଓ ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦  ଟଙ୍କା ପ୍ରଦାନକରି ପିଏମ  କିଷାନ ଓ  ସିଏମ କିଷାନ୍ ପ୍ରୋତ୍ସାହନ ଚାଷୀ କୂଳକୁ ନୂତନ ଦିଗ ଦର୍ଶନ ଦେବ ବୋଲି ଆଜି  ପବିତ୍ର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥୀରାଜ୍ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ।ମନ୍ତ୍ରୀ ଭାରତୀୟ ଡ଼ାଲି ଜାତୀୟ ଫସଲ ଅନୁସନ୍ଧାନ ଆଞ୍ଚଳିକ କେନ୍ଦ୍ର, ଖୋର୍ଦ୍ଧା ଠାରେ ଭୂମି ପୂଜନ ସହ ଅକ୍ଷି ମୁଠି କ୍ଷେତରେ ଧାନ ବୁଣି ହଳ ଲଙ୍ଗଳ ଧରି  ଆନୁଷ୍ଠାନିକ କୃଷିକାର୍ଯ୍ୟ ଶୁଭାରମ୍ଭ କରିବାସହ ଜୟୀ ରାଜଗୁରୁ ଟାଉନ ହଲ ଠାରେ କୃଷକ ସମାବେଶରେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାରେ ଶସ୍ୟ ଶ୍ୟାମଲା ପୁରୁ ଉଠୁ ବୋଲି ନିଜ ଉଦବୋଧନରେ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ  ବିଧାୟକ, ଖୋର୍ଦ୍ଧା  ପ୍ରଶାନ୍ତ କୁମାର ଜଗଦେବ ଯୋଗଦାନ କରି ଅକ୍ଷି ମୁଠି ବୁଣି ହଳ ଲଙ୍ଗଳରେ ଚାଷ ଅନୁକୂଳ କରି ଟାଉନ ହଲ ଠାରେ ନିଜର   ଅଭିଭାଷଣ ପ୍ରଦାନ କରି କହିଥିଲେ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ l ଏଠାର ଲୋକମାନଙ୍କର ଜୀବନ ଶୈଳୀ, ବଞ୍ଚିବାର ରାହା କୃଷି ଉପରେ ନିର୍ଭର କରିଥାଏ  l କାହିଁ କେଉଁ ଅନାଦି କାଳରୁ ପ୍ରକୃତିର ନିୟମରେ ଅକ୍ଷୟ ତୃତୀୟା ପାଳନ ହୋଇଆସୁଛି  l  ସରକାରଙ୍କ ଯୋଜନା କୁ ଆପନେଇଲେ ଚାଷୀ, ଚାଷ,  ଜମିର ଉନ୍ନତି ହେବାସହ ଖୋର୍ଦ୍ଧା ଜିଲ୍ଲା ବିକାଶର କେନ୍ଦ୍ର ବିନ୍ଦୁ ହେବ ବୋଲି ପ୍ରକାଶ କରିଥିଲେ।   ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ମଧ୍ୟ ଯୋଗଦେଇଥିଲେ l ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ  ରବି ନାରାୟଣ ସେନାପତି ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରିବା ଏହାକୁ ଆୟୋଜନ କରିଥିଲେ l ଏହି ଅବସରେ  ଜିଲ୍ଲାର  ୧୦ଜଣ ସଫଳ ଚାଷୀ କୃଷ୍ଣ ଚନ୍ଦ୍ର ଓଝା ମଙ୍ଗରାଜପୂର୍, ପ୍ରଭାତ କୁମାର ଜେନା ବେଲପଦର୍,ଜୟ ପ୍ରକାଶ ସାମନ୍ତରାୟ କପାସିଆ,କେଳୁ ଚରଣ ସାମନ୍ତରାୟ ଗୋପୀନାଥପୁର,ଓ ପ୍ରଶାନ୍ତ ସାଶମଲ ବିରିବାଡ଼ି,ଗଗନ ବିଶ୍ଵାଳ ଲେଡୋ,କବିରାଜ ସାମନ୍ତସିଂହାର ଟାଙ୍ଗିଆପଡ଼ା,ଜି ଶ୍ରୀନିବାସନ କାଲୁନିଆରି ସମନ୍ୱିତ ଚାଷ ଏବଂ ମାଆ ଅନ୍ନପୂର୍ଣ୍ଣା ଏସ ଏସ ଜି ଉଜିଲ ଗୋପୀନାଥପୁର ମାଣ୍ଡିଆ ଚାଷ ଏବଂ  କୌଶଲ୍ୟା ଜେନା କନ୍ତାବାଡ ଆଖୁଚାଷ ଉତ୍କର୍ଷତା ପାଇଁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ l ଶେଷରେ ସହକାରୀ କୃଷି ଜିଲ୍ଲା ଅଧିକାରୀ ଟାଙ୍ଗୀ ଶ୍ରୀ ମନୋରଞ୍ଜନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲା ବେଳେ ଭୁବନେଶ୍ୱର ବ୍ଲକ୍ କୃଷି ବୈଷୟିକ ପରିଚାଳିକା  ସୁନିତା ମହାପାତ୍ର,ଖୋର୍ଦ୍ଧା ସହକାରୀ କୃଷି ଅଧିକାରୀ ତୁଷାର କାନ୍ତ ସାହୁ,ପଲ୍ଲବି ସାହୁ ,ଖୋର୍ଦ୍ଧା ବ୍ଲକ କୃଷି ଅଧିକାରୀ ଦେବସ୍ମିତା ମିଶ୍ର, ଓ ଅନ୍ୟ ଷ୍ଟାଫ ,ଗ୍ରାମ୍ୟ କୃଷି କର୍ମୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା,ଚାଷୀ ସଂଗଠନ, ସ୍ଵୟଂ ସହାୟିକା ଗୋଷ୍ଠୀ କର୍ମକର୍ତ୍ତା, ବୁଦ୍ଧିଜୀବୀ, ଜନ ପ୍ରତିନିଧି ଏବଂ ଗଣ ମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ l

News Comment

You Might Also Like

BACK TO TOP