Breaking
News
Breaking
News
08-May-2025
ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ -୨୦୨୫,
ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ, ତା -08/05/25:
ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ-୨୦୨୫ ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ରୁପଶ୍ରିରାଣି ଗୁମାନ ସିଂହ,ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା,ଭୁବନେଶ୍ୱର ସାଂସଦ ଏବଂ ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ସମସ୍ତଙ୍କୁ ସ୍ୱାଗତ କରିବାସହ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଙ୍କୁ ତାଙ୍କ ମତାମତ ରଖିବାକୁ ଅନୁରୋଧ କରିଥିଲେ l ବିଧାୟକ ନିଜ ଉଦବୋଧନରେ କହି ଥିଲେ ପ୍ରଶାସନର ସହଯୋଗ ଓ ଟିମ୍ ସ୍ପିରିଟ ରେ ସମସ୍ତଙ୍କ ହିତରେ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ବିକାଶ ଦୃତ ଗତିରେ ଆଗେଇଚାଲିଛି ଏହା ଏକ ଆନନ୍ଦର କଥା ଓ ଶୁଭ ସଂକେତ lସେହିପରି ଦୀର୍ଘ ମିଆଦି କାର୍ଯ୍ୟସୂଚୀ ଖସଡ଼ା ପ୍ରସ୍ତୁତ କରି ଶାଳିଆ ଡ୍ୟାମ କାର୍ଯ୍ୟକ୍ରମ ହାତକୁ ନେଇ ବେଗୁନିଆ, ବୋଲଗଡ଼, ଶାଗରଗାଁ, ସାରୁଅ, ବାଙ୍କୀ ତୁଳସୀପୁର ଓ ପ୍ରଧାନ ସାହିରେ ଜଳ ପଶିବା ଓ ବନ୍ୟା ସମସ୍ୟାକୁ ଦୂର କରିବାକୁ ପଡ଼ିବ l ବିପର୍ଯ୍ୟୟ କୁ ଆମେ ସଫଳ ଭାବେ ପ୍ରତିହତ କରି ପାରିଲେ ଆମର ଅର୍ଥନୀତି ସୁଦୃଢ ହେବାସହ ବିକଶିତ ଦେଶ, ବିକଶିତ ରାଜ୍ୟ, ବିକଶିତ ଜିଲ୍ଲା ଓ ବିକଶିତ ଗାଁ ର ସ୍ବପ୍ନ ସାକାର ହେବା l ଏଣୁ ଆମେ ସମସ୍ତେ ଦଳମତ ନିର୍ବିଶେଷରେ ଭାଇଚାରା ବଜାୟ ରଖି ଉତ୍ସାହ, ଉଦ୍ଦୀପନା ଓ ଆନ୍ତରିକତା ର ସହ କାର୍ଯ୍ୟ କରି ସେହି ଲକ୍ଷ୍ୟକୁ ପୁରଣ କରିବାକୁ ବିଧାୟକ ଆହ୍ବାନ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ବିପର୍ଯ୍ୟୟ ପରିଚାଳନା ର ପୂର୍ବ ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ଵନ୍ଧରେ ବୈଠକରେ ଉପସ୍ଥାପନ କରିଥିଲେ l ନିୟନ୍ତ୍ରଣ କକ୍ଷ, ବର୍ଷା ଜଳ ପରିମାପକ କେନ୍ଦ୍ର ମରାମତି ଓ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ବୃଷ୍ଟିପାତ ମାପିବା ଓ ରିପୋର୍ଟ ପଠାଇବା, ଦୁର୍ବଳ ନଦୀ ଓ କେନାଲ ବନ୍ଧର ଯୁଗ୍ମ ତଦନ୍ତ ତଥା ଜଳସେଚନ ବିଭାଗ ପକ୍ଷରୁ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ବାଲିବସ୍ତା ମହଜୁଦ କରି ରଖିବା,ଦୁର୍ବଳ ସ୍ଥାନ ଗୁଡ଼ିକୁ ମରାମତି କରିବା, ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳରେ ଅସ୍ଥାୟୀ ଆଶ୍ରୟସ୍ଥଳ, ଡଙ୍ଗା,ପାୱାର ବୋଟ ମୃତାୟନ, ଦୁରଭାଷ ସେବା ଉପଲବ୍ଧ, ବିଶୁଦ୍ଧ ପାନୀୟ ଜଳ,ଡି.ଜି ସେଟ୍ ମହଜୁଦ ରଖିବା, ଭୁବନେଶ୍ୱର ମହାନଗର ନିଗମ ଏବଂ ପୌରାଞ୍ଚଳ ମାନଙ୍କରେ ଜଳ ନିସ୍କାସନ,ଦୂର୍ଗମାଞ୍ଚଳରେ ଖାଦ୍ୟ ପଦାର୍ଥ, ଔଷଧ ପତ୍ର ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ କରି ରଖିବା,ପ୍ରତ୍ୟେକ ପ୍ରାଥମିକ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ପ୍ରଚୁର ଔଷଧ ଓ ଓଆରଏସ ପ୍ୟାକେଟ,ବ୍ଲିଚିଂ ପାଉଡର ଗଚ୍ଛିତ କରି ରଖିବା, ଗୋଖାଦ୍ୟ, ମନୁଷ୍ୟ ଖାଦ୍ୟ ଚୂଡା, ଚାଉଳ, ଶୁଖିଲା ଖାଦ୍ୟ ବନ୍ୟା ବାତ୍ୟା ପ୍ରବଣ ଅଞ୍ଚଳରେ ମହଜୁଦ କରି ରଖିବା, ରାସ୍ତାଘାଟ ମରାମତି,ରିଲିଫ, ଉଦ୍ଧାର କାର୍ଯ୍ୟ, ବନ୍ୟାବାତ୍ୟା ଆଶ୍ରୟ ସ୍ଥଳି ଗୁଡ଼ିକରେ ସମସ୍ତ ସୁବିଧା ଉପଲବ୍ଧ କରିବା,ହେଲିପ୍ୟାଡ ଓ ଆକାଶ ମାର୍ଗରୁ ଖାଦ୍ୟ ପଦାର୍ଥ ଅବତରଣ ସ୍ଥାନ ନିରୂପଣ କରିବା,ଓଡରାଫ,ଏନଡ୍ରାଫ ମୃତାୟନ,ସିଭିଲ ଡିଫେନ୍ସ,ସ୍ଵୟଂ ସହାୟକ ଗୋଷ୍ଠୀ,ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କୁ ନିୟୋଜିତ କରି ସମ୍ଭାବ୍ୟ ବନ୍ୟା ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇବ ତଥା ଉଦ୍ଧାର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ସେହିପରି ସମସ୍ତ ଅଧିକାରୀ ମାନଙ୍କ ମୋବାଇଲ ନମ୍ବର ରଖିବା,ରେନ୍ ଗଜ ରିପୋର୍ଟ,ଜାତୀୟ ରାଜପଥ, ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ ବିଭାଗ ନିଚା ରାସ୍ତା ଗୁଡ଼ିକର ବିବରଣୀ ପ୍ରଦାନ କରିବା ,ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ର ଠିକ୍ ଅଛି କି ନାହିଁ, ସେ ସମ୍ବନ୍ଧରେ ବି ଡି ଓ ମାନେ ବିଭାଗୀୟ ଅଧିକାରୀଙ୍କ ସହ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ବୋଲଗଡ଼ ସହରକୁ ସଫା କରିବା,ଏବଂ ଡଙ୍ଗା ମୃତୟନ୍ ତଦନ୍ତ ରିପୋର୍ଟ ୨୩ ତାରିଖ ସୁଦ୍ଧା ଦେବାକୁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ସେହିପରି ବି ଡି ଓ ଟାଙ୍ଗି,ଚିଲିକା ଡଙ୍ଗା ଓ ବୋଟ ର ଚୂଡାନ୍ତ ସ୍ଥିତି, ଜୀବନ ରକ୍ଷାକାରୀ ଜ୍ୟାକେଟ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଉପଜିଲ୍ଲାପାଳ ଏବଂ ତହସିଲଦାର ମିଳିତ ଭାବେ ରେଡ୍ କରି ବିନା ଲାଇସେନ୍ସ ଥିବା ବୋଟ ଗୁଡ଼ିକୁ ରଦ୍ଦ କରିବା ସହ ପାୱାର ବୋଟ ଗୁଡ଼ିକ ଠିକଠାକ ଅଛି କି ନାହିଁ ତାହାର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ l ବିଦ୍ୟୁତ୍ ବିଭାଗ,ବି ଏମ୍ ସି ,ପ୍ରତ୍ୟେକ ବ୍ଲକ୍ ଅଫିସରେ ଜେନେରେଟର ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ l ଟି ପି ସି ଓ ଏନ୍ ଡି ଏଲ କୁ ବିଦ୍ୟୁତ୍ ସରବରାହ ସେବା ସଠିକ୍ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ସ୍କୁଲ ବିଲ୍ଡିଂ ଗୁଡ଼ିକ ଯେଉଁଠି ଅସ୍ଥାୟୀ ଆଶ୍ରୟ ସ୍ଥଳି ହେବ ସେଗୁଡିକ ତାଲିକା ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ l ବୋଲଗଡ଼, ବାଣପୁର ଆଦି ଅଞ୍ଚଳରେ ଲାଇନ କଟିବା ସ୍ଥାନରେ ପାତ୍ରୋଲିଂ କରାଯିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସହରାଞ୍ଚଳରେ ଡ୍ରେନ ସଫା,ଖାଦ୍ୟ ପଦାର୍ଥ ଯାଞ୍ଚ ଫୁଡ୍ ସେଫ୍ଟି ଅଧିକାରୀଙ୍କ ଦ୍ବାରା, ପି ଡବ୍ଲୁ ଡ଼ି,ଆର ଆଣ୍ଡ ବି,ଆର ଡି ମିଳିତ ଭାବେ ଡ୍ରେନ ସଫା କରିବା,ତହସିଲଦାର, ଉପଜିଲ୍ଲାପାଳ ଏବଂ ବି ଏମ୍ ସି ମିଳିତ ଭାବେ ସମସ୍ତ କାର୍ଯ୍ୟର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ବାଲିଅନ୍ତା ବ୍ଲକରେ ଇଣ୍ଟରନେଟ ସୁବିଧା ବ୍ୟାଘାତ ହେଉଥିବାରୁ ,ତୁରନ୍ତ ଠିକ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ସମସ୍ତ ବିଭାଗ ଜିରୋ କାଯୁଆଲ୍ଟୀ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଶେଷରେ ଡେପୁଟି କଲେକ୍ଟର ରାଜସ୍ବ ନିବେଦିତା ପରିଡ଼ା ବୈଠକରେ ଯୋଗଦେଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭୁବନେଶ୍ୱର ଡ.ମନୋରଞ୍ଜନ ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା,ଶିକ୍ଷା , ସ୍ୱାସ୍ଥ୍ୟ,ଗମନାଗମନ, କୃଷି, ସମସ୍ତ ତହସିଲଦାର,ବି ଡି ଓ,ବି ଏମ୍ ସି ,ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ୟାଙ୍କ, ଦୁରଭାସ, ବିଭିନ୍ନ ଲାଇନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ,ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ବୈଠକରେ ଯୋଗଦାନ କରିଥିଲେ l
BACK TO TOP